ଓଡିଶା

odisha

UP polls: ଗୀତରେ ଗୀତରେ ବାଜି ମାରି ନେବକି ବିଜେପି, ଚାଲିଛି ପ୍ରସ୍ତୁତି

By

Published : Jan 13, 2022, 10:57 AM IST

ଗୀତରେ ଭୋଟରଙ୍କ ମନ ଜିତିବାକୁ ବିଜେପିର ପ୍ରୟାସ

ଗୀତ ଗାଇ ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ ଆରମ୍ଭ କରି ଦେଇଛି ଭାରତୀୟ ଜନତା ପାର୍ଟି । ଭୋଟଙ୍କ ସମର୍ଥନ ପାଇଁ ବିଜେପି ଏମପି ମନୋଜ ତିୱାରୀ, ମନ୍ଦିର ଅବ ବନାନେ ଲଗେ ହେ ଭଗୱା ରଙ୍ଗ ଚଢାନେ ଲଗେ ହେ ଗୀତ ପ୍ରସ୍ତୁତ କରିଛନ୍ତି (Mandir ab banane laga hai BJP MP Manoj Tiwari's new song ahead of UP polls) । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧୦ରୁ ୭ଟି ପର୍ଯ୍ୟାୟରେ ଉତ୍ତରପ୍ରଦେଶ ବିଧାନସଭା ପାଇଁ ନିର୍ବାଚନ ହେବ । ନିର୍ବାଚନ ପାଇଁ ରାଲି ସମାବେଶ ସବୁକୁ ବାରଣ ହୋଇଛି। ଯାହା ହେବ ଭର୍ଚୁଆଲି । ଗୀତ ଗାଇ ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ ଆରମ୍ଭ କରି ଦେଇଛି ଭାରତୀୟ ଜନତା ପାର୍ଟି । ଭୋଟଙ୍କ ସମର୍ଥନ ପାଇଁ ବିଜେପି ଏମପି ମନୋଜ ତିୱାରୀ 'ମନ୍ଦିର ଅବ ବନାନେ ଲଗେ ହେ... ଭଗୱା ରଙ୍ଗ ଚଢାନେ ଲଗେ ହେ' ଗୀତ ପ୍ରସ୍ତୁତ କରିଛନ୍ତି (Mandir ab banane laga hai BJP MP Manoj Tiwari's new song ahead of UP polls) ।

ଗୀତରେ ତିୱାରୀ କଣ୍ଠଦାନ କରିଛନ୍ତି । ଏହି ଗୀତରେ ତିୱାରୀ ଅଯୋଧ୍ୟା ରାମମନ୍ଦିର ଉପରେ ଆଲୋକପାତ କରିଛନ୍ତି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଲକ୍ଷ୍ୟ କରି କହିଛନ୍ତି ଭାଗବାନ କୃଷ୍ଣ ମୋ ସ୍ବପ୍ନକୁ ଆସୁଛନ୍ତି । ଏହି ଗୀତରେ କାଶୀର ମହାନ ମନ୍ଦିର ଏବଂ ମଥୁରା ମନ୍ଦିର ବିଷୟରେ ମଧ୍ୟ ବିଜେପି ନେତା ଉଲ୍ଲେଖ କରିଛନ୍ତି । ଏହା ସହିତ ଗୋରଖପୁର ସାଂସଦ ରବି କିଶାନ ମଧ୍ୟ ଉତ୍ତରପ୍ରଦେଶର ବିକାଶ ବିଷୟରେ ଏକ ଗୀତର ଶୁଭାରମ୍ଭ କରିଛନ୍ତି । ଗୀତଟି ହେଉଛି 'ୟୁପି ମେ ସବ ବା' ।

ଉତ୍ତରପ୍ରଦେଶର 403 ବିଧାନସଭା ନିର୍ବାଚନ ପାଇଁ ଫେବୃଆରୀ 10ରୁ ସାତୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଫେବୃଆରୀ 10, 14, 20, 23, 27 ଏବଂ ମାର୍ଚ୍ଚ 3 ଏବଂ 7ରେ ସାତୋଟି ପର୍ଯ୍ୟାୟରେ ହେବ । ମାର୍ଚ୍ଚ 10ରେ ଭୋଟ୍ ଗଣନା କରାଯିବ । ଭାରତର ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଅନୁସାରେ ୫ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଜାନୁଆରୀ 15 ପର୍ଯ୍ୟନ୍ତ କୌଣସି ରାଜନୈତିକ ସମାବେଶ ତଥା ରୋଡ୍ ଶୋ ଅନୁମତି ଦିଆଯିବ ନାହିଁ । କୋରୋନା ସଂକ୍ରମଣ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ ।

@ANI

ABOUT THE AUTHOR

...view details