ଭୁବନେଶ୍ବର: ରାଜ୍ୟରେ ଆଉ ୪୧୭ ଜଣ କୋରୋନାରୁ ସୁସ୍ଥ ହୋଇ ଫେରିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ୨୫ଟି ଜିଲ୍ଲାରେ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲ୍ରୁ (ଅନ୍ୟ ରାଜ୍ୟର ବାସିନ୍ଦା) ୪୨ ଜଣ କୋରୋନାକୁ ମାତ ଦେବାରେ ସଫଳ ହୋଇଛନ୍ତି ।
ଖୋର୍ଦ୍ଧାରେ ସର୍ବାଧିକ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରେ ୩୮ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ବାଲେଶ୍ବରରେ ୨୬, ଯାଜପୁରରେ ୨୦, ମୟୂରଭଞ୍ଜରେ ୧୯, ଜଗତସିଂହପୁରରେ ୧୩, କେନ୍ଦ୍ରାପଡ଼ାରେ ୧୦, ଝାରସୁଗୁଡ଼ାରେ ୯, ରାୟଗଡ଼ାରେ ୮, ଅନୁଗୋଳରେ ୭ ଓ ଢେଙ୍କାନାଳ ଓ ପୁରୀରେ ୬ ଜଣ ଲେଖାଏଁ କୋଭିଡ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।