ଓଡିଶା

odisha

Bhubaneswar Railway Station: ଖୁବଶୀଘ୍ର ନବକଳେବର, ପ୍ଲାନିଂ ଡିଜାଇନ ଶେଷ

By

Published : Oct 16, 2022, 4:57 PM IST

Updated : Oct 16, 2022, 5:54 PM IST

ପ୍ଲାନିଂ ଡିଜାଇନ ଶେଷ । ଭୁବନେଶ୍ବର ରେଳଷ୍ଟେସନର ନବକଳେବର ହେବାକୁ ଯାଉଛି । ଏହାକୁ ବିଶ୍ବସ୍ତରୀୟ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବା କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଅଧିକ ପଢନ୍ତୁ

Bhubaneswar Railway Station: ଖୁବଶୀଘ୍ର ନବକଳେବର, ପ୍ଲାନିଂ ଡିଜାଇନ ଶେଷ
Bhubaneswar Railway Station: ଖୁବଶୀଘ୍ର ନବକଳେବର, ପ୍ଲାନିଂ ଡିଜାଇନ ଶେଷ

ଭୁବନେଶ୍ବର:ଭୁବନେଶ୍ବର ରେଳ ଷ୍ଟେସନ (Bhubaneswar Railway Station)ର ହେବ ନବକଳେବର । ଖୁବଶୀଘ୍ର ବିଶ୍ବସ୍ତରୀୟ ଷ୍ଟେସନରେ ପରିଣତ ହେବ ଭୁବନେଶ୍ବର ଷ୍ଟେସନ । ପ୍ଲାନିଂ, ଡିଜାଇନ ଶେଷ ହୋଇଥିବା ନେଇ ସୂଚନା ଦେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ (Union Railway Minister Aswini Vaishnaw) ।

Bhubaneswar Railway Station: ଖୁବଶୀଘ୍ର ନବକଳେବର, ପ୍ଲାନିଂ ଡିଜାଇନ ଶେଷ

ଏ ନେଇ କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି, " ଖୁବଶୀଘ୍ର ବିଶ୍ବସ୍ତରୀୟ ଷ୍ଟେସନରେ ପରିଣତ ହେବ ଭୁବନେଶ୍ବର ଷ୍ଟେସନ । ପ୍ଲାନିଂ, ଡିଜାଇନ ଶେଷ ହୋଇଛି । ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି । ଆଜି ଏହାର ସମୀକ୍ଷା କରାଯାଇଛି । ଏବେ ଚାଲୁଥିବା ଷ୍ଟେସନକୁ ଖୁବଶୀଘ୍ର ରିଲୋକେଟ କରାଯିବ । ଫଳରେ ଖୁବଶୀଘ୍ର ଗ୍ରାଉଣ୍ଡରେ କାମ ଆରମ୍ଭ ହେବ । ଖୁବଶୀଘ୍ର ଭୂମି ପୂଜନ ହେବ । ଏହାର କିଛି ମାସ ମଧ୍ୟରେ ଭୁବନେଶ୍ବର ରେଳ ଷ୍ଟେସନ ବିଶ୍ବସ୍ତରୀୟ ଷ୍ଟେସନରେ ପରିଣତ ହେବ ।"

ଖୁବଶୀଘ୍ର ଭୁବନେଶ୍ବର ରେଳ ଷ୍ଟେସନର ନବକଳେବର

ଏହା ବି ପଢନ୍ତୁ- Khurda-Balangir Rail Project: ଖୁବଶୀଘ୍ର ହେବ ଶେଷ, ସୂଚନା ଦେଲେ ଅଶ୍ବିନ

ବିଶ୍ବସ୍ତରୀୟ ଷ୍ଟେସନରେ ପରିଣତ ହେବ ଭୁବନେଶ୍ବର ଷ୍ଟେସନ

ଏହାସହ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ରେଳବାଇ ମହାପ୍ରବନ୍ଧକ ଓ ଅନ୍ୟ ଅଧିକାରୀମାନଙ୍କ ସହିତ ଓଡ଼ିଶାରେ ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକର ସମୀକ୍ଷା କରିବେ । ଏହା ସହ ଭୁବନେଶ୍ବର ରେଳ ଷ୍ଟେସନରେ କାର୍ଯ୍ୟ ଓ ବିଶ୍ବସ୍ତରୀୟ ଷ୍ଟେସନର କାର୍ଯ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ପରବର୍ତ୍ତୀ ସମୟରେ ରାଜ୍ୟରେ ଚାଲୁ ରହିଥିବା ବିଭିନ୍ନ ରେଳ ପ୍ରକଳ୍ପ ନୂଆ ରେଳ ଚଳାଚଳକୁ ନେଇ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।

ପ୍ଲାନିଂ ଡିଜାଇନ ଶେଷ

ରେଳମନ୍ତ୍ରୀ ଖୋର୍ଦ୍ଧାରୋଡ- ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଏହି କାର୍ଯ୍ୟ ମଧ୍ୟ ଖୁବଶୀଘ୍ର ଶେଷ ହେବ ବୋଲି ସେ କହିଛନ୍ତି । ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳଲାଇନ କାମ ଜୋରସୋରରେ ଆଗେଇ ଚାଲିଛି । ୧୦୦ କିମି ଜଙ୍ଗଲ ଜମି ନେଇ ସମସ୍ୟା ରହିଛି । ଏହାର ସମାଧାନ ଲାଗି ରାଜ୍ୟ ସରକାରଙ୍କ ପଛରେ ଲାଗିପଡିଥିଲୁ । ଏବେ ରାଜ୍ୟ ସରକାର ଏଥିପାଇଁ ସୁପାରିଶ କରିଛନ୍ତି । ଖୁବଶୀଘ୍ର ଅନୁମତି ମିଳିଯିବ । ଏପଟେ ବଲାଙ୍ଗୀର ପାଖରୁ ମଧ୍ୟ ରେଳଲାଇନ କାମ ତ୍ବରିତ ହୋଇଛି । ସେହିପରି ଅନ୍ୟପଟରୁ ମଧ୍ୟ କାମ ଚାଲିଛି । ଓଡ଼ିଶାର ଏହି ସ୍ବପ୍ନର ପ୍ରକଳ୍ପ କାମ ଖୁବଶୀଘ୍ର ବାସ୍ତବ ରୂପ ନେବାକୁ ଯାଉଛି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 16, 2022, 5:54 PM IST

ABOUT THE AUTHOR

...view details