ଓଡିଶା

odisha

Investments In SIP: ଛୋଟ ନିବେଶରୁ ଏମିତି କରନ୍ତୁ ବଡ ସଞ୍ଚୟ

By

Published : Sep 23, 2022, 11:11 AM IST

investments in SIP: ଛୋଟ ନିବେଶରୁ ଏମିତି କରନ୍ତୁ ବଡ ସଞ୍ଚୟ

କେବେ ଭାବିଛନ୍ତି କି, ଯଦି ଆମେ ସଞ୍ଚୟ ନ କରିବା ତାହାହେଲେ ଭବିଷ୍ୟତ କ'ଣ ହେବ ? ଏଥିପାଇଁ ସବୁବେଳେ ନିଜ ଆୟର ଏକ ଛୋଟ ଅଂଶ ସଞ୍ଚୟ କିମ୍ବା ନିବେଶ କରିବା ଉଚିତ୍ । ଆପଣ ରୋଜଗାରର ଏକ ଛୋଟ ଅଂଶକୁ ସଠିକ୍ ଭାବେ ନିବେଶ କରି କିଛି ବର୍ଷ ପରେ କୋଟିପତି ହୋଇପାରିବେ । ଏହା କେମିତି, ଜାଣିବା ପାଇଁ ପଢନ୍ତୁ ବିସ୍ତୃତରେ

ହାଇଦ୍ରାବାଦ:କେବେ ଭାବିଛନ୍ତି କି, ଯଦି ଆମେ ରୋଜଗାରର ସମସ୍ତ ଟଙ୍କା ଖର୍ଚ୍ଚ କରିଦେବା ତେବେ ଭବିଷ୍ୟତ କ'ଣ ହେବ ? ଏହାଦ୍ବାରା ଆର୍ଥିକ ସୁରକ୍ଷା ଓ ନିଜସ୍ବ ଘର କିଣିବାର ଆମର ସ୍ବପ୍ନ ପୂରଣ କରିପାରିବା କି ? ବର୍ଦ୍ଧିତ ଦୈନନ୍ଦିନ ଖର୍ଚ୍ଚ ମଧ୍ୟରେ ଆଜିକାଲି ସମସ୍ତଙ୍କୁ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏଥିପାଇଁ ଏବେଠୁ ନିଜର ମାସିକ ଆୟରୁ ଏକ ଛୋଟ ଅଂଶ ସଞ୍ଚୟ କରିବାକୁ ଅଭ୍ୟାସରେ ପରିଣତ କରାନ୍ତୁ । ଇନସ୍ୟୁରାନ୍ସ ପ୍ରିମିୟମ, ଗୃହଋଣ ସୁଧ( house loan interest) ଇତ୍ୟାଦି ଗୋଟିଏ ଗୋଟିଏ ବ୍ୟୟ ଅଟନ୍ତି । ଏହି ବ୍ୟୟର ଗୋଟିଏ ବୃହତ୍ ଭାଗ ଆମେ ନିଜର ରୋଜଗାରର ଏକ ଛୋଟ ଅଂଶକୁ ନିୟମିତ ଭାବେ ନିବେଶ କରି ରିକଭର କରିପାରିବା । ଏହି କ୍ଷେତ୍ରରେ ବ୍ୟବସ୍ଥିତ ନିବେଶ ଯୋଜନା (SIP) ସର୍ବୋକୃଷ୍ଟ ବିକଳ୍ପ ଅଟେ ।

ଅଧିକାଂଶ ଲୋକେ ମନେକରନ୍ତି, ବ୍ୟବସ୍ଥିତ ନିବେଶ ଯୋଜନା(systematic investment plan) ମ୍ୟୁଚଆଲ ଫଣ୍ଡରେ ନିବେଶ ଭଳି ଅଟେ । ଏହା ସତ, କିନ୍ତୁ ଏହିଭଳି ନିବେଶ ପାଇଁ SIP ଏକମାତ୍ର ବାଟ ନୁହେଁ । ଆମେ ବଜାର ସହ ଜଡିତ ଯୋଜନା ଗୁଡିକ ଯେପରି, ବ୍ୟାଙ୍କ ଜମା, ସୁକନ୍ୟା ସମୃଦ୍ଧି ଯୋଜନା, ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ଇତ୍ୟାଦିରେ ମଧ୍ୟ ଛୋଟ ଛୋଟ ନିବେଶ କରିପାରିବା । ଏହିପରି SIP ନିବେଶ ଶେୟାର, ଇଣ୍ଡେକ୍ସ ଇଟିଏଫ, ଗୋଲ୍ଡ ଫଣ୍ଡ ଇତ୍ୟାଦି ବିକଳ୍ପରେ ମଧ୍ୟ କରାଯାଇ ପାରିବ । ଆପଣ ନିଜର ଆବଶ୍ୟକତା, ଆର୍ଥିକ କ୍ଷମତା ଆଧାରରେ ଏହିସବୁ ଯୋଜନା ଗୁଡିକୁ ଚୟନ କରିପାରିବେ । ଏଥିପାଇଁ ନିଜର ବିପଦ ସହ୍ୟ କ୍ଷମତା(capacity for risk), ଆଶାତୀତ ଆୟ ଏବଂ ଉଦ୍ଦେଶ୍ୟ ଗୁଡିକର ଆକଳନ କରିବାକୁ ଭୁଲିବେ ନାହିଁ ।

ଆମେ ଆୟ କରିବା ମାତ୍ରେ ନିଜର ନିବେଶ ମଧ୍ୟ ଆରମ୍ଭ କରିବା ଆବଶ୍ୟକ । ସେ ପର୍ଯ୍ୟନ୍ତ ନିବେଶ ଜାରି କରନ୍ତୁ ଯେ ପର୍ଯ୍ୟନ୍ତ କାର୍ଯ୍ୟରୁ ଅବସର ଗ୍ରହଣ କରିନାହାନ୍ତି । ଯଦି ଆପଣ ୩୦ ବର୍ଷ ପାଇଁ ମାସିକ ୧୦୦୦ ଟଙ୍କା ନିବେଶ କରିନ୍ତି, ତେବେ ବାର୍ଷିକ ୧୮ ପ୍ରତିଶତ ସୁଧହାରରେ ୩୦ ବର୍ଷ ବାଦ୍ ୧.୪ କୋଟି ଟଙ୍କା ପାଇପାରିବେ । ଏହିପରି ଭାବେ ସମସ୍ତେ କୋଟିପତି ହେବାର ସୁଯୋଗ ଲାଭ କରିବେ । SIP ଯୋଜନା ପଛର ଷ୍ଟ୍ରାଟେଜି ହେଉଛି, ଗୋଟିଏ ନିର୍ଦ୍ଦିଷ୍ଟ ସମୟ ପାଇଁ ବଳକା ଆୟର ଛୋଟ ପରିମାଣ ବ୍ୟବସ୍ଥିତ ଭାବେ ନିବେଶ କରିବା । ତେବେ ନିଜର କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଯେପରିକି ପିଲାଙ୍କ ଶିକ୍ଷା, ନିଜସ୍ବ ଘର ଏବଂ ରିଟାୟାରମେଣ୍ଟ ଫଣ୍ଡ ଇତ୍ୟାଦି ନିର୍ଦ୍ଧାରିତ କରି ଏହି ନିବେଶ କରିବା ଭଲ । ସେହିପରି ଏହିସବୁ ଭବିଷ୍ୟତର ଆବଶ୍ୟକତା ପୂରଣ ପାଇଁ ଏକ ଉଚ୍ଚ ଭ୍ୟାଲୁ ସମ୍ପନ୍ନ ଏସଆଇପି ମଧ୍ୟ ନିଆଯାଇପାରିବ ।

ହୋମ ଲୋନ/ଗୃହ ଋଣ ସୁଧହାର ଅପେକ୍ଷାକୃତ କମ୍ । କିନ୍ତୁ ଏହି ଲୋନର ୨୦ରୁ ୩୦ ବର୍ଷର ଲମ୍ବା ଅବଧି ଯୋଗୁଁ ଏହା ଆମ ଉପରେ ଏକ ବୋଝ ସଦୃଶ । ଯଦି ପାଣ ୯ ପ୍ରତିଶତ ସୁଧରେ ୨୦ ବର୍ଷ ଟର୍ମ ପାଇଁ ୧୮,୦୦୦ EMI ଭରୁଛନ୍ତି ତେବେ ଆପଣ ଦେଉଥିବା ମୋଟ ସୁଧ ରାଶି ହେଉଛି ୨୩.୧୮ ଲକ୍ଷ । କିନ୍ତୁ ଆପଣ ଯଦି ୧୦ ପ୍ରତିଶତ ଇଏମଆଇ (୧୮୦୦-୨୦୦୦) ସହ ସମାନ ନିଜ ଆୟର ୧୨ ପ୍ରତିଶତ SIPରେ ନିବେଶ କରନ୍ତି, ତାହାହେଲେ ଆପଣ ୨୦ ବର୍ଷ ପରେ ୧୮ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପାଇପାରିବେ । ଯେତେବେଳେ ଆପଣ କାର, ବାଇକ କିମ୍ବା ଏହିଭଳି କିଛି ଜିନିଷ କିଣୁଛନ୍ତି, ଏହି ଖର୍ଚ୍ଚ ରିକଭରି କରିବାକୁ ଉପଯୁକ୍ତ SIP ପ୍ଲାନ ନେବା ଜରୁରୀ ।

ଏହାମଧ୍ୟ ପଢନ୍ତୁ:Fixed Deposits: ଜାଣନ୍ତୁ କେଉଁ ଫିକ୍ସ ଡିପୋଜିଟ୍ ଅଧିକ ଲାଭଦାୟକ ?

ମନେ ରଖନ୍ତୁ, ଏମିତି ଯୋଜନାରେ ସୁରକ୍ଷିତ ନିବେଶ କରନ୍ତୁ ଯାହା ମୁଦ୍ରାସ୍ଫୀତି ଅପେକ୍ଷା ଅଧିକ ରିଟର୍ଣ୍ଣ ଦେଉଥିବ । ସର୍ବଦା ନିବେଶ ମାଧ୍ୟମରେ ଆୟର ଦ୍ବିତୀୟ ଉତ୍ସ ସୃଷ୍ଟି କରିବା ଆବଶ୍ୟକ । ସେହିପରି ରୋଜଗାର କରୁଥିବା ବ୍ୟକ୍ତି ନିଜ ପାଇଁ ଲାଇଫ୍ ଇନସ୍ୟୁରାନ୍ସ ଏବଂ ପରିବାର ପାଇଁ ହେଲ୍‌ଥ ଇନସ୍ୟୁରାନ୍ସ ନେବା ଅନିର୍ବାର୍ଯ୍ୟ । ଏହାସହିତ ସବୁବେଳେ ଅନିଶ୍ଚିତତାର ମୁକାବିଲା ପାଇଁ ୨ରୁ ୩ ମାସର ଖର୍ଚ୍ଚ ଭରଣା କରିପାରୁଥିବା ଆବଶ୍ୟକୀୟ ପାଣ୍ଠି ସଂରକ୍ଷିତ ରଖନ୍ତୁ ।

ABOUT THE AUTHOR

...view details