ETV Bharat / bharat

ଏପ୍ରିଲ ୨୯ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - horoscope

author img

By ETV Bharat Odisha Team

Published : Apr 29, 2024, 12:01 AM IST

ଏପ୍ରିଲ ୨୯ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ଏପ୍ରିଲ ୨୯ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

Horoscope Of 29th April: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ମେଷ: ଆଜିର ଦିନଟି ମିଶ୍ରିତ ଫଳପ୍ରଦ ହେବ । ବ୍ୟସ୍ତ ବହୁଳ ରହିବେ ଏବଂ ଆଳସ୍ୟ ଅନୁଭୂତି କରିବେ । ଶରୀର ଓ ମନ କୌଣସି କାର୍ଯ୍ୟ କରିବାକୁ ସମର୍ଥ ହେବ ନାହିଁ । ଦିନଟିରେ ଚିନ୍ତା ବଢିପାରେ ଯାହା କର୍ମକ୍ଷେତ୍ରରେ କୁପ୍ରଭାବ ପକାଇବ । ସୁନ୍ଦର ଭାବରେ ଓ ଢଙ୍ଗରେ ସାହାଯ୍ୟ ମାଗିଲେ ସୁଫଳ ପ୍ରାପ୍ତି ହେବ । ଭାବିଥିବା କାର୍ଯ୍ୟ ହାସଲ ହେବ । ଦେବ ଦର୍ଶନ ଯୋଗ ଅଛି ।

ବୃଷ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । ସାବଧାନତା ଅବଲମ୍ବନ କରନ୍ତୁ । ଆପଣ ଆଜି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଶାରିରୀକ ଅସୁସ୍ଥତା ଅନୁଭବ କରିବେ । ଖାଦ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ବ୍ୟସ୍ତତା ଓ ଦେହ ପୀଡାରେ କଷ୍ଟ ପାଇବେ । କାର୍ଯ୍ୟ ସ୍ଥଳରେ ଅଳସୁଆ ହେବେ । କୌଣସି ସ୍ଥାନକୁ ଯାତ୍ରା କରିବାକୁ ଚାହୁୁଁଥିଲେ ଯାତ୍ରା ସଫଳ ହେବ ।

ମିଥୁନ: ଗୁପ୍ତ କାର୍ଯ୍ୟରେ ସିଦ୍ଧି ଲାଭ କରିବେ ଓ ମନ ଭଲ ରହିବ । ଭିନ୍ନ ଭିନ୍ନ ଲୋକଙ୍କ ସହ ମିତ୍ରତା ବଢିବ । ସ୍ତ୍ରୀ ପିଲାଙ୍କ ସହ ସୁନ୍ଦର ଯାତ୍ରା କରିବେ । ନୂତନ ବସ୍ତ୍ର ପରିଧାନ କରିବେ । ଶାରୀରିକ ସୁସ୍ଥତା, ସାମାଜିକ ପ୍ରତିଷ୍ଠା ଓ କ୍ଷତି ବଢିବ ।

କର୍କଟ: ଆଜିର ଦିନଟି ଶୁଭ ଫଳଦାୟକ ଅଟେ । ପାରିବାରିକ ସମ୍ପର୍କ ଭଲ ରହିବ । କିଛି ଶୁଭ ଫଳ ପାଇବେ । ଯାହା କରିବେ ଜଶ ପାଇବେ,ଶରୀର ସୁସ୍ଥ ରହିବ । ସ୍ତ୍ରୀ ପିଲାଙ୍କ ସହ ସୁନ୍ଦର ସମୟ ବିତାଇବେ । ଚାକିରି କ୍ଷେତ୍ରରେ ଉନ୍ନତି ଲାଭ କରିବେ । ଅଧିନସ୍ଥ କର୍ମଚାରୀଙ୍କ ଦ୍ୱାରା ଉପକୃତ ହେବେ । ସ୍ତ୍ରୀ ସାଙ୍ଗ ମାନଙ୍କ ସହ ମଧୁର ସମ୍ପର୍କ ରହିବ ଏବଂ ଶତୃ ପରାଜୟ ହେବେ ।

ସିଂହ: ଆଜିର ଦିନଟି ଖୁସିରେ କଟିବ । ଉଚ୍ଚ ଚିନ୍ତା ଶକ୍ତି ରହିବ । ନୂତନ କବିତା ଲେଖିବା ପାଇଁ ପ୍ରେରଣା ପାଇବେ । ବୈବାହିକ ଜୀବନ ସୁଖମୟ ହେବ । ପିଲାମାନେ ପାଠପଢାରେ ଉଚ୍ଚ ଫଳ ଯୁକ୍ତ ହେବେ । ସାଙ୍ଗ ତଥା ସ୍ତ୍ରୀ ମାନଙ୍କ ଠାରୁ ଲାଭ ହେବ । କିଛି ଆୟୋଜକ ଭାବରେ କାମ କରିପାରନ୍ତି ।

କନ୍ୟା: ଆଜି ଦିନ ଆପଣଙ୍କ ସପକ୍ଷରେ ନାହିଁ । ଶାରିରୀକ ଭାବରେ ଆପଣ ଆଶାବାଦୀ ଅନୁଭବ କରି ନପାରନ୍ତି । ବ୍ୟସ୍ତତା ଆପଣଙ୍କ ମନକୁ ଗ୍ରାସ କରିବ । ଆପଣଙ୍କ ଜୀବନସାଥୀଙ୍କ ସହ ଯୁକ୍ତିତର୍କ ଏବଂ କଳହ ସୃଷ୍ଟି ହୋଇପାରେ । ମାଆଙ୍କର ସ୍ୱାସ୍ଥ୍ୟ ଆପଣଙ୍କୁ ବ୍ୟସ୍ତ କରିପାରେ । ଜମି ଏବଂ ସମ୍ପତ୍ତି ବିଷୟରେ ଅତ୍ୟନ୍ତ ଯତ୍ନଶୀଳ ହୁଅନ୍ତୁ ।

ତୁଳା: ସାରା ଦିନ ଖୁସିରେ କଟିବ । ପ୍ରତିଯୋଗୀଙ୍କ ପାଖରୁ ହିଁ ଆପଣ ସୁଯୋଗ ଛଡାଇ ନେଇପାରିବେ । ଆପଣ ଆଜି ଯାହା କରିବେ ସଫଳତା ସୁନିଶ୍ଚିତ ହେବ । ପ୍ରିୟଜନଙ୍କ ସହି ମିଳନ ହେବ । ଆପଣଙ୍କ ମନ ବ୍ୟସ୍ତ ଏବଂ ବ୍ୟାକୁଳତା ମୁକ୍ତ ରହିବ । ତୀର୍ଥଯାତ୍ରାରେ ଯାଇ ଆପଣ ଅନ୍ତିମ ଖୁସୀ ଅନୁଭବ କରିବେ । ସମ୍ପର୍କରେ ଭାବ ପ୍ରବଣତା ଆପଣଙ୍କୁ ଦ୍ୱନ୍ଦ୍ୱରେ ପକାଇବ ।

ବିଛା: ଆଜିଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ହୋଇପାରେ । ଅନାବଶ୍ୟକ ଖର୍ଚ୍ଚ ଉପରେ ଆପଣ ନଜର ରଖିବା ଆବଶ୍ୟକ । କଥାବାର୍ତ୍ତା କଲାବେଳେ ଆପଣ ଯତ୍ନଶୀଳ ରହନ୍ତୁ, ନମ୍ର ଏବଂ ଉଲ୍ଲାସ ରହନ୍ତୁ । ତାହା ଆପଣଙ୍କୁ ଘରୋଇ ଶାନ୍ତି ଏବଂ ସ୍ୱହାର୍ଦପୁର୍ଣ୍ଣତା ସୁନିଶ୍ଚିତ କରିବ । ଆପଣଙ୍କ ମନରେ ପ୍ରତିକୂଳ ଭାବନା ରଖନ୍ତୁ ନାହିଁ । ସ୍ୱାସ୍ଥ୍ୟ ସମସ୍ୟା ରହିପାରେ ।

ଧନୁ: ନିଜ ଦେହର ଯତ୍ନ ନିଅନ୍ତୁ । କରୁଥିବା କାର୍ଯ୍ୟରେ ସଫଳତା ଏବଂ ଧନ ପ୍ରାପ୍ତି ହେବ । ଦେବ ଦର୍ଶନ କରିବେ । ବନ୍ଧୁ ବାନ୍ଧବଙ୍କ କାମରେ ସହଯୋଗ କରିବେ । ବୈବାହିକ ଜୀବନ ସୁଖମୟ ହେବ । ନାମ ଓ ଖ୍ୟାତି ଅର୍ଜନ କରିବେ ।

ମକର: ଆଜି ଦିନରେ ଆପଣ କାର୍ଯ୍ୟ ସ୍ଥଳରେ ସାହାଯ୍ୟ ପାଇବେ । ଆୟ ଠାରୁ ବ୍ୟୟ ବଢିବ । ସାମାଜିକ ତଥା ଧାର୍ମିକ ଅନୁଷ୍ଠାନ ପାଇଁ କାର୍ଯ୍ୟ କରିବେ ଏବଂ ବ୍ୟୟ ବହୁଳ ହେବେ । ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । କଠିନ ପରିଶ୍ରମ କରି ସୁଫଳ ପାଇବାର ଆଶା ଅଛି । ଚିନ୍ତା ବଢିବ ଏବଂ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି ।

କୁମ୍ଭ: ଆଜି ଆପଣଙ୍କ ଦିନଟି ଅତି ଶୁଭଙ୍କର ଅଟେ । ବ୍ୟବସାୟ ପାଇଁ ଆଜି ହିଁ ଉତ୍କଷ୍ଟ ଦିନ ଅଟେ । ପୁରୁଣା ବନ୍ଧୁଙ୍କ ସହ ଆପଣଙ୍କର ସାକ୍ଷାତ ହୋଇପାରେ । ଆପଣ କିଛି ନୂଆ ବନ୍ଧୁ ମଧ୍ୟ କରିବେ । ସେମାନଙ୍କ ସହ ଏକ ସଂକ୍ଷିପ୍ତ ପରିଭ୍ରମଣରେ ଯିବାର ସମ୍ଭାବନା ଅଛି । ନୂତନ କାର୍ଯ୍ୟର ଶୁଭାରମ୍ଭ ପାଇଁ ଉତ୍ତମ ଦିନ ଅଟେ । ଆପଣ ଯଦି ବିବାହ କରିବାକୁ ଆଗ୍ରହ ପ୍ରକାଶ କରୁଥାଆନ୍ତି ତାହାହେଲେ ସଫଳ ହେବେ ।

ମୀନ: ବ୍ୟବସାୟ ପାଇଁ ଆଜି ଶ୍ରେଷ୍ଠ ସମୟ । ଆପଣଙ୍କ ବୃତ୍ତିରେ ଆପଣଙ୍କର କଠିନ ପରିଶ୍ରମ ଓ ଦକ୍ଷତା ପାଇଁ ଉପରିସ୍ଥ ହାକିମଙ୍କୁ ସନ୍ତୁଷ୍ଟ କରିବ । ପଦୋନ୍ନତିର ଉଜ୍ୱଳ ସମ୍ଭାବନା ଅଛି । ପିତାଙ୍କଠାରୁ ଉପକୃତ ହେବେ । ପାରିବାରିକ ଜୀବନ ଅତ୍ୟନ୍ତ ସୁଖପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିପତ୍ତି ଓ ସମ୍ମାନ ମିଳିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.