ଓଡିଶା

odisha

ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ PFI ସଂଗଠନ ଉପରେ ଚଢାଉ

By

Published : Sep 27, 2022, 12:29 PM IST

ଇସଲାମିକ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (PFI) ବିରୋଧରେ ସାରା ଦେଶରେ ଚଢାଉ (Central agencies raids against PFI)। ବେଆଇନ କାର୍ଯ୍ୟକଳାପରେ ସାମିଲ ଥିବା ସୂଚନା ମିଳିବା ପରେ ବହୁ ସନ୍ଦିଗ୍ଧ ଅଟକ । ଅଧିକ ପଢନ୍ତୁ

ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ PFI ସଂଗଠନ ଉପରେ ଚଢାଉ ଜାରି
ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ PFI ସଂଗଠନ ଉପରେ ଚଢାଉ ଜାରି

ନୂଆଦିଲ୍ଲୀ:ଇସଲାମିକ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (PFI)ର ଏକାଧିକ ଠିକଣାରେ ସାରା ଦେଶରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ଚଢାଉ (Central agencies raids against PFI) ।ଦିଲ୍ଲୀ, ମଧ୍ୟ ପ୍ରଦେଶ, କର୍ଣ୍ଣାଟକ, ଆସାମ, ମହାରାଷ୍ଟ୍ର, ତେଲେଙ୍ଗାନା, ଉତ୍ତର ପ୍ରଦେଶର ଏକାଧିକ ସ୍ଥାନରେ ଏହି ଚଢାଉ ଜାରି ରହିଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସହ ସ୍ଥାନୀୟ ପୋଲିସ ଏହି କାର୍ଯ୍ୟାନୁଷ୍ଠାନରେ ସାମିଲ ହୋଇଛନ୍ତି । ଅଧିକାରୀଙ୍କ ଟିମ ବିଭିନ୍ନ ଭାଗରେ ବିଭକ୍ତ ହୋଇ ଏକକାଳୀନ ଏହି ଚଢାଉ ଜାରି ରହିଛନ୍ତି । ଅନେକ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଥିବା ମଧ୍ୟ ପ୍ରାଥମିକ ଭାବେ ସୂଚନା ମିଳିଛି ।

(ଗତକାଲି) ମଙ୍ଗଳବାର ଆସାମର ବିଭିନ୍ନ ସ୍ଥାନରେ ଚଡାଉ କରି ପ୍ରାୟ 25 ଜଣ ସନ୍ଦିଗ୍ଧଙ୍କୁ ପୋଲିସ ପ୍ରଥମେ ଅଟକ ଓ ପରେ ଗିରଫ କରିଥିଲା (Central agencies raids against PFI) । ଆଜି ଦିଲ୍ଲୀର ନିଜାମୁଦ୍ଦିନ, ସାହିନବାଗ ଏରିଆରେ ମଧ୍ୟ ଏକାଧିକ ସ୍ଥାନରେ ଚଢାଉ ଜାରି ରହିଛି । ଏକାଧିକ ଘଟଣାରେ ବିଭିନ୍ନ ବିଦେଶୀ ଆତଙ୍କବାଦୀ ସଂଗଠନ ସହ ପିଏଫଆଇ ସଦସ୍ୟଙ୍କ ସମ୍ପୃକ୍ତି ମିଳିବା ପରେ ଦେଶବ୍ୟାପୀ ସଂଗଠନର ବିଭିନ୍ନ ଶାଖା, କାର୍ଯ୍ୟାଳୟ ଓ ଆଡ୍ଡା ଉପରେ ନଜର ରଖିଥିଲା ତଦନ୍ତକାରୀ ସଂସ୍ଥା । ଉତ୍ତର ପ୍ରଦେଶରେ ଜାରି ରହିଥିବା କାର୍ଯ୍ୟାନୁଷ୍ଠାନରେ ATS ଓ ରାଜ୍ୟ ପୋଲିସର STF ଅଧିକାରୀମାନେ ସାମିଲ ହୋଇଛନ୍ତି ।

ପ୍ରାୟ 12 ଜଣ ସଦସ୍ୟଙ୍କୁ ତଦନ୍ତକାରୀ ସଂସ୍ଥା ହେପାଜତକୁ ନେଇଛି । ସେମାନଙ୍କୁ ଜେରା ଜାରି ରହିଛି । ପଚରା ଉଚରା କରି ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛି ପୋଲିସ । ସେହିପରି ମହାରାଷ୍ଟ୍ର ନାସିକ ମଧ୍ୟ 2 ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି । ସେହିପରି ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ ମଧ୍ୟ ଏକାଧିକ ସ୍ଥାନରେ ଚଢାଉ ଜାରି ରହିଛି (Central agencies raids against PFI) । ଏଥିରେ କେନ୍ଦ୍ରୀୟ ସଂସ୍ଥାର ଅଧିକାରୀ ଓ ରାଜ୍ୟ ପୋଲିସ ଅଧିକାରୀଙ୍କ ଏକାଧିକ ଟିମ ନିୟୋଜିତ ହୋଇଛନ୍ତି । କାର୍ଯ୍ୟାନୁଷ୍ଠାନ ନେଇ ମିଳିଥିବା ସୂଚନା ଅନୁସାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ 40 ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇ ସାରିଥିବାବେଳେ ଏବେ ମଧ୍ୟ ଚଢାଉ ଜାରି ରହିଛି । ଗିରଫ ସଂଖ୍ୟା ମଧ୍ୟ ଆହୁରି ଭାବେ ବଢିପାରେ ବୋଲି ଅନୁମାନ କରାଯାଉଛି ।

ଏହି ସଂଗଠନ ସଦସ୍ୟମାନେ ଏକାଧିକ ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତି ରହିବା ସହ ଆତଙ୍କୀ କାର୍ଯ୍ୟକଳାପ ପାଇଁ ଅର୍ଥରାଶି ଯୋଗାଡ କରିବା ପରି ତଥ୍ୟ ମଧ୍ୟ ସାମ୍ନାକୁ ଆସିଥିଲା । ପୂର୍ବରୁ ଗିରଫ ହୋଇଥିବା ଏକାଧିକ ସନ୍ଦିଗ୍ଧ ଆତଙ୍କୀଙ୍କ ଠାରୁ ଏନେଇ ପୋଲିସ ସୂଚନା ପାଇବା ପରେ ସାରା ଦେଶରେ ଏହି ସଂଗଠନର ଥିବା ଶାଖା ଓ କାର୍ଯ୍ୟାଳୟକୁ ସ୍କାନରକୁ ଅଣାଯାଇଥିଲା । ପୂର୍ବରୁ ମଧ୍ୟ ଦେଶବ୍ୟାପୀ ଏହି ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି (action against PFI)। ଏକାଧିକ ସଦସ୍ୟ ଓ କାର୍ଯ୍ୟକର୍ତ୍ତା ଏବେ ଗିରଫ ହୋଇ ଜେଲରେ ରହିଛନ୍ତି । ଏହାକୁ ଏକ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି ମଧ୍ୟ ସଂଗଠନ ଦାବି କରିଆସିଛି । କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।

ABOUT THE AUTHOR

...view details