ଓଡିଶା

odisha

ଓଡିଶାରୁ ଉତ୍ତରପ୍ରଦେଶକୁ ହେଉଥିଲା ଗଞ୍ଜେଇ ଚାଲାଣ, 2 ଜଣଙ୍କୁ ବାନ୍ଧିଲା ନୋଏଡା ପୋଲିସ

By

Published : Jun 18, 2023, 7:13 PM IST

ଏକ କାରରୁ 60 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ନୋଏଡା ପୋଲିସ, 2 ଗିରଫ । ଅଧିକ ପଢନ୍ତୁ

Etv BharatNoida police arrested Two smugglers with hemp
Noida police arrested Two smugglers with hemp

ନୂଆଦିଲ୍ଲୀ:ଓଡିଶାରୁ ଉତ୍ତରପ୍ରଦେଶକୁ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ । ଛପରୋଲି ଗ୍ରାମ ନିକଟରୁ 2ଜଣଙ୍କୁ ଗିରଫ କରିବା ସହ 60 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ନୋଏଡା ପୋଲିସ । ଏହି ଘଟଣାରେ ଦୁଇ ଜଣ ଫେରାର ଥିବା ସୂଚନା ମିଳିଛି। ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ଏକ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଜାରି ରଖିଛି । ଦୁଇ ଗିରଫ ଅଭିଯୁକ୍ତ ହେଉଛନ୍ତି ମଞ୍ଜୟ କୁମାର ଯାଦବ ଏବଂ ବିନୟ କୁମାର ଦୁବେ । ଫେରାର ଥିବା ସେମାନଙ୍କ ସହଯୋଗୀ ହେଉଛି ସୁଦାମ ଚୌଧୁରୀ ଓ ପଓ୍ବାନ ମିଶ୍ର । ଏକ କାରରେ ହେଉଥିଲା ଗଞ୍ଜେଇ ଚାଲାଣ ।

ନୋଏଡା ଡିଜିପି ହରିଶ୍ଚନ୍ଦ୍ର କହିଛନ୍ତି ଯେ, 4ଜଣ ମାଫିଆ ଗୋଟିଏ କାରରେ ବିପୁଳ ପରିମାଣରେ ଗଞ୍ଜେଇ ଓଡିଶାରୁ ଦିଲ୍ଲୀ ଚାଲାଣ ହେଉଥିବା ଏକ ବିଶେଷସୁତ୍ରରୁ ପୋଲିସକୁ ଖବର ମିଳିଥିଲା । ଏହାପରେ ଘଟଣାସ୍ଥଳରେ ପହଞ୍ଚି କାର ଉପରେ ଚଢାଉ କରିଥିଲା ନୋଏଡା ପୋଲିସ। ଏକ ସୁଇପ୍ଟି କାରରୁ ପୁଳା ପୁଳା ଗଞ୍ଜେଇ ପୋଲିସ ଜବତ କରିଥିବା ବେଳେ ମଞ୍ଜୟ କୁମାର ଯାଦବ ଏବଂ ବିନୟ କୁମାର ଦୁବେଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା । କିନ୍ତୁ ଗାଡିରେ ଥିବା ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ-ବାହାର ରାଜ୍ୟକୁ ହେଉଥିଲା ଗଞ୍ଜେଇ ଚାଲାଣ, ଜଣେ ଗିରଫ

ସର୍ଚ୍ଚ ଅପରେସନ ସମୟରେ ଗାଡ଼ିରୁ 180 ପ୍ୟାକେଟ ଗଞ୍ଜେଇ ଜବତ ହୋଇଛି । ଯାହାର ଓଜନ 360 କେଜି ହୋଇଥିବା ବେଳେ ଆନୁମାନିକ ମୂଲ୍ୟ 60 ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଗିରଫ ଅଭିଯୁକ୍ତ ମଧ୍ୟ ଦୋଷ ସ୍ବୀକାର କରିଛନ୍ତି । ପୋଲିସ ଉଭୟଙ୍କୁ ପଚରାଉଚରା ଜାରି ରଖିଛି । ଫେରାର ଥିବା ଅଭିଯୁକ୍ତକୁ ଧରିବା ପାଇଁ ଏକ ପୋଲିସର ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ତେବେ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ଗଞ୍ଜେଇ ଚୋରାଚାଲାଣ । ନୂଆନୂଆ ଫଣ୍ଡା ଆପଣାଇ ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଛନ୍ତି ଗଞ୍ଜେଇ ମାଫିଆ । ଗଞ୍ଜେଇ ଚୋରାଚାଲାଣରେ ରୋକ୍‌ ଲଗାଇବାକୁ ଉଦ୍ୟମ ଜାରି ରଖିଛି ପୋଲିସ ।

ଦିଲ୍ଲୀର ଦରିଆଗଞ୍ଜ ଅଞ୍ଚଳର ଏକ ଅଳଙ୍କାର ଦୋକାନରେ ଚୋରି ମାମଲା ସାମ୍ନାକୁ ଆସିଛି । ଶୁକ୍ରବାର ରାତିରେ ଜଣେ ଦୁର୍ବୃତ୍ତ ଅଳଙ୍କାର ଦୋକାନର ତାଲା ଭାଙ୍ଗି ରୂପା ଜିନିଷ ଚୋରି କରିନେଇଛି । ଏନେଇ ଥାନାରେ ଅଭଯୋଗ ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ କରୁଛି ପୋଲିସ ।

ABOUT THE AUTHOR

...view details