ପାଟନା: ସମ୍ପତ୍ତି ପାଇଁ ବାପା ଜନ୍ମକଲା ବାପା ହେଲା ପର। ଗୁଳି କରି ବାପାକୁ ହତ୍ୟା କଲା ପୁଅ । ବିହାର ରାଜ୍ୟରେ ଘଟିଛି ଏପରି ଏକ ଚାଞ୍ଚଲ୍ୟକର ଘଟଣା । । ବିହାରର ଧମଦାହ ଥାନା ଅଞ୍ଚଳ ବିଶନପୁର ପଞ୍ଚାୟତର କବୈୟା ଗାଁରେ ଘଟିଛି । ତେବେ ପୋଲିସ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ପରେ ମାମଲାର ତଦନ୍ତ ଜାରି ରଖିଛି ପୋଲିସ।
ସୂଚନାନୁସାରେ, ମୃତକଙ୍କ ନାମ ଅରବିନ୍ଦ ମଣ୍ଡଳ ସେ କବୈୟା ଗାଁର ବୋଲି ଜଣାପଡିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଯେତେବେଳେ ଏହି ଘଟଣା ଘଟିଲା, ଅରବିନ୍ଦ ମଣ୍ଡଳ ତାଙ୍କ ଘରୁ ଭବାନୀପୁର ଅଭିମୁଖେ ବାହିରିଥିଲେ । ଏହି ସମୟରେ ବାଇକରେ ଦୁଇଜଣ ବ୍ୟକ୍ତି ଆସି ତାଙ୍କୁ ଅଟକାଇ ତାଙ୍କ ଉପରକୁ 6 ରାଉଣ୍ଡ ଗୁଳି ଚଳାଇଥିଲେ । ଯାହାଫଳରେ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ତେବେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।