ETV Bharat / business

ବିଶ୍ବର 4ର୍ଥ ବୃହତ୍ତ ଷ୍ଟକ୍‌ ମାର୍କେଟ ହେଲା ଭାରତ, କେଉଁ ଦେଶ ରହିଛି ଶୀର୍ଷରେ ? - Stock Exchanges In World

author img

By ETV Bharat Odisha Team

Published : Apr 28, 2024, 11:02 PM IST

ବିଶ୍ବର 4ର୍ଥ ବୃହତ୍ତ ଷ୍ଟକ୍‌ ମାର୍କେଟ ହେଲା ଭାରତ
ବିଶ୍ବର 4ର୍ଥ ବୃହତ୍ତ ଷ୍ଟକ୍‌ ମାର୍କେଟ ହେଲା ଭାରତ

Stock Exchanges In World: ଭାରତୀୟ ଷ୍ଟକ୍ ମାର୍କେଟ୍ ବିଶ୍ବର ଅନେକ ବଡ଼ ବଡ଼ ଷ୍ଟକ୍ ମାର୍କେଟକୁ ପଛରେ ପକାଇ ଶୀର୍ଷ 5 ତାଲିକାରେ ସାମିଲ ହୋଇଛି । ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ...

ମୁମ୍ବାଇ: ରେକର୍ଡ କଲା ଭାରତୀୟ ଷ୍ଟକ୍ ମାର୍କେଟ୍ । ବିଶ୍ବର ଅନେକ ବଡ଼ ବଡ଼ ଷ୍ଟକ୍ ମାର୍କେଟକୁ ପଛରେ ପକାଇ ଶୀର୍ଷ 5 ତାଲିକାରେ ନିଜ ନାଁ ପକ୍କା କରିଛି ଭାରତୀୟ ଷ୍ଟକ୍ ମାର୍କେଟ୍ । ମାର୍କେଟ କ୍ୟାପିଟାଲ ଅନୁସାରେ, ହଂକଂକୁ ଅତିକ୍ରମ କରି ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଷ୍ଟକ୍ ମାର୍କେଟରେ ପରିଣତ ହୋଇଛି । ତେବେ ହଂକଂକୁ ପଛରେ ପକାଇ ଭାରତର ବଜାର ପୁଞ୍ଜିକରଣ 4.0 ଟ୍ରିଲିୟନ ଡଲାରରେ ପହଞ୍ଚିଛି । ଆମେରିକାର ନ୍ୟୁୟର୍କ ଷ୍ଟକ୍ ଏକ୍ସଚେଞ୍ଜ ହେଉଛି ବିଶ୍ୱର ସର୍ବବୃହତ ଷ୍ଟକ୍ ମାର୍କେଟ । ଯାହାର ମାର୍କେଟ କ୍ୟାପ୍‌ 50.1 ଟ୍ରିଲିୟନ ଡଲାର ରହିଛି । ସେହିପରି ଏହା ପଛକୁ ଚିନ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଜାପାନ ତୃତୀୟ, ଭାରତ ଚତୁର୍ଥ ଓ ହଂକଂ ବିଶ୍ୱର ପଞ୍ଚମ ବୃହତ୍ତମ ଷ୍ଟକ୍ ମାର୍କେଟ ।

ନ୍ୟୁୟର୍କ ଷ୍ଟକ୍ ଏକ୍ସଚେଞ୍ଜ: ନ୍ୟୁୟର୍କ ଷ୍ଟକ୍ ଏକ୍ସଚେଞ୍ଜ (NYSE) ଇଣ୍ଟରକଣ୍ଟିନେଣ୍ଟାଲ୍ ଏକ୍ସଚେଞ୍ଜର ଏକ ଅଂଶ । ଯାହାର ସାରା ବିଶ୍ବରେ ଏକ୍ସଚେଞ୍ଜ ସହ କ୍ଲିୟରାନ୍ସ ହାଉସ ରହିଛି । ନ୍ୟୁୟର୍କ ଷ୍ଟକ୍ ଏକ୍ସଚେଞ୍ଜ 50.1 ଟ୍ରିଲିୟନ ଡଲାରର ମାର୍କେଟ କ୍ୟାପ୍ ସହିତ ବିଶ୍ବର ସର୍ବବୃହତ ଷ୍ଟକ୍ ଏକ୍ସଚେଞ୍ଜ । 1792ରୁ ନ୍ୟୁୟର୍କ ଷ୍ଟକ୍ ଏକ୍ସଚେଞ୍ଜ ଆରମ୍ଭ ହୋଇଥିଲା । ତେବେ ପୂର୍ବରୁ ଥିବା ବ୍ୟାଙ୍କ ଅଫ୍ ନ୍ୟୁୟର୍କ, ଯାହା ବର୍ତ୍ତମାନ ବ୍ୟାଙ୍କ ଅଫ୍ ନ୍ୟୁୟର୍କ ମେଲନର ଅଂଶ ଅଛି, ଏହା NYSEରେ ପ୍ରଥମ କାରବାର କରିଥିଲା ।

ସାଂଘାଇ ଷ୍ଟକ୍ ଏକ୍ସଚେଞ୍ଜ: ସାଂଘାଇ ଷ୍ଟକ୍ ଏକ୍ସଚେଞ୍ଜ ହେଉଛି ଦୁନିଆର ନୂଆ ଏକ୍ସଚେଞ୍ଜ ମଧ୍ୟରୁ ଅନ୍ୟତମ । 1990 ଦଶକର ଶେଷ ଭାଗରେ ଏହା ଆରମ୍ଭ ହୋଇଥିଲା ​​ଏବଂ ଡିସେମ୍ବର 2023 ସୁଦ୍ଧା ଏଥିରେ 2,853 କମ୍ପାନୀ ସାମିଲ ହୋଇଛନ୍ତି । ଏହି ଚାଇନିଜ୍ କମ୍ପାନୀଗୁଡିକର ଏ-ସେୟାର କେବଳ ଚାଇନାରେ ରହୁଥିବା ନାଗରିକଙ୍କ ପାଇଁ ଉପଲବ୍ଧ । କିନ୍ତୁ ଚାଇନିଜ୍ କମ୍ପାନୀଗୁଡିକର ଏଚ୍-ସେୟାରଗୁଡିକ ହଂକଂ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହୋଇଛି ଏବଂ ବୈଶ୍ବିକ ନିବେଶକମାନଙ୍କ ପାଇଁ ଖୋଲା ରହିଛି । 10.6 ଟ୍ରିଲିୟନ ଡଲାରର ମାର୍କେଟ କ୍ୟାପ ସହ ଚୀନ୍ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଷ୍ଟକ୍ ମାର୍କେଟ ।

ଟୋକିଓ ଷ୍ଟକ୍ ଏକ୍ସଚେଞ୍ଜ: ଟୋକିଓ ଷ୍ଟକ୍ ଏକ୍ସଚେଞ୍ଜ (TSE), ବର୍ତ୍ତମାନ ଜାପାନ ଏକ୍ସଚେଞ୍ଜ୍ ଗ୍ରୁପ୍ (JPX)ର ଏକ ଅଂଶ । ଯାହା ଟୋକିଓ ଷ୍ଟକ୍ ଏକ୍ସଚେଞ୍ଜ, ଓସାକା ସିକ୍ୟୁରିଟି ଏକ୍ସଚେଞ୍ଜ ଏବଂ ଟୋକିଓ କମୋଡିଟି ଏକ୍ସଚେଞ୍ଜକୁ ମିଶ୍ରଣ କରିଛି ।

ଭାରତୀୟ ଷ୍ଟକ୍ ଏକ୍ସଚେଞ୍ଜ: ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ୍ ଅଫ୍ ଇଣ୍ଡିଆ (NSE)ର ମାର୍କେଟ କ୍ୟାପ୍ 4.0 ଟ୍ରିଲିୟନରହିଛି । ଏଥିରେ 2,370 କମ୍ପାନୀ ରହିଛି । 2023ରେ ପ୍ରଥମ ଥର ପାଇଁ ଏହା ହଂକଂ ଷ୍ଟକ୍ ଏକ୍ସଚେଞ୍ଜକୁ ଅତିକ୍ରମ କରିଥିଲା । NSE 1992ରେ ପ୍ରତିଷ୍ଠିତ ହୋଇଥିଲା । ସେହିପରି ଭାରତର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଷ୍ଟକ୍ ଏକ୍ସଚେଞ୍ଜ ହେଉଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE)

ଏହା ମଧ୍ୟ ପଢ଼ନ୍ତୁ..କୋଟାକ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ - Kotak Mahindra Bank

ହଂକଂ ଷ୍ଟକ୍ ଏକ୍ସଚେଞ୍ଜ:ଶ୍ରେଷ୍ଠ ୧୦ଟି ବୃହତ ଷ୍ଟକ୍ ଏକ୍ସଚେଞ୍ଜ ମଧ୍ୟରୁ ହଂକଂ ଷ୍ଟକ୍ ଏକ୍ସଚେଞ୍ଜ ଅନ୍ୟତମ । ହଂକଂ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନୀଗୁଡିକ ମାର୍କେଟ କ୍ୟାପ 3.9 ଟ୍ରିଲିୟନ ଡଲାର୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.