ଓଡିଶା

odisha

ମୋଦିଙ୍କୁ ଅଶିକ୍ଷିତ ପ୍ରଧାନମନ୍ତ୍ରୀ କହିବା ପଡିଲା ମହଙ୍ଗା, କେଜ୍ରିଓ୍ବାଲଙ୍କୁ କୋର୍ଟରୁ ସମନ

By ETV Bharat Odisha Team

Published : Sep 5, 2023, 10:41 PM IST

ମୋଦିଙ୍କୁ ଅଶିକ୍ଷିତ ପ୍ରଧାନମନ୍ତ୍ରୀ କହି ଅଡୁଆରେ କେଜ୍ରିଓ୍ବାଲ । ମେ’ 19 ତାରିଖ ଟ୍ବିଟ ମାମଲାରେ ପାଟନା ସିଭିଲ କୋର୍ଟରୁ ସମନ । ଅଧିକ ପଢନ୍ତୁ

ମୋଦିଙ୍କ ଅଶିକ୍ଷିତ ପ୍ରଧାନମନ୍ତ୍ରୀ କହିବା ପଡିଲା ମହଙ୍ଗା, କେଜ୍ରିଓ୍ବାଲଙ୍କ ବିରୋଧରେ କୋର୍ଟରୁ ସମନ
ମୋଦିଙ୍କ ଅଶିକ୍ଷିତ ପ୍ରଧାନମନ୍ତ୍ରୀ କହିବା ପଡିଲା ମହଙ୍ଗା, କେଜ୍ରିଓ୍ବାଲଙ୍କ ବିରୋଧରେ କୋର୍ଟରୁ ସମନ

ପାଟନା:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ଦିନରୁ ତାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ବିରୋଧୀ ତାଙ୍କୁ ଟାର୍ଗେଟ କରିଆସିଛନ୍ତି । କେହି କେହି ତାଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ରକୁ ମିଥ୍ୟା ବୋଲି ମଧ୍ୟ କହିସାରିଛନ୍ତି । ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ଅଶିକ୍ଷିତ କହି ଅଡୁଆରେ ପଡିଛନ୍ତି । ଚଳିତବର୍ଷ ମେ’ 19 ତାରିଖରେ ଟ୍ବିଟରରେ କେଜ୍ରିଓ୍ବାଲଙ୍କ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ କଟାକ୍ଷପୂର୍ଣ୍ଣ ଟ୍ବିଟ ପାଇଁ ତାଙ୍କ ନାମରେ ମାମଲା ଦାଏର ହୋଇଥିଲା । ଆଜି ଏହି ମାମଲାରେ ପାଟନା ସିଭିଲ କୋର୍ଟର ଏମପି ଏମଏଲଏ କୋର୍ଟ କେଜ୍ରିଓ୍ବାଲଙ୍କ ବିରୋଧରେ ସମନ ଜାରି କରିଛି । ଅକ୍ଟୋବର 19 ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ଧାର୍ଯ୍ୟ କରାଯାଇଛି ।

ମେ’ 19 ତାରିଖରେ ଟ୍ବିଟ କରି 2000 ଟଙ୍କିଆ କାର୍ଯ୍ୟକାରୀ କରିବା ଓ ଏହାକୁ ପୁଣି ବଜାରରୁ ଫେରସ୍ତ କରିବା ନିଷ୍ପତ୍ତି ପ୍ରସଙ୍ଗରେ କେଜ୍ରିଓ୍ବାଲ ପ୍ରଧାନମନ୍ତ୍ରୀଙ୍କୁ କଡା ସମାଲୋଚନା କରିଥିଲେ । କହିଥିଲେ ଦେଶର ପ୍ରଧାନମନ୍ତ୍ରୀ ଶିକ୍ଷିତ ହେବା ଜରୁରୀ । କେତେବେଳେ ସେ କହୁଛନ୍ତି 2 ହଜାର ଟଙ୍କିଆ ଲାଗୁ ଫଳରେ ଦୁର୍ନୀତି କମିଯିବ । ପରେ ପୁଣି ଏହି ନୋଟ ପ୍ରଚଳନ ବନ୍ଦ କରିବା ଫଳରେ ଦୁର୍ନୀତି ହ୍ରାସ ପାଇବ ବୋଲି କହୁଛନ୍ତି । ପ୍ରଧାନମନ୍ତ୍ରୀ ଶିକ୍ଷିତ ହେବା ଜରୁରୀ । ନହେଲେ ତାଙ୍କୁ କେହି କିଛି ପରାମର୍ଶ ଦେଇ ଚାଲିଯାଉଛନ୍ତି । ତାର ପରିଣାମ ଜନତାଙ୍କୁ ଭୋଗିବାକୁ ପଡୁଛି ।

କେଜ୍ରିଓ୍ବାଲଙ୍କ ଏହି ଟ୍ବିଟକୁ ନେଇ ବିହାରର ଆଇନଜୀବୀ ରବି ଭୂଷଣ କୁମାର ବର୍ମା ପାଟନା ସିଭିଲ କୋର୍ଟରେ ଏକ ଆବେଦନ କରିଥିଲେ । ଆବେଦନକାରୀ ତାଙ୍କ ଆବେଦନରେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କୁ ଅଶିକ୍ଷିତ ବୋଲି କହିବା ଅନ୍ତର୍ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ଖରାପ କରିଛି । ପ୍ରଧାନମନ୍ତ୍ରୀଙ୍କର ସମର୍ଥକମାନେ ମଧ୍ୟ ଏଥିରେ ଆଘାତପ୍ରାପ୍ତ ହୋଇଛନ୍ତି । ଏହି ମାମଲାର ଶୁଣାଣିରେ ନିମ୍ନ ଅଦାଲତ ଆଇପିସିର ଧାରା 332, 500 ଏବଂ 505 ଅନୁଯାୟୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମନ ଜାରି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-INDIA- BHARAT Row: କେନ୍ଦ୍ରକୁ ଟାର୍ଗେଟ୍ କଲେ କେଜ୍ରିଓ୍ୱାଲ, କହିଲେ ବିରୋଧୀ ମେଣ୍ଟର ନାମ ‘ଭାରତ’ ରଖାଗଲେ କ’ଣ ହେବ ?

ପୂର୍ବରୁ କଂଗ୍ରେସ ନେତା ତଥା ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ କର୍ଣ୍ଣାଟକର ଏକ ଦଳୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବାକୁ ଯାଇ ମୋଦି ସାଙ୍ଗିଆ ବିବାଦୀୟ ବୟାନ ଦେଇଥିଲେ । ଯାହା ତାଙ୍କ ରାଜନୈତିକ ଜୀବନରେ ବଡ ସଙ୍କଟ ସୃଷ୍ଟି କରିଥିଲା । ସେ ଗୁଜୁରାଟର ଏକ ସ୍ଥାନୀୟ କୋର୍ଟଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ହେବା ସହ 2ବର୍ଷ ଜେଲ ଦଣ୍ଡାଦେଶ ମଧ୍ୟ ପାଇଥିଲେ । ରାହୁଲଙ୍କୁ ସାଂସଦ ପଦ ମଧ୍ୟ ରଦ୍ଦ ହୋଇଯାଇଥିଲା । ହେଲେ ସର୍ବୋଚ୍ଚ କୋର୍ଟ ପର୍ଯ୍ୟନ୍ତ ଆଇନଗତ ଲଢେଇ କରି ରାହୁଲ ଆଶ୍ବସ୍ତି ପାଇବା ସହ ସାଂସଦ ପଦ ମଧ୍ଯ ନିକଟରେ ଫେରି ପାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details