ଓଡିଶା

odisha

Tata Steel Mega Merger: ଟାଟା ଷ୍ଟିଲ୍‌ରେ ମିଶିବ 7ଟି ମେଟାଲ୍ କମ୍ପାନୀ

By

Published : Sep 23, 2022, 10:49 AM IST

Tata Steel Mega Merger: ଟାଟା ଷ୍ଟିଲ୍‌ରେ ମିଶିବ 7ଟି ମେଟାଲ୍ କମ୍ପାନୀ
Tata Steel Mega Merger: ଟାଟା ଷ୍ଟିଲ୍‌ରେ ମିଶିବ 7ଟି ମେଟାଲ୍ କମ୍ପାନୀ ()

ଟାଟା ଷ୍ଟିଲ୍‌ର ବଡ ଘୋଷଣା । କମ୍ପାନୀ ଅଧୀନରେ ଥିବା ମେଟାଲ ସହ ଜଡିତ ସମସ୍ତ 7 କମ୍ପାନୀକୁ ଟାଟା ଷ୍ଟିଲରେ ମିଶ୍ରଣ ହେବ(Metal companies of Tata group merge) । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ମୂଲ୍ୟ ହ୍ରାସ ଏବଂ ଉତ୍ପାଦନକୁ ଦୃଷ୍ଟିରେ ରଖି କମ୍ପାନୀ ଗୁଡିକର ଏକୀକରଣକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛି ଟାଟା ଗ୍ରୁପ୍ । କମ୍ପାନୀ ଅଧୀନରେ ଥିବା ମେଟାଲ ସହ ଜଡିତ ସମସ୍ତ 7 କମ୍ପାନୀକୁ ଟାଟା ଷ୍ଟିଲରେ ମିଶ୍ରଣ ହେବ(Seven metal companies of Tata Group to be merged with Tata Steel) । ଏହାର ଅର୍ଥ, ଟାଟା ଗ୍ରୁପ ମେଟାଲ୍ ସହ ଜଡିତ ସମସ୍ତ ବ୍ୟବସାୟ ଏକକ କମ୍ପାନୀ, ଟାଟା ଷ୍ଟିଲରେ ପରିଣତ ହେବ । ଟାଟା ଷ୍ଟିଲ ଷ୍ଟକ୍ ଏକ୍ସଚେଞ୍ଜକୁ କହିଛି ଯେ, ‘‘ଗୁରୁବାର କମ୍ପାନୀର ବୋର୍ଡ ଅଫ୍ ଡାଇରେକ୍ଟର୍ସ ବୈଠକରେ ଗ୍ରୁପ୍‌ର 7 ଟି ମେଟାଲ କମ୍ପାନୀକୁ ଟାଟା ଷ୍ଟିଲ ସହିତ ମିଶ୍ରଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।’’

ଟାଟା ଷ୍ଟିଲ ଦ୍ୱାରା ଷ୍ଟକ୍ ମାର୍କେଟକୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଟାଟା ଷ୍ଟିଲ ସହିତ ମିଶ୍ରିତ ହେବାକୁ ଥିବା ଗ୍ରୁପ୍ କମ୍ପାନୀ ଗୁଡିକ(Tata Steel subsidiary companies) ମଧ୍ୟରେ ଟାଟା ଷ୍ଟିଲ୍ ଲଙ୍ଗ୍ ପ୍ରଡକ୍ଟସ୍(Tata Steel Long Products), ଟିନ୍ ପ୍ଲେଟ୍ କମ୍ପାନୀ ଅଫ୍ ଇଣ୍ଡିଆ ଲିମିଟେଡ୍(The Tinplate Company of India Limited), ଟାଟା ମେଟାଲିକ୍ସ୍ ଲିମିଟେଡ୍(Tata Metaliks Limited), ଟିଆରଏଫ୍ ଲିମିଟେଡ୍, ଇଣ୍ଡିଆନ୍ ଷ୍ଟିଲ୍ ଏବଂ ୱୟାର୍ ପ୍ରଡକ୍ଟସ୍ ଲିମିଟେଡ୍ ଅନ୍ତର୍ଭୁକ୍ତ(The Indian Steel & Wire Products Limited), ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (Tata Steel Mining Limited) ଏବଂ ଏସ୍ ଆଣ୍ଡ ଟି ମାଇନିଂ କମ୍ପାନୀ ଲିମିଟେଡ୍(S & T Mining Company Limited) ସାମିଲ ହେଉଛି ।

ଏହି ମିଶ୍ରଣ ପରେ ଓଭରହେଡ୍ ଏବଂ କର୍ପୋରେଟ୍ ଖର୍ଚ୍ଚ ହ୍ରାସ ଦିଗରେ ଅଧିକ ସୁଯୋଗ ରହିବ । ପ୍ରତ୍ୟେକ ପ୍ରସ୍ତାବିତ ମିଶ୍ରଣ ଅଂଶୀଦାରମାନଙ୍କ (shareholders) ପାଇଁ ମୂଲ୍ୟବୋଧ ହେବ ବୋଲି କମ୍ପାନୀ କହିଛି । ଟାଟା ଷ୍ଟିଲରେ ମିଶ୍ରିତ ହେବାକୁ ଥିବା 7 ଟି ଭିନ୍ନ କମ୍ପାନୀର ବୋର୍ଡର ସ୍ବତନ୍ତ୍ର ନିର୍ଦ୍ଦେଶକ କମିଟି ଏବଂ କମ୍ପାନୀର ଅଡିଟ୍ କମିଟି ମିଶ୍ରଣ ପ୍ରସ୍ତାବର ସମୀକ୍ଷା କରିବା ପରେ ଏହାକୁ ସୁପାରିଶ କରିଥିବା ମଧ୍ୟ କମ୍ପାନୀ କହିଛି ।

ABOUT THE AUTHOR

...view details