ଓଡିଶା

odisha

ଘୋଷଣା ହେଉନି ଗୁଜରାଟ ନିର୍ବାଚନ ତାରିଖ, ମୋଦିଙ୍କୁ ଟାର୍ଗେଟ କଲେ ଖଡ଼୍‌ଗେ

By

Published : Nov 1, 2022, 10:42 PM IST

ମୋଦିଙ୍କୁ ଟାର୍ଗେଟ କଲେ ଖଡ଼୍‌ଗେ । ମୋଦିଙ୍କ ବାରମ୍ବାର ଗୁଜରାଟ ଗସ୍ତକୁ ନେଇ ଟାର୍ଗେଟ କରିଛନ୍ତି ଜାତୀୟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼୍‌ଗେ । ମୋର୍ବି ଭଳି ଆହୁରି ପୋଲ ଉଦଘାଟନ କରିବାକୁ ଥିବାରୁ ଜାଣିଶୁଣି ନିର୍ବାଚନ ତାରିଖ ଘୋଷଣା କରାଯାଉନଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

Mallikarjun Kharge takes jibe at PM Narendra Modi over his Gujarat visit
ଘୋଷଣା ହେଉନି ଗୁଜରାଟ ନିର୍ବାଚନ ତାରିଖ, ମୋଦିଙ୍କୁ ଟାର୍ଗେଟ କଲେ ଖଡ଼୍‌ଗେ

ହାଇଦ୍ରାବାଦ: ମୋଦିଙ୍କୁ ଟାର୍ଗେଟ କଲେ ଖଡ଼୍‌ଗେ । ମୋଦିଙ୍କ ବାରମ୍ବାର ଗୁଜରାଟ ଗସ୍ତକୁ ନେଇ ଟାର୍ଗେଟ କରିଛନ୍ତି ଜାତୀୟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼୍‌ଗେ । ଆଗକୁ ଗୁଜରାଟ ନିର୍ବାଚନ ଥିବାରୁ ମୋଦି ଘନଘନ ଗୁଜରାଟ ଗସ୍ତ କରୁଥିବା କଥା କହିଛନ୍ତି ମଲ୍ଲିକାର୍ଜୁନ ଖଡ଼୍‌ଗେ । ଆଗକୁ ମୋର୍ବି ଭଳି ଅନେକ ପୋଲ ମୋଦି ଉଦାଘାଟନ କରିବେ ବୋଲି କହିଛନ୍ତି ମଲ୍ଲିକାର୍ଜୁନ ଖଡ଼୍‌ଗେ ।

ବର୍ତ୍ତମାନ ଭାରତ ଯୋଡ଼ ଯାତ୍ରାକୁ ପାଇଁ ତେଲଙ୍ଗାନାରେ ଅଛନ୍ତି ଜାତୀୟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼୍‌ଗେ । ଏହି ସମୟରେ ସେ କହିଛନ୍ତି, "ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ସାରିଛି । ହେଲେ ଗୁଜରାଟ ନିର୍ବାଚନ ପାଇଁ ତାରିଖ ଘୋଷଣା ହେଉନାହିଁ । ଗତ ୬ ଦିନ ହେଲାଣି ଲଗାତାର ଗୁଜରାଟ ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ । ସେ ମୋର୍ବି ଭଳି ଆହୁରି ପୋଲ ଉଦଘାଟନ କରିବାକୁ ଥିବାରୁ ଜାଣିଶୁଣି ନିର୍ବାଚନ ତାରିଖ ଘୋଷଣା କରାଯାଉନାହିଁ । ଯାହା କିଛି ଦିନ ପୂର୍ବରୁ ଭୁଶୁଡ଼ି ପଡ଼ିଛି ।"

ହିମାଚଳ ପ୍ରଦେଶରେ ନଭେମ୍ବର ୧୨ ତାରିଖରେ ମତଦାନ ହେବ । ତେବେ ବର୍ତ୍ତମାନ ସୁଦ୍ଧା ଗୁଜରାଟ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ । ଏହାପୂର୍ବରୁ ରୋଡ ସୋ' ପାଇଁ ନରେନ୍ଦ୍ର ମୋଦି ତିନି ଦିନିଆ ଗୁଜରାଟ ଗସ୍ତ କରିଥିଲେ । ତେବେ ଅକ୍ଟୋବର ୩୦ ତାରିଖରେ ମୋର୍ବିରେ ଝୁଲାପୋଲ ଭୁଶୁଡ଼ି ପଡ଼ିଥିଲା । ଏହାପରେ ରୋଡ ସୋ'କୁ ବାତିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଙ୍ଗଳବାର ସେ ମୋର୍ବି ଗସ୍ତ କରି ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ଉଦ୍ଧାରକାରୀ ଦଳ ସହ ଆଲୋଚନା କରିଛନ୍ତି । ଏହାପରେ ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ସହ କଥା ହୋଇଛନ୍ତି ।

ABOUT THE AUTHOR

...view details