ଓଡିଶା

odisha

PM Modi Thanks Party Workers: ଫଳାଫଳ ପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ

By

Published : Dec 8, 2022, 6:25 PM IST

ଗୁଜୁରାଟରେ ପ୍ରଚଣ୍ଡ ବହୁମତ ପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ । ହିମାଚଳବାସୀଙ୍କୁ ମଧ୍ୟ ଦେଲେ ଧନ୍ୟବାଦ । କହିଲେ ଲୋକଙ୍କ ଆକାଂକ୍ଷା ପୂରଣ କରିବା ଦିଗରେ କାର୍ଯ୍ୟ ଜାରି ରହିବ । ଅଧିକ ପଢନ୍ତୁ

PM Modi thanks party workers: ଫଳାଫଳ ପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ
PM Modi thanks party workers: ଫଳାଫଳ ପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ:ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ଆଜି ବିଧାନସଭା ନିର୍ବାଚନର ଜନାଦେଶ ପ୍ରକାଶ ପାଇଛି । ଗୁଜୁରାଟରେ ଭାରତୀୟ ଜନତା ପାର୍ଟି ଐତିହାସିକ ବହୁମତ ପାଇଥିବା ବେଳେ ହିମାଚଳ ପ୍ରଦେଶରେ କ୍ଷମତାରୁ ବେଦଖଲ ହୋଇଛି । ଉଭୟ ରାଜ୍ୟବାସୀକୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଗୁଜୁରାଟରେ ଐତିହାସିକ ବହୁମତ ପାଇଁ ସେ ଦଳର ମସସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଶ୍ରେୟ ସହ ଧନ୍ୟବାଦ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଏହି ଫଳାଫଳରେ ଆପଣ ସମସ୍ତେ ଜଣେ ଜଣେ ଚାମ୍ପିଅନ । ଆମ କାର୍ଯ୍ୟକର୍ତ୍ତାଙ୍କ କଠିନ ପରିଶ୍ରମ ବିନା ଏହି ଐତିହାସିକ ସଫଳତା ସମ୍ଭବ ହୋଇପାରି ନଥାନ୍ତା । ଆମର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ହିଁ ଆମ ଦଳର ପ୍ରକୃତ ସାମର୍ଥ୍ୟ ।’’ ସେହିପରି ଦଳ ହିମାଚଳରେ କ୍ଷମତାରୁ ବେଦଖଲ ହୋଇଛି । ପ୍ରଧାନମନ୍ତ୍ରୀ ଭଲପାଇବା ଓ ସମର୍ଥନ ପାଇଁ ହିମାଚଳବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ଦିନରେ ରାଜ୍ୟର ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଦିଗରେ କାର୍ଯ୍ୟ ଜାରି ରହିବା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ।

ଗୁଜୁରାଟରେ 150 ରୁ ଅଧିକ ଆସନ ଜିତି ଐତିହାସିକ ଜନାଦେଶ ପାଇଛି ଭାରତୀୟ ଜନତା ପାର୍ଟି । ଦଳ ଦୀର୍ଘ 27ବର୍ଷ ଧରି କ୍ଷମତାରେ ଥିଲେ ସୁଦ୍ଧା ଚଳିତ ଥର ସମସ୍ତ ପୂର୍ବ ରେକର୍ଡ ଭାଙ୍ଗି ନୂଆ ତଥା ଐତିହାସିକ ରେକର୍ଡ କରିଛି । 1985 ରେ କଂଗ୍ରେସ ହାସଲ କରିଥିବା ଐତିହାସିକ ସଫଳତାକୁ ମଧ୍ୟ ଅତିକ୍ରମ କରି ବିଜେପି ସର୍ବକାଳୀନ ବହୁମତ ରେକର୍ଡ କରିଛି ।

ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ଅନ୍ୟ କେନ୍ଦ୍ରୀୟ ନେତାମାନେ ଗୁଜୁରାଟରେ ବ୍ୟାପକ ପ୍ରଚାର କରିଥିଲେ । ପ୍ରଧାନମନ୍ତ୍ରୀ ନିଜେ ରାଜ୍ୟବ୍ୟାପୀ ନିର୍ବାଚନୀ ସଭା, ରାଲି ଓ ରୋଡ ଶୋ କରି ଧୁଆଁଧାର ପ୍ରଚାର କରିଥିଲେ । ଗୋଟିଏ ପଟେ ଆମ ଆଦମୀ ପାର୍ଟିର ପ୍ରବେଶ ରାଜ୍ୟ ଭୋଟ ଗଣିତକୁ ପ୍ରଭାବିତ କରିବା ନେଇ ଆଶା କରାଯାଉଥିଲା ବେଳେ ବିଜେପି କିନ୍ତୁ 150 ପାରର ରଣନୀତିରେ କାର୍ଯ୍ୟ ଜାରି ରଖିଥିଲା । ଆଜି ତମାମ ଗଣମାଧ୍ୟମର ଏକଜିଟ ପୋଲର ପୂର୍ବାକଳନକୁ ମଧ୍ୟ ଅତିକ୍ରମ କରି ବିଜେପି ପ୍ରଚଣ୍ଡ ବହୁମତ ହସଲ କରି ଇତିହାସ ରଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details