ଓଡିଶା

odisha

ମୁଖ୍ୟମନ୍ତ୍ରୀଙ୍କ ପୁଅ କହିଲେ ସନାତନ ଧର୍ମ ଡେଙ୍ଗୁ, ମ୍ୟାଲେରିଆ ଭଳି

By ETV Bharat Odisha Team

Published : Sep 3, 2023, 9:59 AM IST

ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ ସହିତ ତୁଳନା କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ । କହିଲେ ଏହି ଧର୍ମକୁ ବିଲୋପ କରିବାକୁ ପଡିବ । ଅଧିକ ପଢନ୍ତୁ

ସନାତନ ଧର୍ମ ଉପରେ ଉଦୟନିଧିଙ୍କ ବିବଦୀୟ ବୟାନ
ସନାତନ ଧର୍ମ ଉପରେ ଉଦୟନିଧିଙ୍କ ବିବଦୀୟ ବୟାନ

ଚେନ୍ନାଇ: ''ସନାତନ ଧର୍ମ ମ୍ୟାଲେରିଆ, ଡେଙ୍ଗୁ ଭଳି । ଏହାକୁ କେବଳ ବିରୋଧ କଲେ ଚଳିବ ନାହିଁ, ବରଂ ସବୁଦିନ ପାଇଁ ବିଲୋପ କରିବାକୁ ପଡିବ । କାରଣ ସନାତନ ଧର୍ମ ସାମାଜିକ ନ୍ୟାୟ ଓ ସମାନତାର ବିରୁଦ୍ଧାଚରଣ କରୁଛି ।'' ସନାତନ ଧର୍ମ ଉପରେ ଏଭଳି କିଛି ମନ୍ତବ୍ୟ ଦେଇ ଏବେ ବିବାଦ ଘେରକୁ ଆସିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ । ହିନ୍ଦୁ ଧର୍ମକୁ ନେଇ ବିଗତ ଦିନରେ କିଛି ରାଜନେତା ବିବାଦୀୟ ବୟାନ ଦେଇଥିବା ବେଳେ ଏହି ତାଲିକାରେ ଏବେ ଉଦୟନିଧି ମଧ୍ୟ ଯୋଡି ହୋଇଛନ୍ତି ।

ଶନିବାର ଦିନ 'ସନାତନ ଉଚ୍ଛେଦ ସମ୍ମିଳନୀ'ରେ ଉଦବୋଧନ ଦେଇ ଉଦୟନିଧି ଷ୍ଟାଲିନ ଏକଥା କହିଛନ୍ତି । ଏହି ସମୟର ତାଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି । ମନ୍ତ୍ରୀ ଉଦୟନିଧି କହିଛନ୍ତି ଯେ, କିଛି ଜିନିଷକୁ ବିରୋଧ କରାଯାଇ ପାରିବ ନାହିଁ, ଏହାକୁ ଉଚ୍ଛେଦ କରିବାକୁ ପଡିବ । ଆମେ ଡେଙ୍ଗୁ, ମ୍ୟାଲେରିଆ ଓ କୋରୋନାକୁ ବିରୋଧ କରିପାରିବା ନାହିଁ । ଏହାକୁ ଦୂର କରିବା ଆବଶ୍ୟକ । ସେହିଭଳି ସନାତନ ଧର୍ମକୁ କେବଳ ବିରୋଧ କରାଯାଇ ପାରିବ ନାହିଁ, ଏହାକୁ ବିଲୋପ କରିବାକୁ ପଡିବ । ସଂସ୍କୃତରୁ ସନାତନ ନାମ ଆସିଛି । ଏହା ସାମାଜିକ ନ୍ୟାୟ ଓ ସମାନତା ବିରୋଧି ଅଟେ । ସନାତନର ଅର୍ଥ ସ୍ଥିର, ଯାହାକୁ ବଦଳାଯାଇ ପାରିବ ନାହିଁ । ଏହାସହିତ ସନାତନ ଧର୍ମ ଉଚ୍ଛେଦ ନାମରେ ସମ୍ମିଳନୀ ଆୟୋଜନ କରିଥିବାରୁ ସେ ଏହାର ଆୟୋଜକ ସମିତିକୁ ପ୍ରଶଂସା କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ସପା ନେତାଙ୍କ ବିବାଦୀୟ ବୟାନ; କହିଲେ ହିନ୍ଦୁ ଧର୍ମ କେବଳ ଧୋକା, ବ୍ରାହ୍ମଣବାଦ ସବୁ ବିଷମତାର କାରଣ

ତାମିଲନାଡୁ କ୍ରୀଡା ବିକାଶ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ଏହି ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ବିଜେପି ଆଇଟି ସେଲ ମୁଖ୍ୟ ଅମିଲ ମାଲବୀୟ କହିଛନ୍ତି ଯେ, ସେ ୮୦ ପ୍ରତିଶତ ଜନସଂଖ୍ୟାର ନରସଂହାରକୁ ଆହ୍ବାନ କରିଛନ୍ତି । ରାହୁଲ ଗାନ୍ଧୀ 'ମହବତର ଦୋକାନ' ବିଷୟରେ କହୁଛନ୍ତି, କିନ୍ତୁ କଂଗ୍ରେସର ସହଯୋଗୀ ଡିଏମକେ ସନାତନ ଧର୍ମକୁ ହଟାଇବା କଥା କହୁଛି । ଏନେଇ କଂଗ୍ରେସର ନୀରବତା ଏହି ଗଣହତ୍ୟା ଆହ୍ବାନର ସମର୍ଥନ କରୁଛି ।

ଅନ୍ୟପଟେ ବିଜେପି ନେତାଙ୍କ ଏହି ବୟାନରେ ଜବାବ ଦେଇ ଉଦୟନିଧି କହିଛନ୍ତି ଯେ, ସେ କେବେହେଲେ ସନାତନ ଧର୍ମ ଅନୁଗାମୀଙ୍କ ନରସଂହାର ଆହ୍ବାନ ଦେଇନାହାନ୍ତି । ନିଜର ବୟାନ ପାଇଁ ସେ ଯେକୌଣସି ପ୍ରକାର ଆଇନଗତ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପ୍ରସ୍ତୁତ । ଚିରାଚରିତ ଗୈରିକ ଧମକ ମୋତେ ଭୟଭୀତ କରିପାରିବ ନାହିଁ ବୋଲି କହିଛନ୍ତି ।

ABOUT THE AUTHOR

...view details