ETV Bharat / bharat

ଏପ୍ରିଲ 30ରେ ମଣିପୁରର 6 ବୁଥରେ ସାନି ମତଦାନ - Lok Sabha Election 2024

author img

By ETV Bharat Odisha Team

Published : Apr 28, 2024, 8:57 AM IST

Etv Bharat
Etv Bharat

Lok Sabha Election 2024: ଆଉଟର ମଣିପୁରରର 6ଟି ପୋଲିଂ ବୁଥରେ ହେବ ସାନି ମତଦାନ । ହିଂସା ଯୋଗୁଁ ଏଠାରେ ବ୍ୟାଘାତ ହୋଇଥିଲା ମତଦାନ । ଅଧିକ ପଢନ୍ତୁ

ଇମ୍ଫାଲ: ମଣିପୁରରେ ଥମୁନି ହିଂସା । ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ସମୟରେ ପୁଣି ହିଂସାକାଣ୍ଡ ଘଟିବାରୁ 6ଟି ବୁଥରେ ମତଦାନ ବ୍ୟାଘାତ ହୋଇଥିଲା । ଏହିସବୁ ବୁଥରେ ଆସନ୍ତା ଏପ୍ରିଲ 30 ତାରିଖରେ ହେବ ସାନି ମତଦାନ । ସକାଳ 7ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ଏନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ହିଂସା ଯୋଗୁଁ ବୁଥରେ ହୋଇଥିବା ମତଦାନକୁ ନାକଚ କରିଦିଆଯାଇଛି । ଏପ୍ରିଲ 26 ତାରିଖରେ ଦ୍ବିତୀୟ ପର୍ଯ୍ୟାୟରେ ଆଉଟର ମଣିପୁର ଲୋକସଭା ଆସନରେ ମତଦାନ ହୋଇଥିଲା ।

ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ଯେ, ମଣିପୁରର 6ଟି ମତଦାନ କେନ୍ଦ୍ରରେ ଆସନ୍ତା 30 ତାରିଖରେ ସାନି ମତଦାନ ଅନୁଷ୍ଠିତ ହେବ । ସକାଳ 7ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ । ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଦୀପ କୁମାର ଝା ମତଦାନ କେନ୍ଦ୍ରରେ ପହଞ୍ଚି ବିପୁଳ ମାତ୍ରାରେ ଭୋଟ ଦେବାକୁ ମତଦାତାଙ୍କୁ ଅପିଲ କରିଛନ୍ତି । ଏପ୍ରିଲ 19 ତାରିଖ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଆଭ୍ୟନ୍ତରୀଣ ମଣିପୁର ଆସନରେ ମତଦାନ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ମଣିପୁରର 11ଟି ବୁଥରେ ସାନିମତଦାନ ଆରମ୍ଭ, ମତ ସାବ୍ୟସ୍ତ କରୁଛନ୍ତି ଭୋଟର - Lok Sabha Election 2024

ଏହି ବୁଥରେ ହେବ ସାନି ମତଦାନ: ଶାଙ୍ଗଶକ୍ ଏ, ଉକ୍ରୁଲ (ଏ), ଉକ୍ରୁଲ (D1), ଉକ୍ରୁଲ (F), ଚିଙ୍ଗାଇ ଓ ଓଇନାମ ବୁଥରେ ଆସନ୍ତା ମଙ୍ଗଳବାର ସାନି ମତଦାନ ଅନୁଷ୍ଠିତ ହେବ । ହିଂସା ଯୋଗୁଁ ଏହି ବୁଥଗୁଡିକରେ ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ମତଦାନ ବ୍ୟାଘାତ ହୋଇଥିଲା ।

ଏହାପୂର୍ବରୁ, ଏପ୍ରିଲ 19ରେ ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ଆଭ୍ୟନ୍ତରୀଣ ମଣିପୁର ସଂସଦୀୟ ନିର୍ବାଚନ ମଣ୍ଡଳୀର 11ଟି ବୁଥରେ ଏକାଧିକ ହିଂସା ଘଟଣା ଖବର ଆସିଥିଲା । ଏହି ବୁଥଗୁଡିକରେ ଏପ୍ରିଲ 22ରେ ସାନି ମତଦାନ ହୋଇଥିଲା । ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ସର୍ବାଧିକ ମତଦାନ ହୋଇଥିବା ବେଳେ ହିଂସା ମାମଲା କମ୍ ରହିଥିଲା । ମଣିପୁରରେ 76.1 ପ୍ରତିଶତ ମତଦାନ ହୋଇଛି । ପୂର୍ବ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ବହୁସଂଖ୍ୟାରେ ମତଦାନ ହୋଇଥିବା କହିଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଦୀପ ଝା । ତେବେ ଦ୍ବିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ପରେ ପୁଣିଥରେ ମଣିପୁରରେ ହିଂସା ପ୍ରକାଶ ପାଇଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ନାରନସେନା ଅଞ୍ଚଳରେ କୁକି ଉଗ୍ରବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଦୁଇ ଜଣ ସିଆରପିଏଫ ଯବାନ ଶହୀଦ ହୋଇଯାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.