ETV Bharat / bharat

ଆଜି ଜମ୍ମୁରେ ପ୍ରଥମ ରାଲି କରିବେ ଗୁଲାମ ନବୀ ଆଜାଦ

author img

By

Published : Sep 4, 2022, 7:13 AM IST

କଂଗ୍ରେସ ଛାଡିବା ପରେ ଆଜି ଜମ୍ମୁରେ ପ୍ରଥମ ରାଲି କରିବେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ । ଜମ୍ମୁରୁ ସେ ନିଜର ନୂଆ ରାଜନୈତିକ ଯାତ୍ରା ଆରମ୍ଭ କରିବେ । ଅଧିକ ପଢନ୍ତୁ

ଆଜି ଜମ୍ମୁରେ ପ୍ରଥମ ରାଲି କରିବେ ଗୁଲାମ ନବୀ ଆଜାଦ
ଆଜି ଜମ୍ମୁରେ ପ୍ରଥମ ରାଲି କରିବେ ଗୁଲାମ ନବୀ ଆଜାଦ

ଶ୍ରୀନଗର: ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ କଂଗ୍ରେସ ସହ ୫୦ ବର୍ଷର ସମ୍ପର୍କ ତୁଟାଇବା ପରେ ଆଜି(ରବିବାର) ଜମ୍ମୁରୁ ନିଜର ନୂତନ ରାଜନୈତିକ ଯାତ୍ରା ଆରମ୍ଭ କରିବେ । ଆଜାଦ ଆଜି ଜମ୍ମୁରେ ପ୍ରଥମ ରାଲି କରିବେ(Ghulam Nabi Azad to hold first rally in Jammu) । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏ ସମ୍ପର୍କରେ ତାଙ୍କ ଜଣେ ଘନିଷ୍ଠ ସହଯୋଗୀ ସୂଚନା ଦେଇଛନ୍ତି । ଆଜି ସକାଳେ ସେ ଦିଲ୍ଲୀରୁ ଯାଇ ଜମ୍ମୁରେ ପହଞ୍ଚିବେ । ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯିବ । ସେଠାରୁ ଏକ ଶୋଭାଯାତ୍ରାରେ ଆଜାଦଙ୍କୁ ସାଧାରଣ ସଭା ସ୍ଥଳ ସୈନିକ କଲୋନୀ ନିକଟକୁ ନିଆଯିବ ।

ଆଜାଦଙ୍କ ସ୍ବାଗତ ପାଇଁ ଜମ୍ମୁ ଏୟାରପୋର୍ଟ ସମେତ ସାତୱାରି ଚୌକ ଏବଂ ଜନସଭା ସ୍ଥଳ ରାସ୍ତାରେ ବହୁସଂଖ୍ୟକ ହୋର୍ଡିଂ ଏବଂ ବ୍ୟାନର ଲଗାଯାଇଛି । ସଭାସ୍ଥଳରେ ପ୍ରାୟ ୨୦ ହଜାରରୁ ଅଧିକ ଲୋକଙ୍କ ବସିବା ପାଇଁ ବନ୍ଦୋବସ୍ତ ହୋଇଛି । ସମାଜର ବିଭିନ୍ନ ବର୍ଗର ପ୍ରତିନିଧିତ୍ବ କରୁଥିବା ଆଜାଦଙ୍କ ୩୦୦୦ରୁ ଊର୍ଦ୍ଧ୍ବ ସମର୍ଥକ ଆଜିର ଜନସଭାରେ ତାଙ୍କ ସହ ହାତ ମିଶାଇବାକୁ ଇଚ୍ଛା ପ୍ରକାଶ କରିଥିବା ପୂର୍ବତନ ମନ୍ତ୍ରୀ ଜିଏମ ସରୁରି(former minister G M Saroori) କହିଛନ୍ତି ।

କଂଗ୍ରେସ ଛାଡିବା ଗୁଲାମ ନବୀ ଆଜାଦ ନିଜର ନୂଆ ରାଜନୈତିକ ଦଳ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଆଜି ଜମ୍ମୁରେ ରାଲି କରି ନୂତନ ରାଜନୈତକ ଯାତ୍ରା ଆରମ୍ଭ କରିବେ । ଆଜି ୭୩ ବର୍ଷୀୟ ଆଜାଦ ନିଜ ରାଜନୈତିକ ଦଳ ଗଠନ ସମ୍ପର୍କରେ ଘୋଷଣା କରିପାରନ୍ତି । ଏଠାରେ ପ୍ରକାଶଥାଉ କି, ଗତ ଅଗଷ୍ଟ ୨୬ରେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସର ସମସ୍ତ ପଦପଦବୀରୁ ଇସ୍ତଫା ଦେଇଥିଲେ । ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୫ ପୃଷ୍ଠାର ଇସ୍ତଫା ପତ୍ର ପଠାଇଥିଲେ । ଯେଉଁଥିରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରିଥିଲେ ।

ଏହାମଧ୍ୟ ପଢନ୍ତୁ: ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଗିରଫ ପାକିସ୍ତାନୀ ଆତଙ୍କୀ

୧୯୭୦ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ ଗୁଲାମ ନବୀ ଆଜାଦ । ଆଜାଦ କଂଗ୍ରେସ ଛାଡିବା ପରେ ଜମ୍ମୁ କାଶ୍ମୀରରେ ପୂର୍ବତନ ମନ୍ତ୍ରୀ ଜିଏମ ଶରୁରିଙ୍କ ସମେତ ପ୍ରାୟ ୨୫ ଜଣ ନେତା ଇସ୍ତଫା ଦେଇଥିଲେ । ଯେଉଁଥିରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ, ୮ ଜଣ ମନ୍ତ୍ରୀ, ଜଣେ ପୂର୍ବତନ ସାଂସଦଙ୍କ ସମେତ ୯ ଜଣ ବିଧାୟକ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.