ଓଡିଶା

odisha

ଖାଡଗେଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ଥରୁର, କହିଲେ ଏହି ପ୍ରତିଦ୍ବନ୍ଦ୍ବିତା ଦଳକୁ ସୁଦୃଢ କରିବ

By

Published : Oct 19, 2022, 6:49 PM IST

ଖାଡଗେଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ଥରୁର, କହିଲେ ଏହି ପ୍ରତିଦ୍ବନ୍ଦ୍ବିତା ଦଳକୁ ସୁଦୃଢ କରିବ । ଅଧ୍ୟକ୍ଷ ନିର୍ବାଚନୀ ମୈଦାନରେ ଥିଲେ ଖାଡଗେ ଓ ଥରୁର (Shashi Tharoor congratulate Mallikarjun kharge)। ଅଧିକ ପଢନ୍ତୁ

ଖାଡଗେଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ଥରୁର, କହିଲେ ଏହି ପ୍ରତିଦ୍ବନ୍ଦ୍ବିତା ଦଳକୁ ସୁଦୃଢ କରିବ
ଖାଡଗେଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ଥରୁର, କହିଲେ ଏହି ପ୍ରତିଦ୍ବନ୍ଦ୍ବିତା ଦଳକୁ ସୁଦୃଢ କରିବ

ନୂଆଦିଲ୍ଲୀ: ଖାଡଗେଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ଥରୁର । ଅଧ୍ୟକ୍ଷ ନିର୍ବାଚନ ଫଳାଫଳ ଆସିବା ପରେ ମଲ୍ଲିକାର୍ଜୁନ ଖାଡଗେଙ୍କୁ ବାସଭବନରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି ତାଙ୍କ ବିପକ୍ଷରେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ଦଳର ଅନ୍ୟତମ ବରିଷ୍ଠ ନେତା ଶଶୀ ଥରୁର (Shashi Tharoor congratulate Mallikarjun kharge)। ଫଳାଫଳ ପ୍ରକାଶ ପାଇବା ପରେ ଥରୁର ମଲ୍ଲାକର୍ଜୁନ ଖାଡଗେଙ୍କ ବାସଭବନରେ ପହଞ୍ଚିଥିଲେ । ସାଙ୍ଗରେ କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ ମଧ୍ୟ ଥିଲେ ।

ଖାଡଗେଙ୍କୁ ଶୁଭେଚ୍ଛା ବାର୍ତ୍ତା ଟ୍ବିଟରେ ଶଶୀ ଲେଖଛନ୍ତି, ‘‘ଏହି ନିର୍ବାଚନୀ ପ୍ରତିଦ୍ବନ୍ଦ୍ବିତା ଦଳକୁ ସୁଦୃଢ କରିବ । ମୁଁ ଖାଡଗେଙ୍କୁ ଶୁଭେଚ୍ଛା ଜଣାଉଛି ଓ ତାଙ୍କ ପ୍ରତି ମୋର ସମ୍ପୂର୍ଣ୍ଣ ସହଯୋଗ ରହିବ ।’’ 22 ବର୍ଷ ପରେ ହୋଇଥିବା ଦଳୀୟ ଅଧ୍ୟକ୍ଷ ନିର୍ବାଚନରେ ଖାଡଗେ ଓ ଥରୁରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା । ଏଥିରେ ଖାଡଗେ ବିପୁଳ ବ୍ୟବଧାନରେ ଥରୁରଙ୍କୁ ପରାଜିତ କରି ଦଳର ସର୍ବୋଚ୍ଚ ସାଙ୍ଗଠନିକ କମାଣ୍ଡ ସମ୍ଭାଳିବାକୁ ଯାଉଛନ୍ତି । 28 ବର୍ଷ ପରେ ପ୍ରଥମ କରି ଗାନ୍ଧୀ ପରିବାର ହାତରୁ ଏହି ସର୍ବୋଚ୍ଚ ଦାୟିତ୍ବ ଜଣେ ଅଣଗାନ୍ଧୀ ନେତାଙ୍କ ହାତକୁ ଯାଇଛି । ଏହି ଅବସରରେ ସୋନିଆ ଗାନ୍ଧୀ ଓ ପ୍ରୟଙ୍କା ଗାନ୍ଧୀ ଖାଡଗେଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ରାହୁଲ ଗାନ୍ଧୀ ଓ ଅନ୍ୟ ନେତାମାନେ ମଧ୍ୟ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ।

2019 ରେ ଦଳ ରାହୁଲ ଗାନ୍ଧୀଙ୍କ ସଭାପତିତ୍ବରେ ନିର୍ବାଚନ ମୈଦାନକୁ ଅବତୀର୍ଣ୍ଣ ହୋଇଥିଲା ବେଳେ ପରାଜୟର ସାମ୍ନା କରିବାକୁ ବାଧ୍ୟ ହୋଇଥିଲା । ଫଳାଫଳ ପରେ ରାହୁଲ ଅଧ୍ୟକ୍ଷ ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ । ପରେ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ମୁଖ୍ୟ ଭାବେ ଦାୟିତ୍ବରେ ରହି ଆସିଥିଲେ । ଚଳିତ ଅଧ୍ୟକ୍ଷ ନିର୍ବାଚନରେ ପ୍ରଥମରୁ ଗାନ୍ଧୀ ପରିବାରର କେହି ପ୍ରତିଦ୍ବନ୍ଦ୍ବିତା ପାଇଁ ଆଗ୍ରହ ପ୍ରକାଶ କରି ନଥିଲା ବେଳେ ଶଶୀ ଥରୁର ଓ ମଲ୍ଲିକାର୍ଜୁନ ଖାଡଗେଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା । ଗତକାଲି ଭୋଟିଂ ଶେଷ ହୋଇଥିବା ବେଳେ ଆଜି ଫଳାଫଳ ଆସିଛି । ମଲ୍ଲିକାର୍ଜୁନ ଖାଡଗେ କଂଗ୍ରେସର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details