ଓଡିଶା

odisha

ମାୟାନଗରୀରେ ଅପରାଧ: ରାସ୍ତାକଡରେ ପଡିଥିବା ସୁଟକେଶରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରିି

By ETV Bharat Odisha Team

Published : Nov 20, 2023, 7:14 AM IST

ମାୟାନଗରୀରେ ବଢୁଛି ଅପରାଧିକ ମାମଲା । ମଧ୍ୟ ମୁମ୍ବାଇର କୁର୍ଲା ଅଞ୍ଚଳରେ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ସ୍ଥାନରେ ଏକ ସୁଟକେଶରୁ ମହିଳାଙ୍କ ମୃତ ଦେହ ଉଦ୍ଧାର । ହତ୍ୟା ମାମାଲ ରୁଜ୍ଜୁ କରି ପୋଲିସ ତଦନ୍ତ ଜାରିି । ଅଧିକ ପଢନ୍ତୁ

ମାୟାନଗରୀରେ ବଢୁଛି ଅପରାଧ
ମାୟାନଗରୀରେ ବଢୁଛି ଅପରାଧ

ମୁମ୍ବାଇ:ସୁଟକେଶରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମହାରାଷ୍ଟ୍ରର ମଧ୍ୟ ମୁମ୍ବାଇର କୁର୍ଲା ଅଞ୍ଚଳର ରାସ୍ତାକଡ଼ରୁ ଏକ ସୁଟକେଶରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ମୁମ୍ବାଇ ପୋଲିସ ପକ୍ଷରୁ ହତ୍ୟା ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି । ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ସହ ସ୍ଥାନୀୟ ଲୋକମାନଙ୍କୁ ପଚରାଉଚରା କରିଛି ପୋଲିସ ।

ତେବେ ମୁମ୍ବାଇ ପୋଲିସର ସୂଚନା ଅନୁଯାୟୀ, ରବିବାର ମଧ୍ୟାହ୍ନ 12.30 ସୁଦ୍ଧା ମହାରାଷ୍ଟ୍ରର ମଧ୍ୟ ମୁମ୍ବାଇ କୁର୍ଲା ଅନ୍ତର୍ଗତ ଶାନ୍ତି ନଗର ଅଞ୍ଚଳରେ ଚାଲିଥିବା ମେଟ୍ରେ ପ୍ରକଳ୍ପର କାର୍ଯ୍ୟ ନିକଟସ୍ଥ ସିଏସ୍‌ଟି ରାସ୍ତାକଡ଼ରେ ପରିତ୍ୟକ୍ତ ଅବସ୍ଥାରେ ଏକ ବଡ଼ ସୁଟକେଶ ପଡ଼ିଥିବା ନେଇ ଖବର ପାଇଥିଲା ପୋଲିସ । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଟକେଶକୁ ଯାଞ୍ଚ କରିବା ପରେ ଖୋଲିବା ବେଳେ ସେଥିରେ ଜଣେ ମହିଳାଙ୍କ ମୃତଦେହ ଥିବା ଦେଖିବାକୁ ପାଇଥିଲା । ତେବେ ମହିଳାଙ୍କୁ କେହି ହତ୍ୟା କରି ସୁଟକେଶ୍‌ ଭିତରେ ପୁରାଇ ରାସ୍ତାକଡ଼ରେ ଫୋପାଡ଼ି ଦେଇ ଚାଲିଯାଇଥିବା ସନ୍ଦେହ କରୁଛି ପୋଲିସ ।

ଏହାମଧ୍ୟ ପଢନ୍ତୁ...ମାୟାନଗରୀରେ କୋଲ୍ଡଡ୍ରିଙ୍କ୍ସରେ ନିଶା ମିଶାଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, 2 ଗିରଫ

ଅନ୍ୟପଟେ ସୁଟକେଶରୁ ମୃତଦେହ ଉଦ୍ଧାର କରି ଏହାକୁ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଛି ମୁମ୍ବାଇ ପୋଲିସ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହତ୍ୟା ସମ୍ବନ୍ଧରେ ଅଧିକ ତଥ୍ୟ ମିଳି ପାରିବ ବୋଲି ପୋଲିସ ଆଶା ରଖିଛି । ତେବେ ମୃତ ମହିଳାଙ୍କ ପରିଚୟ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି । ମୃତ ମହିଳା ଜଣକ ଗୋଟିଏ ଟି-ସାର୍ଟ ସହ କଳା ରଙ୍ଗର ପ୍ୟାଣ୍ଟ୍‌ ପିନ୍ଧିଥିବା ବେଳେ ତାଙ୍କ ବୟସ ପାଖାପାଖି 25ରୁ 35 ମଧ୍ୟରେ ହେବ ବୋଲି ପୋଲିସ ଅନୁମାନ କରୁଛି । ମହିଳାଙ୍କ ଫୋଟୋ ସର୍କୁଲେଟ୍‌ କରିବା ସହ ପୋଲିସ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ାଇଛି ।

ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ଥିବା ସିସିଟିଭିକୁ ନିଜେ ଯାଞ୍ଚ କରୁଛି । ଭାରତୀୟ ପିଙ୍ଗଳ କୋଡ୍‌ ଧାରା 302 (ହତ୍ୟା) ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ହତ୍ୟାର କାରଣ ସ୍ପଷ୍ଟ ହେବ ଓ ଅଭିଯୁକ୍ତ ଧରା ପଡ଼ିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ତେବେ ମାୟାନଗର ମୁମ୍ବାଇରେ ବଢିଚାଲିଛି ଅପରାଧ । ହତ୍ୟା, ଦୁଷ୍କର୍ମ ଭଳି ସାଂଘାତିର ଅପରାଧିକ ମାମଲା ମାୟାନଗରୀରେ ବୃଦ୍ଧି ପାଉଥିବା ବେଳେ ଅପରାଧିଙ୍କୁ ଧରିବା ମୁମ୍ବାଇ ପୋଲିସ ପାଇଁ ଏକ ବଡ଼ ଚାଲେଞ୍ଜ ପାଲଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details