ଓଡିଶା

odisha

ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଟିକା ନେବା ବାଧ୍ୟତାମୂଳକ

By

Published : Jul 18, 2021, 10:37 PM IST

ଗଣଶିକ୍ଷାମନ୍ତ୍ରୀଙ୍କ ନିର୍ଦ୍ଦେଶ ।ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଟିକା ।ଅଧିକ ପଢନ୍ତୁ...

ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଟିକା, ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ
ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଟିକା, ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର:ସ୍କୁଲ ଖୋଲିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଟୀକା ନେଇନଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ତୁରନ୍ତ ଟିକା ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଆସନ୍ତା 26 ତାରିଖରେ ଖୋଲିବ ସ୍କୁଲ । ଏନେଇ ବିଭାଗ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତ। ଯେଉଁ ଶିକ୍ଷକମାନେ ଟିକା ନେଇନାହାନ୍ତି ସେମାନଙ୍କୁ ତୁରନ୍ତ ଟିକା ଦେବା ଲାଗି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ।

କୋରୋନା ସଂକ୍ରମଣ କମି ନଥିବାବେଳେ ସୁରକ୍ଷା ଦୃଷ୍ଟିରୁ ସମସ୍ତେ ଟିକା ନେବା ଆବଶ୍ୟକ। ସାମ୍ଭାବ୍ୟ ତୃତୀୟ ଲହର ଆଶଙ୍କା ରହିଥିବାବେଳେ ଶିକ୍ଷକ ଛାତ୍ରଛାତ୍ରୀଙ୍କ ସ୍ୱସ୍ଥ୍ୟକୁ ପ୍ରାଥମିକତା ଦିଆଯାଇଛି । ଟିକା ନେଇନଥିବା ଶିକ୍ଷକଙ୍କୁ ଆଗ ଟିକା ଦିଆଯିବ। ସ୍କୁଲ ଖୋଲିବାକୁ ନିଷ୍ପତି ପରେ ନେଇ ଆଜି ଅପରାହ୍ନରେ ଗଣଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସହ ଭର୍ଚୁଆଲ ବୈଠକ ହୋଇଥିଲା। ତେବେ ଅଧିକାଂଶ ଶିକ୍ଷକ କୋଭିଡ ଟିକା ନେଇସାରିଥିବା ବେଳେ ନେଇନଥିବା ଅବଶିଷ୍ଟ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ତୁରନ୍ତ ଟିକା ଦେବା ଲାଗି ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details