ETV Bharat / bharat

ମାୟାନଗରୀରେ କୋଲ୍ଡଡ୍ରିଙ୍କ୍ସରେ ନିଶା ମିଶାଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, 2 ଗିରଫ

author img

By ETV Bharat Odisha Team

Published : Nov 19, 2023, 3:23 PM IST

ଛାତ୍ରୀଙ୍କୁ ଗଣଦୁଷ୍କର୍ମ,  2 ଗିରଫ
ଛାତ୍ରୀଙ୍କୁ ଗଣଦୁଷ୍କର୍ମ, 2 ଗିରଫ

କୋଲ଼୍ଡଡ୍ରିଙ୍କ୍ସରେ ନିଶା ମିଶାଇ 19 ବର୍ଷିୟା କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ମାମଲାରେ 2 ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

ମୁମ୍ବାଇ: ମୁମ୍ବାଇରେ ଲଜ୍ଜାଜନକ ଘଟଣା । କୋଲ଼୍ଡଡ୍ରିଙ୍କ୍ସରେ ନିଶା ମିଶାଇ 19 ବର୍ଷୀୟା କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ମାମଲାରେ 2 ଅଭିଯୁକ୍ତ ଗିରଫ । ଗୋଟିଏ ବିଲ୍ଡିଂରେ ରହୁଥିଲେ ଉଭୟ ପୀଡିତା ଓ ଅଭିଯୁକ୍ତ । ପୀଡିତାଙ୍କ ଅଭିଯୋଗ ଆଧାରରେ ଉଭୟଙ୍କୁ ଗିରଫ କରାଯାଇଥିବା ବେଳେ ନଭେମ୍ବର 20 ଯାଏ ପୋଲିସ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପୀଡିତା ଓ ଅଭିଯୁକ୍ତ ଅଜିତ କୁମାର ଯାଦବ ଉଭୟ ମୁମ୍ବାଇର ଚମ୍ବୁର ଅଞ୍ଚଳର ନିବାସୀ ଅଟନ୍ତି । ଅଭିଯୁକ୍ତ ଓ ପୀଡିତା ପଡୋଶୀ ଅଟନ୍ତି । 19 ବର୍ଷୀୟା କଲେଜ ଛାତ୍ରୀ ଜଣକ ଅଜିତ କୁମାର ଯାଦବ ଘରକୁ କିଛି ରୋଷେଇ ସାମଗ୍ରୀ ମାଗିବାକୁ ଆସିଥିଲେ । ସେହି ସମୟରେ ଅଜିତ କୁମାର ଯାଦବ ଓ ତାଙ୍କର ଜଣେ ସାଙ୍ଗଙ୍କ ବ୍ୟତୀତ ଘରେ କେହିନଥିଲେ । ତେବେ ଏହି ସମୟରେ ଛାତ୍ରୀ ଜଣଙ୍କୁ କୋଲ୍ଡଡ୍ରିଙ୍କ୍ସ ଦେଇଥିଲେ ଅଜିତ । ତେବେ ଛାତ୍ରୀଙ୍କ ଅଜାଣତରେ ତାଙ୍କ ଥଣ୍ଡା ପାନୀୟରେ ନିଶା ଦ୍ରବ୍ୟ ମିଶାଇ ତାଙ୍କୁ ପିଇବାକୁ ଦେଇଥିଲେ ଅଜିତ । ଯାହାପରେ ଅଚେତ ଅବସ୍ଥାରେ 2 ଜଣ ସାଙ୍ଗ ମିଶି ଛାତ୍ରୀ ଜଣଙ୍କୁ ଦୁଷ୍କର୍ମ କରିଥିଲେ । ଚେତା ଫେରିବା ପରେ ଛାତ୍ରୀ ଜଣକ ନିଜ ସ୍ବାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ଦେଖିବାକୁ ପାଇଥିଲେ । ଯାହାପରେ ଦୁଷ୍କର୍ମ ହୋଇଥିବା ନେଇ ସେ ଜାଣିବାକୁ ପାଇଥିଲେ । ଏନେଇ ସେ ନିଜ ପରିବାର ଲୋକଙ୍କୁ କହିବା ପରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଏହାମଧ୍ୟ ପଢନ୍ତୁ..5 ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା: ଦୋଷୀକୁ ଜରିମାନା ସହ ଫାଶୀ ଦଣ୍ତାଦେଶ ଶୁଣାଇଲେ କୋର୍ଟ

ଆଇପିସି ଧାରା 376, 376(ଡି) ଓ 34 ଆଧାରରେ ଗିରଫ କରାଯାଇଛି । 2 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପରେ ପୋଲିସ ପଚରାଉଚରା ପାଇଁ ନଭେମ୍ବର 20 ଯାଏ ନିଜ ହେପାଜତକୁ ନେଇଛି ।

ତେବେ ଚମ୍ବୁର ଅଞ୍ଚଳର ଏକ କ୍ବାଟରରେ ଅଜିତଙ୍କର ବାପା ରହୁଥିବା ବେଳେ ସେ ପାଲଘର ଜିଲ୍ଲାର ଭୋଇସାରରେ ନିଜ ମାଆ ଓ ଭଉଣୀଙ୍କ ସହ ରୁହନ୍ତି । ଅନେକ ସମୟରେ ନିଜ ବାପାଙ୍କ ପାଖକୁ ବୁଲିବାକୁ ଆସିଥାନ୍ତି । ଗତ ବର୍ଷେ ହେଲା ଅଭିଯୁକ୍ତ ନିଜ ବାପାଙ୍କ ସହ ରହି ଆସୁଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.