ଓଡିଶା

odisha

କାଜୁ ଜଙ୍ଗଲରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

By

Published : Jul 18, 2022, 11:12 AM IST

ଗଞ୍ଜାମ ପଦ୍ମପୁର ପଞ୍ଚାୟତ ଝରଣ ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର । ହତ୍ୟାର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

କାଜୁ ଜଙ୍ଗଲରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
କାଜୁ ଜଙ୍ଗଲରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ବ୍ରହ୍ମପୁର:ଯୁବକଙ୍କୁ ଅପହରଣ ପରେ ହତ୍ୟା କରି ଫୋପାଡି ଦେଲେ ଦୁର୍ବୃତ୍ତ । କାଜୁ ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କଲା ପୋଲିସ । ଗଞ୍ଜାମ ପଦ୍ମପୁର ପଞ୍ଚାୟତ ଝରଣ ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ହେଉଛନ୍ତି କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ.ଗୋବିନ୍ଦପୁର ଗ୍ରାମର ଟୁଟୁ ନାହାକ ବୋଲି ଜଣାପଡିଛି ।

କାଜୁ ଜଙ୍ଗଲରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ସୂଚନାନୁଯାୟୀ, ମୃତକ ଟୁଟୁ ଗତକାଲି ଅପରାହ୍ନ ସମୟରେ ଗ୍ରାମ ବାହାରେ ବୁଲୁଥିବା ବେଳେ ତିନିରୁ ଚାରି ଯୁବକ ଏକ ଜାଇଲୋ କାରରେ ଆସି ଅପହରଣ କରିନେଇଥିଲେ । ଏନେଇ ପରିବାର ଲୋକେ କବିସୂର୍ଯ୍ୟନଗର ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ତେବେ ଅଭିଯୁକ୍ତ ମାନେ ଟୁଟୁଙ୍କୁ ଅପହରଣ କରି ନେବାର କିଛି ଘଣ୍ଟା ପରେ ହତ୍ୟା କରି ଦୁର୍ଗମ ଆଦିବାସୀ ଗ୍ରାମ ନିକଟ କାଜୁ ଜଙ୍ଗଲରେ ପ୍ରମାଣ ନଷ୍ଟ ପାଇଁ ପୋଡ଼ି ଦେବା ପାଇଁ ଉଦ୍ୟମ କରୁଥିଲେ । ଏହି ସମୟରେ ସ୍ଥାନୀୟ ଯୁବକ ଦେଖିବାରୁ ଦୁର୍ବୃତ୍ତ ମାନେ ଚମ୍ପଟ ମାରିଥିଲେ।

ଏନେଇ ସ୍ଥାନୀୟ ଗ୍ରାମବାସୀ ପାଟପୁର ଥାନାକୁ ଖବର ଦେବା ପରେ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ରାତିରେ ମୃତଦେହକୁ ଜଗି ରହି ବିଭିନ୍ନ ପୋଲିସ ଥାନାକୁ ଖବର ଦେଇଥିଲେ । ପରେ କବିସୂର୍ଯ୍ୟନଗର ପୋଲିସ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତଦେହ ଚିହ୍ନଟ କରିଥିଲେ । ଘଟଣାସ୍ଥଳରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପି . କେ ଦଳାଇ, ଆସିକା ଏସଡିପିଓ ଉମାଶଙ୍କର ସିଂ , ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ସମେତ ପାଟପୁର, ବଡଗଡ ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିବା ଜଣାପଡିଛି । ତେବେ କିଏ ଓ କାହିଁକି ଯୁବକଙ୍କୁ ଅପହରଣ ଓ ପରେ ହତ୍ୟା କରି ଫୋପାଡି ଦେଲା ସେନେଇ ତଦନ୍ତ କରୁଛି ପୋଲିସ ।

ABOUT THE AUTHOR

...view details