ଓଡିଶା

odisha

‘ଭୟାବହତାକୁ ଅନୁଭବ କରିନାହାନ୍ତି ସରକାର’

By

Published : May 12, 2020, 9:23 PM IST

ପ୍ରବାସୀଙ୍କୁ ଫେରାଇବା ପ୍ରସଙ୍ଗରେ ସରକାରଙ୍କ ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ସରକାରଙ୍କ ପାଖରେ ପ୍ରବାସୀଙ୍କ ହିସାବ ନାହିଁ। କେଉଁ ରାଜ୍ୟରେ କେତେ ଅଛନ୍ତି ତାର ତାଲିକା ହୋଇପାରିଲାନି ବୋଲି ସେ କହିଛନ୍ତି ।

bjp leader bijay mohapatra
‘ଭୟାବହତାକୁ ଅନୁଭବ କରିନାହାନ୍ତି ସରକାର’

ଭୁବନେଶ୍ବର: ପ୍ରବାସୀଙ୍କୁ ଫେରାଇବା ପ୍ରସଙ୍ଗରେ ସରକାରଙ୍କ ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ସରକାରଙ୍କ ପାଖରେ ପ୍ରବାସୀଙ୍କ ହିସାବ ନାହିଁ। କେଉଁ ରାଜ୍ୟରେ କେତେ ଅଛନ୍ତି ତାର ତାଲିକା ହୋଇପାରିଲାନି। ସେଠାରେ ସେମାନେ କିପରି ଅଛନ୍ତି ତାର ଖବର ସରକାରଙ୍କ ପାଖରେ ନାହିଁ । ଭୟାବହତାକୁ ସରକାର ଅନୁଭବ କରିନାହାନ୍ତି । କେବଳ କ୍ବାରେଣ୍ଟାଇନ ସେଣ୍ଟରରେ କିଣାକିଣି କରିବାରେ ବ୍ୟସ୍ତ ଅଛନ୍ତି ବୋଲି ବିଜୟ କହିଛନ୍ତି ।

‘ଭୟାବହତାକୁ ଅନୁଭବ କରିନାହାନ୍ତି ସରକାର’

ସେହିପରି ଦୁର୍ଦ୍ଦିନ ସମୟରେ ବାସ୍ତବତାକୁ ଅନୁଭବ କରନ୍ତୁ। ସରକାର ଅହମିକା ଓ ଅହଙ୍କାର ଛାଡନ୍ତୁ । ମିଛ କହିବା ଛାଡନ୍ତୁ। ପ୍ରଥମେ କହିଲେ 14 ଦିନ ବଦଳରେ 28 ଦିନ କ୍ବାରେଣ୍ଟାଇନରେ ରହିବେ। ପୁଣି କହିଲେ 3 ଦିନ ଭିତରେ ଛାଡି ଦେବୁ। ଘରେ ରହି ପାରିବେ। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। କାଲି କହିଲେ 50 ହଜାର ଲୋକଙ୍କୁ କାମ ଦେଲୁଣୁ। ପ୍ରବାସୀଙ୍କ ପାଇଁ ବାସ୍ତବ ମାନଚିତ୍ର ତିଆରି କରନ୍ତୁ। ସେମାନେ ଏବେ କଣ କରିବେ ଭବିଷ୍ୟତରେ କଣ କରିବେ ସେନେଇ ସ୍ପଷ୍ଟ କରନ୍ତୁ ବୋଲି ସେ ଦର୍ଶାଇଛନ୍ତି ।

ଏହାସହ ନିର୍ଦ୍ଦିଷ୍ଟ ଜୋନରେ କଣ୍ଟେନମେଣ୍ଟକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ପ୍ରସ୍ତାବ ଦେଇଛନ୍ତି ମନ୍ଦ ନୁହେଁ। କଣ୍ଟେନମେଣ୍ଟ ଅଞ୍ଚଳରେ କଟକଣା ଲାଗୁ ହେଉ । ଅନ୍ୟମାନେ କାହିଁକି ଅସୁବିଧା ଭୋଗିବେ ? ବର୍ତ୍ତମାନ ସରକାରଙ୍କୁ ସମସ୍ତ ବର୍ଗରୁ ଅକୁଣ୍ଠ ସହଯୋଗ ମିଳୁଛି । ଯଦି ସରକାର ଏହାର ସଦୁପଯୋଗ ନକରିବେ ଏହାଠାରୁ ବିଡମ୍ବନାର ବିଷୟ କିଛି ନାହିଁ । ସେହିପରି ସାମ୍ବାଦିକଙ୍କୁ ନ ଡାକି ସାମ୍ବାଦିକ ସମ୍ମିଳନୀ କରୁଛନ୍ତି। ସତେ ଯେମିତି ଜରୁରୀ ପରିସ୍ଥିତି। ଏମିତି କେଉଁଠି ବି ହେଉନି ବୋଲି ବରିଷ୍ଠ ବିଜେପି ନେତା କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details