ଓଡିଶା

odisha

ଷ୍ଟାର୍ଟଅପ୍‌ ଓଡ଼ିଶା ତରଫରୁ ୯୩ ଲକ୍ଷ ଟଙ୍କା ମଞ୍ଜୁର

By

Published : Nov 6, 2021, 10:23 PM IST

ଷ୍ଟାର୍ଟ ଅପ୍‌ ଓଡ଼ିଶା ତରଫରୁ ୧୨ ଗୋଟି ଷ୍ଟାର୍ଟଅପ୍‌ ପାଇଁ ଉତ୍ପାଦନ ବିକାଶ ଏବଂ ବଜାର ସହାୟତା ନିମନ୍ତେ ମାସିକ ଭତ୍ତା ଭାବେ ୯୨.୭୬ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଅଧିକ ପଢନ୍ତୁ...

93  laksh for startup-odisha
ଷ୍ଟାର୍ଟଅପ୍‌ ଓଡ଼ିଶା ତରଫରୁ ୯୩ ଲକ୍ଷ ଟଙ୍କା ମଞ୍ଜୁର

ଭୁବନେଶ୍ବର : ଷ୍ଟାର୍ଟ ଅପ୍‌ ଓଡ଼ିଶା ତରଫରୁ ୧୨ ଗୋଟି ଷ୍ଟାର୍ଟଅପ୍‌ ପାଇଁ ଉତ୍ପାଦନ ବିକାଶ ଏବଂ ବଜାର ସହାୟତା ନିମନ୍ତେ ମାସିକ ଭତ୍ତା ଭାବେ ୯୨.୭୬ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ମଞ୍ଜୁରି ଅର୍ଥ ଏହି ଷ୍ଟାର୍ଟଅପ୍‌ ଗୁଡ଼ିକର ଆବଶ୍ୟକୀୟ କ୍ଷେତ୍ରର ବିକାଶ ନିମନ୍ତେ ଖର୍ଚ୍ଚ କରାଯିବ । ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଟାସ୍କଫୋର୍ସ ବୈଠକରେ ଏହି ଅର୍ଥ ମଞ୍ଜୁରୀକୁ ଅନୁମୋଦନ କରାଯାଇଛି ।

ଷ୍ଟାର୍ଟଅପ୍‌ ଓଡ଼ିଶା ତରଫରୁ ୯୩ ଲକ୍ଷ ଟଙ୍କା ମଞ୍ଜୁର

ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଆୟୋଜିତ ହୋଇଛି ଟାସ୍କଫୋର୍ସ ବୈଠକ । ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ୧୨ ଗୋଟି ଷ୍ଟାର୍ଟଅପ୍‌ ପାଇଁ ଉତ୍ପାଦନ ବିକାଶ ଏବଂ ବଜାର ସହାୟତା ନିମନ୍ତେ ମାସିକ ଭତ୍ତା ଭାବେ ୯୨.୭୬ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଯେଉଁ ଷ୍ଟାର୍ଟଅପ୍‌ଗୁଡ଼ିକ ଏହି ଅର୍ଥରୁ ଲାଭାନ୍ୱିତ ହେବେ ସେଗୁଡ଼ିକ ହେଲା ଇଣ୍ଡେ ଭିଲେଜ ପ୍ରା.ଲିଃ, ଏସ୍‌.ଏସ୍‌. ଆସୋସିଏଟ୍‌ ଇକୋଭେସନ୍‌ ଲ୍ୟାବ୍‌ ପ୍ରା.ଲିଃ, ଟି-ଫାର୍ମ, ଟିଆଇଏଫ୍‌ଟି ଟ୍ରାନ୍‌ସପୋର୍ଟ ପ୍ରା.ଲିଃ, କ୍ରାଫଫ ଲଗ୍‌ ସିଷ୍ଟମ୍‌ ଏଲ୍‌ଏଲ୍‌ପି, କୋଡ଼ିଜିରାଓ ଇନୋଭେଞ୍ଚର ପ୍ରା.ଲିଃ, ସର୍ବଗୁଣ ସମ୍ପନ୍ନ ପ୍ରା.ଲିଃ, ଆଡ୍‌ଭାନ୍‌ସ ଡିଜାଇନ୍‌ ଏଣ୍ଡ ଆନାଲିସିସ୍‌ ସଲୁ୍ୟସନ୍ସ ପ୍ରା.ଲିଃ, ଆର୍ଡବେରୀ ଟେକ୍ନୋଲୋଜି ପ୍ରା.ଲିଃ, ନିସ୍ଥୁଲା ଇନଷ୍ଟ୍ରୁମେଣ୍ଟସ୍‌ ଏଣ୍ଡ ଇନୋଭେସନ୍‌ ପ୍ରା.ଲିଃ, ରେନେୱଲ ଏନଭିରୋଲୋଜି ପ୍ରା.ଲିଃ ଓ ଓସେନଫ୍ରଣ୍ଟ ଟେକ୍‌ ଏଲ୍‌ଏଲ୍‌ପି ।

ଏଥିସହିତ ଟାସ୍କଫୋର୍ସ ୪ ଗୋଟି ଇନ୍‌କ୍ୟୁବେଟର ପ୍ରୟୋଗ ପାଇଁ ଅନୁମୋଦନ କରିଛନ୍ତି । ସେଗୁଡ଼ିକ ହେଲା, ଇନ୍‌ଟେକ୍‌ ଆଇଏମ୍‌ଏମ୍‌ଟି, ଭୁବନେଶ୍ୱର, କୃଷି କଳିଙ୍ଗ ଇନୋଭେସନ କାଉନସିଲ-ଓୟୁଏଟି, ଏନ୍‌ଆର୍‌ଆର୍‌ଆଇ ଏଗି୍ର ବିଜିନେସ ଇନ୍‌କୁ୍ୟବେସନ ସେଣ୍ଟର, କଟକ ଏବଂ ଡିବିଟି- ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ଲାଇଫ୍‌ ସାଇନ୍‌ସ, ଭୁବନେଶ୍ୱର । ଆଡ୍‌ଭାନ୍‌ସ ଡିଜାଇନ୍‌ ଏଣ୍ଡ ଆନାଲିସିସ୍‌ ସଲୁ୍ୟସନ୍ସ ପ୍ରା.ଲିଃ ବର୍ଜ୍ୟ ପ୍ଲାଷ୍ଟିକ୍‌ ଏବଂ ଶିଳ୍ପ କାରଖାନାର ବର୍ଜ୍ୟ ପଦାର୍ଥରୁ ସାଧାରଣ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ପଦାର୍ଥ ପ୍ରସ୍ତୁତ କରିପାରୁଛି । ସେହିପରି କ୍ରାଫଫ ଲଗ୍‌ ସିଷ୍ଟମ୍‌ ବାଲେଶ୍ୱରଠାରେ ୩ଡି ପି୍ରଣ୍ଟିଂ ମନୋଫିଲାମେଣ୍ଟ ପ୍ରସ୍ତୁତ କରିବା ପାଇଁ କାରଖାନା ସ୍ଥାପନ କରିଛି । କୋଡି ଗେରାଓ ଇନୋଭେନଞ୍ଚର ଦେହର ଆଘାତ ଉପଶମ ପାଇଁ ନାନୋ ପାର୍ଟିକେଲ ବ୍ୟବହାର କରି ଉତ୍ତମ ଚିକିତ୍ସା ଉପକରଣ ଯୋଗାଇ ଦେଇ ପାରୁଥିବା ରିପୋର୍ଟରେ ଦର୍ଶାଯାଇଛି ।

ସହାୟତା ରାଶି ପାଇଥିବା ଏହି ୧୨ ଗୋଟି ଷ୍ଟାର୍ଟଅପ୍‌ ସହିତ ଏଯାବତ୍‌ ୨୦୭ ଗୋଟି ଷ୍ଟାର୍ଟଅପକୁ ସହାୟତା ଯୋଗାଇ ଦିଆଯାଇଛି । ବୈଠକରେ ଇଲୋକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ସଚିବ ମନୋଜ କୁମାର ମିଶ୍ର, ଏମ୍‌ଏସ୍‌ଏମ୍‌ଇ ବିଭାଗ ଅତିରିକ୍ତ ସଚିବ ଉଦୟ ନାରାୟଣ ଦାସ, ନିର୍ଦ୍ଦେଶକ ଡିଟିଇଟି ଜି. ରେଘୁ, ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ ଆଲାମ୍‌, ଅର୍ଥ ବିଭାଗ ଉପଶାସନ ସଚିବ ସ୍ମିତା ରାଉତ, ସାଇନ୍ସ ଏଣ୍ଡ ଟେକ୍ନୋଲୋଜି ପାର୍କ ଅଫ୍‌ ଇଣ୍ଡିଆର ନିର୍ଦ୍ଦେଶକ ମାନସ ରଞ୍ଜନ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details