ଓଡିଶା

odisha

Covaxin ଯୋଗାଣରେ ରୋକ ଲଗାଇଲା WHO, ନିରାପତ୍ତାରେ ନାହିଁ ପ୍ରଭାବ କହିଲା Bharat Biotech

By

Published : Apr 3, 2022, 1:45 PM IST

କୋରୋନା ଟିକା କୋଭାକ୍ସିନ୍‌ ଉପରେ ରୋକ ଲଗାଇଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO)। ମିଳିତ ଜାତିସଂଘ ଏଜେନ୍ସି ମାଧ୍ୟମରେ ଭାରତ ବାୟୋଟେକ ଦ୍ବାରା ନିର୍ମିତ କୋଭାକ୍ସିନ୍‌ ଟିକାର ସପ୍ଲାଏ ଉପରେ ହୁ ପ୍ରତିବନ୍ଧକ ଲଗାଇଛି । ଅଧିକ ପଢନ୍ତୁ

Covaxin ବିତରଣ ଉପରେ ରୋକ ଲଗାଇଲା WHO
Covaxin ବିତରଣ ଉପରେ ରୋକ ଲଗାଇଲା WHO

ନୂଆଦିଲ୍ଲୀ:କୋରୋନା ଟିକା କୋଭାକ୍ସିନ୍‌ ଉପରେ ରୋକ ଲଗାଇଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO)। ମିଳିତ ଜାତିସଂଘ ଏଜେନ୍ସି ମାଧ୍ୟମରେ ଭାରତ ବାୟୋଟେକ ଦ୍ବାରା ନିର୍ମିତ କୋଭାକ୍ସିନ୍‌ ଟିକାର ସପ୍ଲାଏ ଉପରେ ହୁ ପ୍ରତିବନ୍ଧକ ଲଗାଇଛି। ଭାରତ ବାୟୋଟେକ ଦ୍ବାରା ନିର୍ମିତ ଏହି ଟିକା ମିଳିତ ଜାତିସଂଘର ଏଜେନ୍ସି ମାଧ୍ୟମରେ ଯୋଗାଣ ହେଉଥିବା ବେଳେ ଏହାକୁ ଉପରେ ପ୍ରତିବନ୍ଧକ ଲଗାଯାଇଛି ହୁ। ଏନ ହୁ ପକ୍ଷରୁ ସୂଚନା ଦିଆଯାଇଛି।

ଏହା ଦ୍ବାରା ଉତ୍ପାଦକ ସୁବିଧାଗୁଡ଼ିକୁ ଅପ୍‌ଗ୍ରେଡ୍‌ କରିହେବ ଏବଂ ଯାଞ୍ଚରେ ଥିବା ତ୍ରୁଟିର ସମାଧାନ କରାଯାଇପାରିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି। ଏହି ଟିକା ପ୍ରସ୍ତୁତ ହେଉଥିବା କାରଖାନାର ଉନ୍ନତିକରଣ ଏବଂ ସେଠାରେ ଥିବା ଅନ୍ୟାନ୍ୟ ଅସୁବିଧା ଦୂର କରିବାକୁ ହୁର ପର୍ଯ୍ୟବେକ୍ଷକ ଟିମ୍‌ ଭାରତ ବାୟୋଟେକ୍‌ କୁ କହିଛି।

ଟିକା ଗ୍ରହଣ କରୁଥିବା ଦେଶମାନଙ୍କୁ ହୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି। ଏହି ଟିକା ପ୍ରଭାବଶାଳୀ ଅଟେ। ଏହାର ନିରାପତ୍ତାକୁ ନେଇ କୌଣସି ଚିନ୍ତା ନାହିଁ, କିନ୍ତୁ ଏହି ପ୍ରତିବନ୍ଧକ ଲଗାଇବା ଦ୍ବାରା କୋଭାକ୍ସିନ ଯୋଗାଣରେ ସାମାନ୍ୟ ବାଧା ସୃଷ୍ଟି ହେବ। ତେବେ ମାର୍ଚ୍ଚ ୧୪ ରୁ ୨୨ ପର୍ଯ୍ୟନ୍ତ ହୁ ପରବର୍ତ୍ତୀ ଜରୁରୀକାଳୀନ ବ୍ୟବହାର ତାଲିକା (EUL) ଯାଞ୍ଚର ଫଳାଫଳ ଉତ୍ତରରେ ଏହି ପ୍ରତିବନ୍ଧକ ନିଷ୍ପତ୍ତି ନିଆଯାଇଛି। ହାଇଦ୍ରାବାଦ ସ୍ଥିତ ବାୟୋଟେକ୍‌ କମ୍ପାନୀ କହିଛି ଯେ, ଏହି ରୋକ୍‌ ଦ୍ବାରା କୋରୋନା ଟିକା କୋଭାକ୍ସିନର ସୁରକ୍ଷା ଓ ନିରାପତ୍ତା ଉପରେ ପ୍ରଭାବ ପଡିବ ନାହିଁ ।

ABOUT THE AUTHOR

...view details