ଓଡିଶା

odisha

ଆଜି 150ରୁ ଊର୍ଦ୍ଧ୍ବ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ସହ କଥା ହେବେ ମୋଦି

By

Published : Jan 15, 2022, 8:17 AM IST

ଆଜି 150ରୁ ଊର୍ଦ୍ଧ୍ବ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ସହ କଥା ହେବେ ମୋଦି

ଆଜି 150ରୁ ଊର୍ଦ୍ଧ୍ବ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ କଥା ହେବେ ମୋଦି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime Minister Narendra Modi) । ଭର୍ଚୁଆଲ ଯୋଗେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ 150 ଊର୍ଦ୍ଧ୍ବ ଉଦ୍ୟୋଗୀ ସାମିଲ ହେବେ(Video conference with startup entrepreneurs) । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(Prime Minister Office) ପକ୍ଷରୁ ଏକ ବିବୃତ୍ତି ଜରିଆରେ ଏହି ସୂଚନା ଦିଆଯାଇଛି । କୃଷି ଏବଂ ସ୍ବାସ୍ଥ୍ୟ ବ୍ୟତୀତ ଉଦ୍ୟୋଗିତା, ଅନ୍ତରୀକ୍ଷ, ଉଦ୍ୟୋଗ 4.0, ସୁରକ୍ଷା, ଫିନଟେକ ଏବଂ ପର୍ଯ୍ୟାବରଣ କ୍ଷେତ୍ରର ବିଭିନ୍ନ ଷ୍ଟାର୍ଟଅପ୍ ଶିଳ୍ପଗୁଡିକ ଏହି କାର୍ଯ୍ୟକ୍ରମର ଅଂଶ ହେବେ ।

ବିବୃତ୍ତି ଅନୁଯାୟୀ, Growing From Roots, Nudging the DNA, From Local to Global, Technology of Future, Building Champions in Manufacturing ଏବଂ ନିରନ୍ତର ବିକାଶ( Sustainable Development) ଆଦି ଥିମ୍ ଉପରେ ଆଧାର କରି 150ରୁ ଅଧିକ ଷ୍ଟାର୍ଟଅପ୍ ଉଦ୍ୟୋଗକୁ ଛଅଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି । ବାର୍ତ୍ତାଳାପ ସମୟରେ ପ୍ରତ୍ୟେକ ଗ୍ରୁପ୍ ପ୍ରଧାନମନ୍ତ୍ରୀଙ୍କ ଆଗରେ ନିଜ ନିର୍ଦ୍ଧିଷ୍ଟ ଥିମ୍ ଉପସ୍ଥାପନ କରିବେ । ରାଷ୍ଟ୍ରୀୟ ସ୍ବାର୍ଥ ପ୍ରତି ଷ୍ଟାର୍ଟଅପ୍‌ ଶିଳ୍ପଗୁଡିକର ଯୋଗଦାନ ସମ୍ପର୍କରେ ବୁଝାଇବା ଏହି ଭର୍ଚୁଆଲ ବାର୍ତ୍ତାଳାପର ମୁଖ୍ୟ ଉଦ୍ଦେଶ୍ୟ ହେବ । କହିରଖୁଛୁ କି, ଆଜାଦୀ କା ଅମୃତ ମହୋତ୍ସବର ଅଂଶ ଭାବେ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ଉନ୍ନୟନ ବିଭାଗ ଦ୍ବାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି ।

'ଷ୍ଟାଟଅପ୍ ଇଣ୍ଡିଆ ଇନିସିଏଟିଭ' ଶୁଭାରମ୍ଭର ଷଷ୍ଠ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ପିଏମ୍ 2016ରେ ଷ୍ଟାର୍ଟଅପ୍ ଇଣ୍ଡିଆର ଇନିସିଏଟିଭର ଶୁଭାରମ୍ଭ କରିଥିଲେ । ଦେଶର ବିକାଶରେ ଏକ ମହତ୍ବପୂର୍ଣ୍ଣ ଅବଦାନ ପାଇଁ ଷ୍ଟାଟଅପ୍ ଶିଳ୍ପଗୁଡିକର କ୍ଷମତା ଉପରେ ପ୍ରଧାନମନ୍ତ୍ରୀଙ୍କ ଦୃଢ ବିଶ୍ବାସ ରହିଛି । ସରକାର ଏହି ଉଦ୍ୟୋଗର ପ୍ରଗତି ଏବଂ ଉନ୍ନତିକୁ ତ୍ବରାନ୍ବିତ କରିବା ପାଇଁ ଅନୁକୂଳ ପରିବେଶ ପ୍ରସ୍ତୁତି ଦିଗରେ କାର୍ଯ୍ୟ କରୁଛନ୍ତି । ଏହାଦ୍ବାରା ଷ୍ଟାର୍ଟଅପ୍ ଇକୋ ସିଷ୍ଟମ ସୁଦୃଢ ହେବା ସଙ୍ଗେ ସଙ୍ଗେ ଦେଶର ପ୍ରଗତି ହେଉଛି ବୋଲି ପିଏମଓ ପକ୍ଷରୁ କୁହାଯାଇଛି ।

@PTI

ABOUT THE AUTHOR

...view details