ଓଡିଶା

odisha

2024 ଲୋକସଭା ନିର୍ବାଚନରେ ବିରୋଧିଙ୍କ ଚେହେରା ହେବେ ରାହୁଲ: କଂଗ୍ରେସ ସାଂସଦ ପ୍ରଦୀପ ଭଟ୍ଟାଚାର୍ଯ୍ୟ

By

Published : Aug 7, 2023, 9:00 AM IST

ରାହୁଲ ଗାନ୍ଧୀଙ୍କୁ ନେଇ କଂଗ୍ରେସ ସାଂସଦ ପ୍ରଦୀପ ଭଟ୍ଟାଚାର୍ଯ୍ୟଙ୍କ ବଡ ବୟାନ । 2024 ଲୋକସଭା ନିର୍ବାଚନରେ ବିରୋଧିଙ୍କ ଚେହେରା ହେବେ ରାହୁଲ । ଅଧିକ ପଢନ୍ତୁ

2024 Lok Sabha polls
2024 Lok Sabha polls

ନୂଆଦିଲ୍ଲୀ:ପାଖେଇ ଆସୁଛି 2024 ଲୋକସଭା ନିର୍ବାଚନ । ଏହା ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ନେଇ ବଡ ବୟାନ ଦେଇଛନ୍ତି କଂଗ୍ରେସ ସାଂସଦ ପ୍ରଦୀପ ଭଟ୍ଟାଚାର୍ଯ୍ୟ । ରାହୁଲ 2024 ଲୋକସଭା ନିର୍ବାଚନରେ ବିରୋଧିଙ୍କ ଚେହେରା ହେବେ ବୋଲି କହିଛନ୍ତି ପ୍ରଦୀପ ଭଟ୍ଟାଚାର୍ଯ୍ୟ ।

ସେ କହିଛନ୍ତି ଯେ, "ରାହୁଲ ଗାନ୍ଧୀ ଜଣେ ସାହସୀ ନେତା, ଯିଏ କି ସାହସର ସହିତ ମୋଦି ସରକାରଙ୍କ କୁକର୍ମକୁ ସାମ୍ନାକୁ ଆଣିଛନ୍ତି । ବିଜେପି ତାଙ୍କୁ ହଇରାଣ କରିବାକୁ ଚେଷ୍ଟା କଲା କିନ୍ତୁ ସୁପ୍ରିମକୋର୍ଟ ତାଙ୍କୁ ମାନହାନି ମାମଲାରେ ଆଶ୍ବସ୍ତି ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଖୁବ ଶୀଘ୍ର ଏକ ନୂଆ ରାଜନୈତିକ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିରୋଧୀ ଦଳର ଚେହେରା ହେବେ ରାହୁଲ, ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ପ୍ରଦୀପ ଭଟ୍ଟାଚାର୍ଯ୍ୟ।

ଏହା ମଧ୍ୟ ପଢନ୍ତୁ-କଂଗ୍ରେସକୁ ଭୟ, ରଦ୍ଦ ହେବା ପରି ସହଜ ହେବନି ରାହୁଲଙ୍କ ସଦସ୍ୟତା ପ୍ରତ୍ୟାବର୍ତ୍ତନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରି ରାଜ୍ୟସଭା ସାଂସଦ ପ୍ରଦୀପ ଭଟ୍ଟାଚାର୍ଯ୍ୟ କହିଛନ୍ତି, ‘କଂଗ୍ରେସ ଶାସନ ସମୟରେ ଦେଶରେ କୌଣସି ବିକାଶ ହୋଇନାହିଁ ପ୍ରଧାନମନ୍ତ୍ରୀ ଏପରି କହିବା ଭୁଲ ଅଟେ । ପ୍ରଧାନମନ୍ତ୍ରୀ କହୁଛନ୍ତି 70 ବର୍ଷ ମଧ୍ୟରେ କିଛି ବିକାଶ ହୋଇନାହିଁ, ଏହା ଜମାବି ଗ୍ରହଣୀୟ ନୁହେଁ । ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟରୁ ଦିଲ୍ଲୀ ଆସିଥିଲେ, ସେତେବେଳେ ସେ ଶଗଡ ଗାଡିରେ ଯାତ୍ରା କରିଥିଲେ କି ? ଯେତେବେଳେ ଦେଶରେ କଂଗ୍ରେସ ଶାସନ ଆରମ୍ଭ ହୋଇଥିଲା ସେତେବେଳେ ସ୍ଥିତି ବହୁତ ଖରାପ ଥିଲା । କଂଗ୍ରେସ ଦେଶକୁ ପୁନଃନିର୍ମାଣ ପାଇଁ ଲୋକମାନଙ୍କ ବିଶ୍ବାସ ଜିତିଥିଲା । ତେଣୁ, ପ୍ରଧାନମନ୍ତ୍ରୀ କଂଗ୍ରେସ ଶାସନ କାଳରେ କିଛି କରାଯାଇ ନାହିଁ ବୋଲି କହିବା ସମ୍ପୂର୍ଣ୍ଣ ଭୁଲ ଅଟେ।

ଏହା ମଧ୍ୟ ପଢନ୍ତୁୃ-Comeback Rahul: ପୁଣି ସଂସଦରେ ଗର୍ଜିବେ ରାହୁଲ, ଫେରିବ ସାଂସଦ ପଦ

ନିକଟରେ ମୋଦି ସାଙ୍ଗିଆ ଅପରାଧିକ ମାନହାନୀ ମାମଲାରେ ସୁପ୍ରିମକୋର୍ଟରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ବସ୍ତି ମିଳିଛି । ତଳକୋର୍ଟରୁ ରାହୁଲ ପାଇଥିବା ଦଣ୍ଡାଦେଶ ଉପରେ ସର୍ବୋଚ୍ଚ କୋର୍ଟ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିଥିଲେ । ଏହାସହ ସୁରଟ ଜିଲ୍ଲା କୋର୍ଟଙ୍କ ଦଣ୍ଡାଦେଶ ଆସିବା ପରେ ରଦ୍ଦ ହୋଇଥିବା ଲୋକସଭା ସଦସ୍ୟତା ଫେରିପାଇବାକୁ ରାହୁଲ ପ୍ରୟାସ ମଧ୍ୟ କରିସାରିଛନ୍ତି । ସାଂସଦ ପଦ ରଦ୍ଦର ମାତ୍ର କିଛି ଦିନ ମଧ୍ୟରେ ରାହୁଲଙ୍କୁ ସରକାରୀ କୋଟାରେ ମିଳିଥିବା 12-ତୋଗଲକ୍ ଲେନ୍ ବଙ୍ଗଳା ଖାଲି କରିବାକୁ ଲୋକସଭା ଗୃହ କମିଟି ପକ୍ଷରୁ କୁହାଯାଇଥିଲା ।

ABOUT THE AUTHOR

...view details