ଓଡିଶା

odisha

କୁଆଡେ ଯାଇଛି DRDO ତଥ୍ୟ ? ରିମାଣ୍ଡରେ ରାଜ୍ ଖୋଲିବେ ୫ ଅଭିଯୁକ୍ତ

By

Published : Sep 18, 2021, 1:10 PM IST

Updated : Sep 18, 2021, 7:15 PM IST

କୁଆଡେ ଯାଇଛି ଡିଆରଡିଓ ତଥ୍ୟ; ରିମାଣ୍ଡରେ ୫ ଅଭିଯୁକ୍ତ ଠୁ ଖୋଲିବ ରାଜ

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ତଥ୍ୟ ପ୍ରଘଟ ମାମଲା । ରିମାଣ୍ଡରେ ୫ ଅଭିଯୁକ୍ତଙ୍କ ଠୁ ଖୋଲିବ ଡିଆରଡିଓ ତଥ୍ୟ ଲିକର‌ ଗୁମର। ଅଧିକ ପଢନ୍ତୁ...

ବାଲେଶ୍ଵର/ଭୁବନେଶ୍ବର:ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ତଥ୍ୟ ପ୍ରଘଟ ମାମଲା । କୁଆଡେ ଯାଇଛି ଡିଆରଡିଓ ତଥ୍ୟ । ରିମାଣ୍ଡରେ ୫ ଅଭିଯୁକ୍ତଙ୍କଠୁ ଖୋଲିବ ରାଜ । ଖୁବଶୀଘ୍ର ଡିଆରଡିଓ ତଥ୍ୟ ଲିକ ଗୁମରର ହେବ ଖୁଲାସା । କାହାକୁ କାହାକୁ ପଠାଯାଇଛି ଡିଆରଡିଓର ଇନଫେରମେସନ ? କ୍ଷେପଣାସ୍ତ୍ର ଘାଟିର କେଉଁ ତଥ୍ୟ ପହଞ୍ଚିଛି ଗୁପ୍ତଚରଙ୍କ ହାତରେ। ଏହା ପଛରେ କେଉଁ ଦେଶର ହାତ ରହିଛି ନା କୌଣସି ଏଜେନ୍ସି ବା ସଂଗଠନର ହାତ ରହିଛି। ସୁରକ୍ଷା ସମ୍ବନ୍ଧୀୟ କଣ ତଥ୍ୟ ବାହାରକୁ ଯାଇଛି। ସେସବୁ ପାଇ କେତେ ପରିମାଣର ଅର୍ଥ ହାସଲ କରିଛନ୍ତି ଏହି ୫ ଅଭିଯୁକ୍ତ।

କୁଆଡେ ଯାଇଛି DRDO ତଥ୍ୟ ? ରିମାଣ୍ଡରେ ରାଜ୍ ଖୋଲିବେ ୫ ଅଭିଯୁକ୍ତ

ଏମାନଙ୍କ ପରିବାରର ଲୋକ କିଏ ଏଥିରେ ସାମିଲ ଥିଲେ କି ? ଏହା ସହ ଆଉ କେଉଁ ଲୋକ ସାମିଲ ଅଛନ୍ତି । ସେ ସବୁର ଛାନଭିନ ପାଇ ୭ଦିନିଆ ରିମାଣ୍ଡରେ 5 ଅଭିଯୁକ୍ତ । ଯାହାର ଖୋଳତାଡ ପାଇଁ ଅଭିଯୁକ୍ତଙ୍କୁ ବାଲେଶ୍ଵରରୁ କଟକ ଅଣାଯାଉଛି। ଜେରା ପାଇ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟିମ ପ୍ରସ୍ତୁତ ହୋଇଛି। ଏହି ଟିମରେ ଅଛନ୍ତି ଅତିରିକ୍ତ ଏସପି, ସାଇବର ଇନ୍ସପେକ୍ଟର ସହ ସବଇନ୍ସପେକ୍ଟର ଓ ଜଣେ ଏଏସଆଇ। ତଦନ୍ତର ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ।

ଜାତୀୟ ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ବା ତଦନ୍ତକାରି ସଂସ୍ଥାର ଆବଶ୍ଯକ ପଡିଲେ ସମସ୍ତ ପ୍ରକାର ସହଯୋଗ କରାଯିବ। ଏପର୍ଯ୍ୟନ୍ତ ଏହି ଘଟଣାରେ ହିଁ କେବଳ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। କେନ୍ଦ୍ରୀୟ ସଂସ୍ଥା NIA ଚାହିଁଲେ ଅଭିଯୁକ୍ତ ମାନଙ୍କୁ ପଚରାଉଚରା କରିପାରିବେ। କିନ୍ତୁ ଏଯାଏ ସେମାନେ ଏହି ଘଟଣାର ତଦନ୍ତ କରୁନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି ଏଡିଜି କ୍ରାଇମବ୍ରାଞ୍ଚ।

ସେପଟେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ତଥ୍ୟ ପ୍ରଘଟ ଘଟଣା। ହନିଟ୍ରାପ ପାକିସ୍ତାନୀ ଗୁଇନ୍ଦା ସଂସ୍ଥାକୁ ତଥ୍ୟ ହସ୍ତାନ୍ତର କରିଥିଲେ 5 ଅଭିଯୁକ୍ତ । ତେବେ ବାଲେଶ୍ଵର ଜେଲରୁ 5 ଅଭିଯୁକ୍ତଙ୍କୁ ନେଇ କ୍ରାଇମବ୍ରାଞ୍ଚ କଟକ ଅଭିମୁଖେ ଅପରାହ୍ନ 4ଟା 15 ମିନିଟରେ ଜେଲରୁ ବାହାରିଥିଲା । ଆଉ ସେଠାରୁ ମେଡିକାଲ ନେଇ ଅଭିଯୁକ୍ତଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପରେ ଏକ ପ୍ଲାଟୁନ ଫୋର୍ସ ସହାୟତାରେ କଡ଼ା ସୁରକ୍ଷା ବଳୟରେ କଟକ ନେିଛି କ୍ରାଇମବ୍ରାଞ୍ଚ ଟିମ୍ ।

ଭୁବନେଶ୍ବରରୁ ତାପସ ପରିଡା ଓ ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated :Sep 18, 2021, 7:15 PM IST

ABOUT THE AUTHOR

...view details