ଓଡିଶା

odisha

ଜେଲରେ ଜିତେନ୍ଦ୍ର ନାରାୟଣ ସିଂଙ୍କ ପ୍ରତି ବିପଦ, ସୁରକ୍ଷା ଲୋଡିରେ ସ୍ବାମୀ ଆନନ୍ଦ ସ୍ବରୂପ

By

Published : Sep 4, 2022, 12:17 PM IST

କାଳି ସେନା ପ୍ରତିଷ୍ଠାତା ସ୍ବାମୀ ଆନନ୍ଦ ସ୍ବରୂପ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ଜିଲ୍ଲା ପ୍ରଶାସନ ଓ ଜେଲ ପ୍ରଶାସନଙ୍କୁ ଜିତେନ୍ଦ୍ର ନାରାୟଣ ସିଂ ସୁରକ୍ଷା ଲୋଡିଛନ୍ତି । ହରିଦ୍ବାର ଜେଲରେ ୱାସିମ ରିଜଭି ଓରଫ ଜିତେନ୍ଦ୍ର ନାରାୟଣ ସିଂଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି । ଅଧିକ ପଢନ୍ତୁ

ଜେଲରେ ଜିତେନ୍ଦ୍ର ନାରାୟଣ ସିଂଙ୍କ ପ୍ରତି ବିପଦ, ସୁରକ୍ଷା ଲୋଡିରେ ସ୍ବାମୀ ଆନନ୍ଦ ସୂରୁପ
ଜେଲରେ ଜିତେନ୍ଦ୍ର ନାରାୟଣ ସିଂଙ୍କ ପ୍ରତି ବିପଦ, ସୁରକ୍ଷା ଲୋଡିରେ ସ୍ବାମୀ ଆନନ୍ଦ ସୂରୁପ

ଡେରାଡୁନ: ୱାସିମ ରିଜଭି ଓରଫ ଜିତେନ୍ଦ୍ର ନାରାୟଣ ସିଂଙ୍କ ଜୀବନ ପ୍ରତି ବିପଦ । ଶଙ୍କରାଚାର୍ଯ୍ୟ ପରିଷଦ ତଥା କାଳି ସେନା ପ୍ରତିଷ୍ଠାତା ସ୍ବାମୀ ଆନନ୍ଦ ସ୍ବରୂପ ଜିତେନ୍ଦ୍ର ନାରାୟଣ ସିଂଙ୍କ ପ୍ରତି ବିପଦ ଥିବା କହିଛନ୍ତି । ଏହା ସହିତ ଜେଲ ପ୍ରଶାସନ, ଜିଲ୍ଲା ପ୍ରଶାସନ ସହିତ ମୁଖ୍ୟମନ୍ତ୍ରୀଙ୍କୁ ଜେଲରେ ଜିତେନ୍ଦ୍ର ନାରାୟଣ ସିଂଙ୍କ ସୁରକ୍ଷା ଦାବି କରିଛନ୍ତି । ସ୍ବାମୀ ଆନନ୍ଦ ସ୍ବରୂପ କହିଛନ୍ତି ଏହା ପୂର୍ବରୁ ଜିତେନ୍ଦ୍ର ନାରାୟଣ ସିଂହ ତ୍ୟାଗିଙ୍କୁ ଧମକପୂର୍ଣ୍ଣ କଲ ଏବଂ ଚିଠି ଆସିଥିଲା ।

ସ୍ବାମୀ ଆନନ୍ଦ ସ୍ବରୂପ ଆହୁରି କହିଛନ୍ତି, ପୂର୍ବରୁ କିଛି ଲୋକ ଜିଲ୍ଲା କାରାଗାରରେ ଜିତେନ୍ଦ୍ର ନାରାୟଣ ସିଂ ତ୍ୟାଗିଙ୍କୁ ମାରିବାକୁ ଷଡଯନ୍ତ୍ର କରିଥିଲେ। ମାତ୍ର ସଫଳ ହୋଇ ନଥିଲେ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏବଂ ପ୍ରଶାସନଙ୍କୁ ନାରାୟଣ ତ୍ୟାଗିଙ୍କ ସୁରକ୍ଷା ମାଗିଛନ୍ତି । କିଛି ଲୋକ ତାଙ୍କୁ ମାରିବା ପାଇଁ ଯୋଜନା କରୁଛନ୍ତି । ଟପ ସିରିଏଲ କିଲର ତାଙ୍କ ପଛରେ ପଡିଥିବା କହିଛନ୍ତି ସ୍ବାମୀ ଆନନ୍ଦ । ଜିଲ୍ଲା ଅଧୀକ୍ଷକ ମନୋଜ କୁମାର ଆର୍ଯ୍ୟ କହିଛନ୍ତି, ''ସାଧାରଣ କଏଦୀଙ୍କୁ ଯେପରି ସୁବିଧା ଦିଆଯାଉଛି ସେହି ସୁବିଧା ଜିତେନ୍ଦ୍ର ନାରାୟଣ ସିଂ ତ୍ୟାଗୀଙ୍କୁ ମଧ୍ୟ ଦିଆଯାଉଛି । ତାଙ୍କୁ ଧମକ ମିଳିଥିବା ଖବର ମିଳିଛି । ଏହାକୁ ନଜରରେ ରଖି କାରାଗାରରେ ଜିତେନ୍ଦ୍ର ନାରାୟଣଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯାଉଛି। ହରିଦ୍ବାର ଜେଲରେ ଜିତେନ୍ଦ୍ରଙ୍କ ଜୀବନ ପ୍ରତି କୌଣସି ବିପଦ ନାହିଁ ।''

ଏହା ବି ପଢନ୍ତୁ...ଆଜି ଜମ୍ମୁରେ ପ୍ରଥମ ରାଲି କରିବେ ଗୁଲାମ ନବୀ ଆଜାଦ

ଏକ ଭି଼ଡିଓ ଜାରି କହିଥିଲେ ଜିତେନ୍ଦ୍ର ନାରାୟଣ ସିଂ ତ୍ୟାଗୀ...

କିଛି ଦିନ ପୂର୍ବରୁ ଜେଲ ଯିବା ପୂର୍ବରୁ ଜିତେନ୍ଦ୍ର ନାରାୟଣ ସିଂ ଜେଲ ଯିବା ପୂର୍ବରୁ ହରିଦ୍ବାର ଜେଲ କାରାଗାରରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଏକ ଭିଡିଓ ଜାରି କରି କହିଥିଲେ । ଭିଡିଓରେ ସେ କହିଥିଲେ ତାଙ୍କ ଜୀବନରେ କିଛି ସଠିକ ନାହିଁ । ତାଙ୍କ ଉପରେ ଆକ୍ରମଣ ହୋଇପାରେ ବୋଲି କହିଥିଲେ ।

କୋର୍ଟରେ କରିଥିଲେ ଆତ୍ମସମର୍ପଣ...

ୟୁପି ସିୟା ବୋର୍ଡ ପୂର୍ବ ଅଧକ୍ଷ ୱାସିମ ରିଜଭି ଓରଫ ଜିତେନ୍ଦ୍ର ନାରାୟଣ ସିଂ ତ୍ୟାଗି ହରିଦ୍ବାର ଜିଲ୍ଲା କୋର୍ଟରେ ଆତ୍ମସମର୍ପଣ କରିଥିଲେ । ସୁପ୍ରିମକୋର୍ଟରୁ ମିଳିଥିବା ସର୍ତ୍ତମୂଳକ ଜାମିନ ଅବଧି ଶେଷ ହେବା ପରେ ସେ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ଏହାପରେ ତାଙ୍କୁ ହରିଦ୍ବାର ଜେଲ ପଠାଯାଇଥିଲା ।

କଣ ପୂରା ଘଟଣା....

ଡିସେମ୍ବର 24 2021ରେ ହରିଦ୍ବାର ଧର୍ମ ସଂସଦରେ (Haridwar Dharma Sansad hate speech case ) ବିବାଦୀୟ ବୟାନକୁ ନେଇ ୱାସିମ ରିଜଭିଙ୍କ ବିରୋଧରେ ( case registered against Wasim Rizvi ) ମାମଲା ରୁଜୁ ହୋଇଥିଲା । ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ଉସୁକାଇବା ଭଳି ଭାଷଣ ଦେଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏ ଭିଡିଓ ସମାଜର ଭାଇଚାରାକୁ ନଷ୍ଟ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଜିତେନ୍ଦ୍ର ନାରାୟଣ ସିଂ ତ୍ୟାଗୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । 13 ଜାନୁଆରୀ 2022ରେ ହରିଦ୍ବାର ନିବାସୀ ନଦିମ ଅଲି ଜିତେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଜ୍ବାଲାପୁର ପୋଲିସ ମାମଲା ଦାୟର କରି ଜିତେନ୍ଦ୍ରଙ୍କୁ ଗିରଫ କରିଥିଲା । ଏହାପରେ ଜିତେନ୍ଦ୍ର ହରିଦ୍ବାର ଜେଲରେ 4 ମାସ ରହିଥିଲେ । ଜାମିନ ପାଇଁ ଆବେଦନ କରିଥିଲେ ବି ମିଳି ନଥିଲା । ପରେ ସୁପ୍ରିମକୋର୍ଟ ତାଙ୍କୁ ଆଗରୁ କୌଣସି ଧର୍ମ ବିରୋଧରେ ଭାଷଣ ନ ଦେବାକୁ ସର୍ତ୍ତ ରଖି ଜାମିନ ପ୍ରଦାନ କରିଥିଲେ ।

ABOUT THE AUTHOR

...view details