ନୂଆଦିଲ୍ଲୀ: ଆଇଫୋନ ନିର୍ମାତା ଆମେରିକୀୟ ଅଗ୍ରଣୀ କମ୍ପାନୀ ଆପଲ ଭାରତରେ ଆରମ୍ଭ କଲା ଉତ୍ପାଦନ । କମ୍ପାନୀ ନିଜର ଫ୍ଲାଗସିପ ମଡେଲ ଆଇଫୋନ 11 ଚେନ୍ନାଇ ନିକଟସ୍ଥ ଫକ୍ସକନ ପ୍ଲାଣ୍ଟରେ ପ୍ରସ୍ତୁତ କରୁଛି । ପ୍ରଥମ ଥର ପାଇଁ କମ୍ପାନୀ ଭାରତରେ ଏହାର କୌଣସି ମଡେଲ ଉତ୍ପାଦନ କରିଛି ।
ଆଇଫୋନର ଏହି ପ୍ରୟାସ ଦ୍ବାରା ସରକାରଙ୍କ ମେକ ଇନ ଇଣ୍ଡିଆ ଅଭିଯାନକୁ ମଧ୍ୟ ପ୍ରୋତ୍ସାହନ ମିଳିବ । ତେବେ ଆଗକୁ ଏହାର ଉତ୍ପାଦନ କ୍ରମାଗତ ଭାବେ ବୃଦ୍ଧି କରାଯିବ । ଏପରିକି ଆପଲ ଭାରତରେ ତିଆରି କରୁଥିବା ଆଇଫୋନ-11କୁ ରପ୍ତାନୀ ପାଇଁ ମଧ୍ୟ ପ୍ରସ୍ତୁତ ହେବ । ଏସବୁ ଦ୍ବାରା ମୋବାଇଲ ଉପଭୋକ୍ତାଙ୍କ ଚୀନ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ।