ଓଡିଶା

odisha

ଗାଁ ଗଣ୍ଡଗୋଳ ନେଲା ଉଗ୍ରରୂପ, ଆକ୍ରମଣରେ ମହିଳାଙ୍କ ଗର୍ଭ ନଷ୍ଟ ଅଭିଯୋଗ

By

Published : Sep 5, 2022, 8:58 AM IST

ଦୁଇ ପରିବାର ମଧ୍ୟରେ‌ ଗଣ୍ଡଗୋଳରେ ଆକ୍ରମଣ ଯୋଗୁଁ ଗୋଟିଏ ପରିବାରର ମହିଳାଙ୍କ ଗର୍ଭ ନଷ୍ଟ ଅଭିଯୋଗ । ନ୍ୟାୟ ଦାବିରେ କିଛି ମହିଳା ଥାନା ଘେରାଉ କରିବା ସହ ଆତ୍ମାହୁତି ଉଦ୍ୟମ କରିଛନ୍ତି । ତେବେ ଘଟଣାର ତଦନ୍ତ ଚାଲିଥିବା କହିଛି ପୋଲିସ । ଅଧିକ ପଢ଼ନ୍ତୁ

ଗାଁ ଗଣ୍ଡଗୋଳ ନେଲା ଉଗ୍ରରୁପ, ଆକ୍ରମଣରେ ମହିଳାଙ୍କ ଗର୍ଭ ନଷ୍ଟ ଅଭିଯୋଗ
ଗାଁ ଗଣ୍ଡଗୋଳ ନେଲା ଉଗ୍ରରୁପ, ଆକ୍ରମଣରେ ମହିଳାଙ୍କ ଗର୍ଭ ନଷ୍ଟ ଅଭିଯୋଗ

ଭୁବନେଶ୍ବର: ଦୁଇ ପରିବାର ମଧ୍ୟରେ‌ ଗଣ୍ଡଗୋଳ ନେଲା ଉଗ୍ରରୂପ । ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଏକ ଗୋଷ୍ଠୀର ଜଣେ ମହିଳାଙ୍କର ଗର୍ଭ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । କାର୍ଯ୍ୟାନୁଷ୍ଠାନ ଦାବିରେ ପାହାଳ ଥାନାରେ ଉତ୍ତେଜନା । ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ମେଡିକାଲ ରିପୋର୍ଟ ଓ ପୀଡିତାଙ୍କର ବୟାନ ରେକର୍ଡ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏସିପି କହିଛନ୍ତି ।

ଗାଁ ଗଣ୍ଡଗୋଳ ନେଲା ଉଗ୍ରରୁପ, ଆକ୍ରମଣରେ ମହିଳାଙ୍କ ଗର୍ଭ ନଷ୍ଟ ଅଭିଯୋଗ

ସୂଚନା ଅନୁସାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପାହାଳ ଥାନା ବାଙ୍ଗୁଆରି ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା । ତେବେ ଗତ ୨ ତାରିଖ (ଶୁକ୍ରବାର) ରାତିରେ ପୋଲିସ ଘଟଣାର ତଦନ୍ତ ପାଇ ଗ୍ରାମକୁ ଯାଇ ଫେରିବା ପରେ ଦୁଇ ପରିବାର ମଧ୍ୟରେ ପୁଣି ଗଣ୍ଡଗୋଳ ହୋଇଥିଲା । ଗୋଟିଏ ଗୋଷ୍ଠୀର ୮ ରୁ ୧୦ ଜଣ ଆସି ଅଭିଯୋଗକାରୀଙ୍କ ପତ୍ନୀ ସୋନାଲି ପଣ୍ଡାଙ୍କ ସହ ତାଙ୍କ ଭାଇ ଓ ବାପାଙ୍କୁ ଘର ଭିତରେ ପଶି ମାରପିଟ କରିଥିଲେ । ଯାହାକୁ ନେଇ ଏହି ଘଟଣାର ଗୋଟିଏ ଦିନ‌ପରେ ଅଭିଯୋଗକାରୀଙ୍କ ପତ୍ନୀ ସୋନାଲି ପଣ୍ଡାଙ୍କର ଗର୍ଭ ନଷ୍ଟ ହେବା ସହ ଅପରିପକ୍ଵ ଛୁଆ ଜନ୍ମ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର‌ ଲୋକ ।

ତେବେ ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି । ନ୍ୟାୟ ଦାବିରେ କିଛି ମହିଳା ଥାନା ଘେରାଉ କରିବା ସହ ଥାନା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ଏସିପି ପହଞ୍ଚି ବୁଝାସୁଝା କରିଛନ୍ତି । ଅନ୍ୟପଟେ ପୋଲିସ କହିଛି ଦୁଇ ପରିବାରର ଗଣ୍ଡଗୋଳ ନେଇ ଦୁଇଟି ଅଭିଯୋଗ ଫାଇଲ ହୋଇଛି । ଘଟଣାର‌ ଗୋଟିଏ ଦିନି ପରେ ଗର୍ଭନଷ୍ଟର ଅଭିଯୋଗ ହୋଇଛି । ଏନେଇ ପୋଲିସ ତଦନ୍ତ କରୁଛି‌ । ମେଡିକାଲ ରିପୋର୍ଟ ଓ ପୀଡିତାଙ୍କର ବୟାନ ରେକର୍ଡ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜୋନ ୪ ଏସିପି ଏସଏନ ମୁଦୁଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details