ଭୁବନେଶ୍ବର:ଭୁବନେଶ୍ବର ମହାନଗର ନିଗମ (Bhubaneswar Municipal Corporation) ଦଖଲ ପାଇଁ ବିଜେପିର ବିଗ ପ୍ଲାନ । ଜିଲ୍ଲା କାର୍ଯ୍ୟକାରିଣୀରେ ଏନେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବରିଷ୍ଠ ନେତା ।
ଭୁବନେଶ୍ବର ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ସମୀର ମହାନ୍ତି ଭୁବନେଶ୍ବର ଜିଲ୍ଲା ପ୍ରଭାରୀ ଭୁବନ ମୋହନ ଜେନା, ଜିଲ୍ଲା ସଭାପତି ବାବୁ ସିଂଙ୍କ ଉପସ୍ଥିତିରେ ଆଗାମୀ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛି ଖସଡା । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ପରିମଳ ଅବ୍ୟବସ୍ଥା, ଜଳ ନିଷ୍କାସନ ସମସ୍ୟା, ସ୍ବାସ୍ଥ୍ୟ ସମସ୍ୟା, ମହିଳା ସୁରକ୍ଷା ଓ ବସ୍ତି ବାସିନ୍ଦାଙ୍କ ସମସ୍ୟା ଆଦି ପ୍ରସଙ୍ଗରେ କାର୍ଯ୍ୟକାରିଣୀରେ ଆଲୋଚନା ହୋଇଛି ।