ଓଡିଶା

odisha

Union Budget 2023: ଶିଳ୍ପୀଙ୍କୁ ମିଳିବ ସହାୟତା, ଲଞ୍ଚ ହେବ PM VIKAS ଯୋଜନା

By

Published : Feb 1, 2023, 8:40 PM IST

Updated : Feb 2, 2023, 6:38 AM IST

ବଜେଟ 2023ରେ ପାରମ୍ପରିକ ଶିଳ୍ପୀ କରିଗରଙ୍କ ପାଇଁ ମିଳିବ ଆର୍ଥିକ ସହାୟତା । ପାରମ୍ପରିକ ଶିଳ୍ପୀକାର କାରିଗରଙ୍କୁ ଆର୍ଥିକ ସହାୟତା ପାଇଁ ପିଏମ ବିକାଶ ଯୋଜନାର ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ

Union Budget 2023
Union Budget 2023

ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟରେ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ପିଏମ ବିକାଶ ବା ପିଏମ ବିଶ୍ବକର୍ମା କୌଶଳ ସମ୍ମାନ ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥିରେ ପାରମ୍ପରିକ ଶିଳ୍ପୀକାର କାରିଗରଙ୍କୁ ଆର୍ଥିକ ସହାୟତା ମିଳିବ ।

ପାରମ୍ପରିକ ଶିଳ୍ପୀକାର କାରିଗରଙ୍କୁ ପ୍ରୋତ୍ସାହନ କରିବା ଏହି ଯୋଜନାର ଲକ୍ଷ୍ୟ । ପାରମ୍ପରିକ ଜିନିଷର ଗୁଣବତ୍ତା, କୌଶଳ ସହ ସେମାନଙ୍କ ବିକ୍ରି ପ୍ରକ୍ରିୟାକୁ ସହଜ କରିବାକୁ ଏହି ଯୋଜନା ଆରମ୍ଭ ହେବାକୁ ଯାଉଛି । ଏମଏସଏମଇ ଜରିଆରେ ସେମାନଙ୍କୁ ପ୍ରୋସାହନ ପ୍ରଦାନ କରାଯିବ । ବିଶ୍ବକର୍ମା ସମ୍ପଦାୟ ବା କାରିଗରଙ୍କୁ ଆର୍ଥିକ ସହାୟତା ମୁଖ୍ୟ ଲକ୍ଷ୍ୟ । ପାରମ୍ପରିକ ଜିନିଷର ଗୁଣବତ୍ତାକୁ ବିଶ୍ବ ଦରବାରରେ ପହଞ୍ଚାଇବା ନେଇ ସକ୍ଷମ ବନାଇବା ଏହି ଯୋଜନାର ଲକ୍ଷ୍ୟ ।

ଏହା ବି ପଢନ୍ତୁ...Union Budget 2023: ବଜେଟରେ 7 ଦିଗକୁ ପ୍ରାଥମିକତା, ଜାଣନ୍ତୁ କଣ

ଏହା ବି ପଢନ୍ତୁ...Union Budget 2023: ଅମୃତକାଳର ପ୍ରଥମ ବଜେଟ, ଦେଶର ସ୍ୱପ୍ନକୁ ସାକାର କରିବ: ପ୍ରଧାନମନ୍ତ୍ରୀ

ପିଏମ ବିକାଶ ଯୋଜନା ସମଗ୍ର ଦେଶରେ ହଜାର ହଜାର କାରିଗର ଏବଂ କାରିଗରଙ୍କ ସାମର୍ଥ୍ୟକୁ ପ୍ରୋତ୍ସାହନ ପ୍ରଦାନ ଲକ୍ଷ୍ୟ ନେଇ ପ୍ରସ୍ତୁତ ହୋଇଛି । କରିଗର ଭାରତର ଅଭିବୃଦ୍ଧି କାହାଣୀ ଯୋଡିବେ ଏବଂ ଦେଶର ଅଭିବୃଦ୍ଧିର ଏକ ଶକ୍ତିଶାଳୀ କରିବ ।

Last Updated : Feb 2, 2023, 6:38 AM IST

ABOUT THE AUTHOR

...view details