ଓଡିଶା

odisha

ଅକ୍ଟୋବରରେ ୪.୧୦ ଟଙ୍କା ବଢିଲା ପେଟ୍ରୋଲ, ଜାଣନ୍ତୁ ଡିଜେଲ ଦର କେତେ...

By

Published : Oct 17, 2021, 8:16 AM IST

ଅକ୍ଟୋବରରେ ୪.୧୦ ଟଙ୍କା ମହଙ୍ଗା ହେଲା ପେଟ୍ରୋଲ, ଜାଣନ୍ତୁ ଡିଜେଲ ଦର କେତେ...

କ୍ରମାଗତ ଚତୁର୍ଥ ଥର ପାଇଁ ବଢିଲା ପେଟ୍ରୋଲ-ଡିଜେଲ ଦାମ୍ । ଆଜି ପୁଣି ଥରେ ତୈଳ ଦର ବଢାଇଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଥମୁନାହିଁ ତୈଳ ଦର । ଦୈଶରେ ପୁଣି ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ । ଆଜି ଦେଶବ୍ୟାପୀ ତୈଳ ଦର ବଢାଇଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ । କ୍ରମାଗତ ଚତୁର୍ଥ ଥର ପାଇଁ ବଢିଛି ଦର । ଯାହାକୁ ନେଇ ଏବେ ହନ୍ତସନ୍ତ ସାଧାରଣ ଲୋକେ ।

ସୂଚନା ଅନୁଯାୟୀ, ତୈଳ କମ୍ପାନୀ ଆଜି ପେଟ୍ରୋଲ-ଡିଜେଲ ଦରରେ ୩୪ ପଇସାରୁ ୩୫ ପଇସା ଲେଖାଏଁ ବୃଦ୍ଧି କରିଛନ୍ତି । କେବଳ ଅକ୍ଟୋବର ମାସରେ ପେଟ୍ରୋଲ ୪.୧୦ ଟଙ୍କା ମହଙ୍ଗା ହୋଇଥିବାବେଳେ ଡିଜେଲ ୪.୩୫ ଟଙ୍କା ବଢିଛି ।

ତାଜା ଅପଡେଟ୍ ଅନୁଯାୟୀ, ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୫.୮୪ ଟଙ୍କାରେ ପହଞ୍ଚିଛି । ସେହିପରି ମୁମ୍ବାଇରେ ଏହି ଦର ୧୧୧.୭୭ ଟଙ୍କା ରହିଛି । ବାଣିଜ୍ୟ ନଗରୀରରେ ବର୍ତ୍ତମାନ ଡିଜେଲ ଲିଟର ପ୍ରତି ୧୦୨.୫୨ ଟଙ୍କାରେ ବିକ୍ରି ହେଉଥିବାବେଳେ ଦିଲ୍ଲୀରେ ଏହାର ଦାମ୍ ୯୪.୫୭ ଟଙ୍କା ରହିଛି ।

ଦେଶର ଅଧିକାଂଶ ସ୍ଥାନରେ ପେଟ୍ରୋଲ ୧୦୦ ଟଙ୍କା ଉପରେ ବିକ୍ରି ହେଉଛି, ଯେତେବେଳେ କି ମଧ୍ୟପ୍ରଦେଶ, ରାଜସ୍ଥାନ, ଓଡିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ ଓ ବିହାର ଆଦି ରାଜ୍ୟରେ ଡିଜେଲ ମଧ୍ୟ ସେଞ୍ଚୁରି ପାର୍ କରିଛି । କହିରଖୁଛୁ କି, ସ୍ଥାନୀୟ ଟିକସ ଏବଂ ପରିବହନ ବ୍ୟୟ ଆଧାରରେ ବିଭିନ୍ନ ରାଜ୍ୟରେ ତୈଳ ଦର ଭିନ୍ନ ଭିନ୍ନ ରହିଥାଏ ।

ଜାଣନ୍ତୁ ବିଭିନ୍ନ ପ୍ରମୁଖ ସହରରେ କ'ଣ ରହିଛି ତୈଳ ରେଟ୍-

ସହର ନାମ
ପେଟ୍ରୋଲ
ଡିଜେଲ
ଦିଲ୍ଲୀ 105.84 94. 57
ମୁମ୍ବାଇ 111.77 102.52
କୋଲକାତା 106.45 97.88
ଚେନ୍ନାଇ 103.05 98.82

ତେବେ ଆପଣ ନିଜ ସହରର ପେଟ୍ରୋଲ-ଡିଜେଲ ଦର ଜାଣିବାକୁ ଚାହୁଁଥିଲେ, ଘରେ ବସି ମଧ୍ୟ ଏ ସମ୍ପର୍କରେ ଜାଣିପାରିବେ । ଏଥିପାଇଁ ଆପଣକୁ ଇଣ୍ଡିଆନ ଅଏଲ ୱେବସାଇଟକୁ ଯିବାକୁ ପଡିବ । ଏହାପରେ ଆପଣଙ୍କୁ RSP ଏବଂ ନିଜ ସହରର କୋଡ୍ ଲେଖି 9224992249 ନମ୍ବରରେ ପଠାଇବାକୁ ହେବ । ସବୁ ସହରର କୋଡ୍ ଭିନ୍ନ ଭିନ୍ନ ହୋଇଥାଏ, ଯାହା IOCL ୱେବସାଇଟରେ ଆପଣ ପାଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details