ଓଡିଶା

odisha

ଜମ୍ମୁ କାଶ୍ମୀର ସଂରକ୍ଷଣ ଓ ପୁନର୍ଗଠନ (ସଂଶୋଧନ) ବିଲ୍‌ ଲୋକସଭାରେ ପାରିତ

By ETV Bharat Odisha Team

Published : Dec 6, 2023, 4:40 PM IST

Updated : Dec 6, 2023, 5:30 PM IST

JK Reservation (Amendment) Bill: ଲୋକସଭାରେ ପାରିତ ହେଲା ସଂରକ୍ଷଣ ଓ ପୁନର୍ଗଠନ (ସଂଶୋଧନ) ବିଲ୍‌ । ଗୃହମନ୍ତ୍ରୀ ଶାହଙ୍କ ବିବୃତ୍ତିରେ ନେହରୁଙ୍କ ମନ୍ତବ୍ୟ ନେଇ କକ୍ଷତ୍ୟାଗ କଲେ ବିରୋଧୀ । ଅଧିକ ପଢନ୍ତୁ

ଜମ୍ମୁ କାଶ୍ମୀର ସଂରକ୍ଷଣ ଓ ପୁନର୍ଗଠନ (ସଂଶୋଧନ) ବିଲ୍‌ ଲୋକସଭାରେ ପାରିତ
ଜମ୍ମୁ କାଶ୍ମୀର ସଂରକ୍ଷଣ ଓ ପୁନର୍ଗଠନ (ସଂଶୋଧନ) ବିଲ୍‌ ଲୋକସଭାରେ ପାରିତ

ନୂଆଦିଲ୍ଲୀ:ଲୋକସଭାରେ ପାରିତ ହେଲା ବହୁଚର୍ଚ୍ଚିତ ଜମ୍ମୁ କାଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍‌- 2023 ଓ ଜମ୍ମୁ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍‌-2023 । ଶୀତ ଅଧିବେଶନର ପ୍ରଥମ କାର୍ଯ୍ୟଦିବସରେ ଏହି ଦୁଇଟି ବିଲକୁ ଆଗତ କରାଯାଇଥିଲା । ଦୁଇଦିନର ଚର୍ଚ୍ଚା ପରେ ଆଜି ଏହାକୁ ନିମ୍ନ ସଦନ ଲୋକସଭାରେ ପାରିତ କରାଯାଇଛି । ଆଜି ଚର୍ଚ୍ଚାରେ ଅଂଶଗ୍ରହଣ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହାକୁ କାଶ୍ମୀରର ବଞ୍ଚିତଙ୍କୁ ନ୍ୟାୟ ବୋଲି କହିଛନ୍ତି । ଦୀର୍ଘ 70 ବର୍ଷ ଧରି ବଞ୍ଚିତ ଥିବା କାଶ୍ମୀର ବିସ୍ତାପିତଙ୍କୁ ଏହି ବିଲ୍‌ ପ୍ରତିନିଧିତ୍ବ ପ୍ରଦାନ କରିବ ବୋଲି ଶାହ କହିଛନ୍ତି ।

ବିବୃତ୍ତିରେ ଶାହ କହିଛନ୍ତି, ଏହି ବିଲ୍‌ କାଶ୍ମୀରରୁ ବଳପୂର୍ବକ ବିସ୍ତାପିତ ହୋଇଥିବା, ପ୍ରତାଡିତ ହୋଇ ନିଜ ଜନ୍ମମାଟି ଛାଡି ଦେଶର ବିଭିନ୍ନ ସ୍ଥାନର ଶରଣାର୍ଥୀ ଭାବେ ରହୁଥିବା କାଶ୍ମୀରବାସୀଙ୍କୁ ଏହା ଉଚିତ ନ୍ୟାୟ ଓ ପ୍ରତିନିଧିତ୍ବ ପ୍ରଦାନ କରିବ । ସେହିପରି ସେ କାଶ୍ମୀର ନୀତି ମାମଲାରେ ପୂର୍ବର କଂଗ୍ରେସ ସରକାର ଓ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ସମାଲୋଚନା କରିଥିଲେ । ନେହେରୁଙ୍କ ଭୁଲ ନୀତି ପାଇଁ ପାକ ଅଧିକୃତ କାଶ୍ମୀର (ପିଓକେ) ସୃଷ୍ଟି ହେଲା । ନଚେତ୍‌ ଏହା ଏବେ ଭାରତର ଅଞ୍ଚଳ ହୋଇ ରହିଥାନ୍ତା ବୋଲି ଶାହ କହିଥିଲେ । ଶାହଙ୍କ ଏହି ମନ୍ତବ୍ୟରେ ବିରୋଧୀ ସଦସ୍ୟମାନେ ଗୃହତ୍ୟାଗ କରିଥିଲେ ।

କାଶ୍ମୀରରୁ ଧାରା 370 ପ୍ରତ୍ୟାହାର ନିଷ୍ପତ୍ତିକୁ ମଧ୍ୟ ଶାହ ଐତିହାସିକ ଦର୍ଶାଇବାକୁ ପ୍ରୟାସ କରିଥିଲେ । ଘାଟିରେ ଆତଙ୍କବାଦର ଘଟଣା ସମ୍ପର୍କରେ ତଥ୍ୟ ରଖି ଶାହ କହିଥିଲେ, ଏବେ ସୁଦ୍ଧା ଘାଟିରେ 45 ହଜାର ଲୋକଙ୍କ ଆତଙ୍କୀ ଆକ୍ରମଣରେ ମୃତ୍ୟୁ ଘଟିଛି । କଂଗ୍ରେସ ସମୟରେ ମନମୋହନ ସିଂ ଓ ସୋନିଆ ଗାନ୍ଧୀଙ୍କ ଶାସନରେ ଘାଟିରେ ଆତଙ୍କୀ ଆକ୍ରମଣ ସର୍ବାଧିକ ସ୍ତରରେ ପହଞ୍ଚିଥିଲା । 2014ରେ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ରରେ ଶାସନରେ ଆସିବା ପରେ ଆତଙ୍କୀ ଆକ୍ରମଣ ମାମଲା ପ୍ରାୟ 70 ପ୍ରତିଶତ ହ୍ରାସ ପାଇଛି । 2024ରେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ 2026 ସୁଦ୍ଧା ଆତଙ୍କବାଦ ମୁକ୍ତ କାଶ୍ମୀର ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ :- ଫୋକସରେ 2024: ବାଦ ପଡିବେ ଅନୁଭବୀ, 3 ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଖୋଜୁଛି ବିଜେପି !

ତେବେ ଏହି ଦୁଇ ବିଲ ପାସ ହେବା ପରେ 2019ରୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିବା ଜମ୍ମୁ କାଶ୍ମୀର ଓ ଲଦାଖ ଏବେ ପୂର୍ବ ପରି ରାଜ୍ୟପାହ୍ୟାକୁ ଫେରିବା ନେଇ ରାସ୍ତା ସଫା ହୋଇଛି । ଏହା ସହ ଏଠାରେ ହେବାକୁ ଥିବା ନିର୍ବାଚନରେ ମଧ୍ୟ କାଶ୍ମୀରର ସଂଖ୍ୟାଲଘୁ ଗୋଷ୍ଠୀ, କାଶ୍ମୀର ପଣ୍ଡିତ ଓ ଅନ୍ୟମାନଙ୍କୁ ସଂରକ୍ଷଣ ମିଳିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 6, 2023, 5:30 PM IST

ABOUT THE AUTHOR

...view details