ଓଡିଶା

odisha

ଇଟିଭି ଭାରତ ପ୍ରଭାବ, ସାର୍ଟିଫିକେଟ ଚିରିବା ପରେ ଦିବ୍ୟାଙ୍ଗଙ୍କୁ ମିଳିଲା ଭତ୍ତା

By

Published : Feb 3, 2021, 2:03 PM IST

Updated : Feb 3, 2021, 3:07 PM IST

ଶୁଣିଲା ପ୍ରଶାସନ, ମିଳିଲା ଭତ୍ତା । ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ବର୍ତ୍ତନା ଅଞ୍ଚଳର ଦିବ୍ୟାଙ୍କ ସୁରେନ୍ଦ୍ର ମଲ୍ଲିକଙ୍କୁ ଅନଲାଇନ ମାଧ୍ୟମରେ ଭତ୍ତା ଓ ପ୍ରମାଣପତ୍ର ଦିଆଯାଇଛି । ଅଧିକ ପଢନ୍ତୁ...

ସାର୍ଟିଫିକେଟ ଚିରିବା ପରେ ଦିବ୍ୟାଙ୍ଗଙ୍କୁ ମିଳିଲା ଭତ୍ତା
ସାର୍ଟିଫିକେଟ ଚିରିବା ପରେ ଦିବ୍ୟାଙ୍ଗଙ୍କୁ ମିଳିଲା ଭତ୍ତା

ବାଲେଶ୍ବର : ଜିଲ୍ଲା ଖଇରା ବ୍ଲକ ବର୍ତ୍ତନା ଅଞ୍ଚଳ ଦିବ୍ୟାଙ୍ଗ ସୁରେନ୍ଦ୍ର ମଲ୍ଲିକଙ୍କୁ ମିଳିଲା ସରକାରୀ ଭତ୍ତା । ଅନଲାଇନ ମାଧ୍ୟମରେ ଭତ୍ତା ସମେତ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ଏନେଇ ଡିଏସଏସଓ ସୂଚନା ଦେଇଛନ୍ତି । ଗତ ଜାନୁଆରୀ 7 ତାରିଖରେ ଦିବ୍ୟାଙ୍ଗକୁ କୌଣସି ଭତ୍ତା ନ ମିଳୁଥିବା ନେଇ ଇଟିଭି ଭାରତରେ ଖବର ପ୍ରସାରଣ କରାଯାଇଥିଲା । ଏହା ପରେ ସୁରେନ୍ଦ୍ରଙ୍କୁ ସମସ୍ତଙ୍କୁ ସହାୟତା ଯୋଗାଇ ଦେବେ ବୋଲି ସରକାରୀ ଅଧିକାରୀ କହିଥିଲେ ।

ସାର୍ଟିଫିକେଟ ଚିରିବା ପରେ ଦିବ୍ୟାଙ୍ଗଙ୍କୁ ମିଳିଲା ଭତ୍ତା

ସୁରେନ୍ଦ୍ର ମଲ୍ଲିକ ସରକାରୀ ଅଫିସ ବାରମ୍ବାର ଦୌଡିବା ପରେ ଭତ୍ତା ନ ମିଳିବା ଯୋଗୁଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନିଜର ସମସ୍ତ ସାର୍ଟିଫିକେଟ ଚିରି ପକାଇଥିଲେ। ସରକାରୀ ଉଦାସୀନତା କାରଣରୁ ସେ ଚିଡି ଯାଇ ସରକାରୀ ସ୍ତରରେ ମିଳିଥିବା ସମସ୍ତ କାଗଜ ପତ୍ର ଚିରି ପକାଇଥିଲେ। ଏହି ଘଟଣାକୁ ଇଟିଭି ଭାରତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାର ଏକ ମାସ ପରେ ମଧ୍ୟରେ ସୁରେନ୍ଦ୍ରଙ୍କୁ ଭତ୍ତା ଓ ସରକାରୀ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶୃତି ମୁତାବକ ସୁରେନ୍ଦ୍ରଙ୍କୁ ଅନଲାଇନ ଦିବ୍ୟାଙ୍ଗ ପ୍ରମାଣପାତ୍ର ସହ ତାଙ୍କୁ ଭତ୍ତା ପ୍ରଦାନ କରାଯାଇଛି ।

ଆହୁରି ପଢନ୍ତୁ..

ଦୌଡିଦୌଡି ମିଳିଲାନି ଭତ୍ତା, ଡକୁମେଣ୍ଟ ଚିରିଦେଲେ ଦିବ୍ୟାଙ୍ଗ

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Feb 3, 2021, 3:07 PM IST

ABOUT THE AUTHOR

...view details