ଓଡିଶା

odisha

ଦଳରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଇସ୍ତଫା ଦାବି କଲା BJP

By

Published : Sep 9, 2021, 8:21 PM IST

ବିଜେପି କର୍ମୀଙ୍କୁ ମାଡମାରି ଦଳରୁ ନିଲମ୍ବିତ ହୋଇଥିବା ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗିରଫ ଦାବି । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଏସପି ଅଫିସ ଘେରିବାକୁ ଚେତାବନୀ ଦେଲା ବିଜେପି । ଅଧିକ ପଢନ୍ତୁ...

ଦଳରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଇସ୍ଥଫା ଦାବି କଲା BJP
ଦଳରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଇସ୍ଥଫା ଦାବି କଲା BJP

ଭୁବନେଶ୍ବର:ଦବଙ୍ଗଗିରି ଦେଖାଇ ଦଳରୁ ନିଲମ୍ବିତ ହୋଇଥିବା ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗିରଫ ଦାବି କଲା ବିଜେପି । ଦଳର ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ପ୍ରଶାନ୍ତଙ୍କୁ ଗିରଫ କରିବା ନେଇ ଦାବି କରିଛନ୍ତି । ପୋଲିସ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତେବେ ଏସପି ଅଫିସ ଘେରିବାର ଚେତାବନୀ ମଧ୍ୟ ଦେଇଛି ବିଜେପି ।

ପୃଥୀରାଜ କହିଛନ୍ତି, କେବଳ ଦଳୀୟ କାର୍ଯ୍ୟାନୁଷ୍ଠାନ ହେଲେ ହେବନି, ଆଇନଗତ କାର୍ଯ୍ୟାନୁଷ୍ଠାନ ସ୍ବରୁପ ସେ ଗିରଫ ହେବା ଦରକାର। ଏନେଇ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ବିଜେପି ଏସସି ମୋର୍ଚ୍ଚା ମଙ୍ଗଳବାର ଏସପିଙ୍କ କାର୍ଯ୍ୟାଳୟ ଘେରିବା ସହ ରାଜ୍ୟ ଅନୁସୂଚିତ ଜାତି କମିଶନ ଏବଂ କେନ୍ଦ୍ର ଅନୁସୂଚିତ କମିଶନର ମଧ୍ୟ ଦ୍ଵାରସ୍ଥ ହେବା ନେଇ ମଧ୍ୟ ଚେତାବନୀ ଦେଇଛନ୍ତି ପୃଥୀରାଜ ।

2ଜଣ ଦଳିତ ସମ୍ପ୍ରଦାୟର ଲୋକଙ୍କୁ ଜାତିଆଣ ଆକ୍ଷେପ କରି ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ଆକ୍ରମଣ କରିଛନ୍ତି ବିଧାୟକ । ଏହାକୁ ବରଦାସ୍ଥ କରାଯିବନି, ବିଜେପି ଏହାର ଜବାବ ଦେବ। ଆମେ ପୋଲିସକୁ ସମୟ ଦେଇଛୁ। ଏବେ ପର୍ଯ୍ୟନ୍ତ ପୋଲିସ ସହଯୋଗ କରିଆସିଛି। ଆଶା କରିଛୁ ପୋଲିସ ବିଧାୟକଙ୍କୁ ଗିରଫ କରିବ । ଯଦି ପୋଲିସ ତାର କାମ ନ କରେ ତେବେ ଦଳ ରାସ୍ତାକୁ ଓହ୍ଲାଇବା ନେଇ ମଧ୍ୟ ସଙ୍କେତ ଦେଇଛନ୍ତି ପୃଥୀରାଜ ହରିଚନ୍ଦନ । ସେହିପରି କେବଳ ପ୍ରଶାନ୍ତ ନୁହଁନ୍ତି ବିଜେଡ଼ିର ଅନେକ ନେତାଙ୍କ ନାଁରେ ଅପରାଧିକ ଅଭିଯୋଗ ରହିଛି, ତା ପରେ ମଧ୍ୟ କେମିତି ନବୀନ ବାବୁ ତାଙ୍କୁ ବରଦାସ୍ତ କରୁଛନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ପୃଥୀରାଜ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details