Fixed Deposits: ଜାଣନ୍ତୁ କେଉଁ ଫିକ୍ସ ଡିପୋଜିଟ୍ ଅଧିକ ଲାଭଦାୟକ ?

author img

By

Published : Sep 22, 2022, 2:05 PM IST

Fixed Deposits: ଜାଣନ୍ତୁ କେଉଁ ଫିକ୍ସ ଡିପୋଜିଟ୍ ଅଧିକ ଲାଭଦାୟକ ?

ଠିକ୍ ସମୟରେ ଠିକ୍ ସ୍କିମରେ ସଞ୍ଚୟ କରିବା ଗୁରୁତ୍ବପୂର୍ଣ୍ଣ । ବର୍ତ୍ତମାନ ବ୍ୟାଙ୍କଗୁଡିକୁ ସୁଧହାର ବୃଦ୍ଧି କରୁଥିବାରୁ ଫିକ୍ସ ଡିପୋଜିଟ୍ ସଞ୍ଚୟ ପାଇଁ ଉତ୍ତମ ବିକଳ୍ପ ଭାବେ ଉଭା ହୋଇଛି । ତେବେ ଜାଣନ୍ତୁ କେଉଁ ଫିକ୍ସ ଡିପୋଜିଟ୍ ଅଧିକ ଲାଭଦାୟକ ?

ହାଇଦ୍ରାବାଦ: ସୁଧହାର ବୃଦ୍ଧି ଯୋଗୁଁ ବ୍ୟାଙ୍କ, ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ(NBFC) ଏବଂ କର୍ପୋରେଟଗୁଡିକ ନିଜର ଜମା ହାର(ଡିପୋଜିଟ ରେଟ୍) ସଂଶୋଧନ କରୁଛନ୍ତି । ନିର୍ଦ୍ଧିଷ୍ଟ ଭାବେ କର୍ପୋରେଟଗୁଡିକ ପାଣ୍ଠି ଆବଶ୍ୟକାତା ପୂରଣ କରିବାକୁ ସ୍ବଳ୍ପ ମିଆଦୀ ଡିପୋଜିଟ(Short-term deposits) ଘୋଷଣା କରିବା ଆରମ୍ଭ କରିଛନ୍ତି । ତେବେ ଆପଣ କେଉଁ ଡିପୋଜିଟରେ ନିବେଶ ପାଇଁ ଚାହୁଁଛନ୍ତି ତାହା ବାଛିବା ପୂର୍ବରୁ କେତେକ ସତର୍କତା ଅବଲମ୍ବନ କରିବା ଜରୁରୀ ।

ଯେମିତିକି, କର୍ପୋରେଟ ଡିପୋଜିଟରେ ନିବେଶ କରିବା ପୂର୍ବରୁ ଏହାର କ୍ରେଡିଟ ରେଟିଂକୁ ଯାଞ୍ଚ କରିବା ଅର୍ନିବାର୍ଯ୍ୟ । କମ୍ ବିପଦ ବା ଲୋ ରିସ୍କ(low risk) ସମ୍ପନ୍ନ କର୍ପୋରେଟଗୁଡିକ ଡିପୋଜିଟ ଉପରେ ଅପେକ୍ଷାକୃତ କମ୍ ସୁଧ ପ୍ରଦାନ କରିଥାନ୍ତି । ଅନୁରୂପ ଭାବେ କମ୍ ରେଟିଂ ବିଶିଷ୍ଟ ଫାର୍ମଗୁଡିକ ଅଧିକ ରିସ୍କ ସମ୍ପନ୍ନ ହୋଇଥିବାରୁ ଉଚ୍ଚ ସୁଧହାର ଅଫର କରିଥାନ୍ତି । ତେଣୁ ନିବେଶକ ଟଙ୍କା ବିନିଯୋଗ ପୂର୍ବରୁ CRISIL, ICRA ଏବଂ CARE ଭଳି ପ୍ରମୁଖ ରେଟିଂ ଏଜେନ୍ସିଂଗୁଡିକ ପକ୍ଷରୁ ଦିଆଯାଇଥିବା ରେଟିଂକୁ ଯାଞ୍ଚ କରିବା ଜରୁରୀ ।

ଭଲ ରେଟିଂ ଥିବା ଜମାଗୁଡିକୁ ଅଧିକ ସୁରକ୍ଷିତ ଭାବେ ବିଚାର କରାଯାଇ ପାରିବ । ଏନେଇ ବିଶେଷଜ୍ଞ କୁହନ୍ତି, AAA-ରେଟଡ୍ ଡିପୋଜିଟରେ ସାମାନ୍ୟ କମ୍ ରିଟର୍ଣ୍ଣ ଦେଇଥାଏ । କିନ୍ତୁ ଏଥିରେ ଆପଣଙ୍କ ଟଙ୍କା ସୁରକ୍ଷିତ ରହିବା ସହିତ ଠିକ୍ ସମୟରେ ସୁଧ ମଧ୍ୟ ମିଳିଥାଏ । ସମ୍ପ୍ରତି ଆମେ ସୁଧହାର ବୃଦ୍ଧି ପର୍ଯ୍ୟାୟ ଦେଇ ଗତି କରୁଛେ । ଯେହେତୁ ବର୍ତ୍ତମାନ ସମୟରେ ବ୍ୟାଙ୍କଗୁଡିକ ସୁଧହାର ବଢାଉଛନ୍ତି, ଏପରି ସ୍ଥିତିରେ ଦୀର୍ଘ ମିଆଦୀ ଜମା(Long-term deposits) ଚୟନ କରିବା ଅନୁଚିତ୍ ।

ବର୍ତ୍ତମାନ ସମୟରେ ସ୍ବଳ୍ପ ମିଆଦୀ ଜମା ଅଧିକ ଲାଭଦାୟକ ଅଟେ । ତେବେ ଆପଣ ନିଜ ଭବିଷ୍ୟତର ଲକ୍ଷ୍ୟ ଭିତ୍ତିରେ ଦୀର୍ଘ ମିଆଦୀ ଜମାକୁ ମଧ୍ୟ ବାଛି ପାରିବେ କିନ୍ତୁ ଏବେ ଆପଣ ୧୨ ମାସ କିମ୍ବା ତାହାଠୁ କମ୍ ଅବଧିର କୌଣସି ଜମା/ଡିପୋଜିଟ ସନ୍ଧାନ କରନ୍ତୁ । କର୍ପୋରେଟ ଡିପୋଜିଟରୁ ପ୍ରାପ୍ତ ଲାଭକୁ ମୋଟ ଆୟରେ ଅନ୍ତର୍ଭୁକ୍ତ କରାଯିବା ଉଚିତ୍ ।

ଏହାମଧ୍ୟ ପଢନ୍ତୁ: ଆର୍ଥିକ ସଙ୍କଟରୁ ସୁରକ୍ଷା ଦିଏ ସର୍ବୋତ୍କୃଷ୍ଟ ବୀମା ପଲିସି

ସେହିପରି ଯଦି ଜଣେ ବ୍ୟକ୍ତି ଦୁଇରୁ ତିନି ମାସ ମଧ୍ୟରେ ନିଜର ଟଙ୍କା ଫେରି ପାଇବାକୁ ଚାହାନ୍ତି, ତେବେ ସେ ବ୍ୟାଙ୍କ ଡିପୋଜିଟକୁ ଚୟନ କରିବା ଉଚିତ୍ । ପ୍ରତ୍ୟେକ ଡିପୋଜିଟରେ ନୋମିନି ସୁବିଧା ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ । କିଛି ଛୋଟ ବ୍ୟାଙ୍କଗୁଡିକ ଅଧିକ ସୁଧହାର ଅଫର କରିଥନ୍ତି । ତେଣୁ ଆପଣ ବୃହତ୍ ବ୍ୟାଙ୍କ, ଛୋଟ ବ୍ୟାଙ୍କ କିମ୍ବା କର୍ପୋରେଟ ସେକ୍ଟରରେ ନିବେଶ ପାଇଁ ଚାହୁଁଥିଲେ ପୂର୍ବରୁ ଯୋଜନା ପ୍ରସ୍ତୁତ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.