ଓଡିଶା

odisha

Maharashtra Political Crisis: ବିଦ୍ରୋହୀ ବିଧାୟକ ମୁମ୍ବାଇ ଫେରିଲେ ସ୍ଥିତି ବଦଳିବ କହିଲେ ଶରଦ ପାୱାର

By

Published : Jun 23, 2022, 10:54 PM IST

ଶରଦ ପାୱାର
ଶରଦ ପାୱାର

ମହାରାଷ୍ଟ୍ର ରାଜନୈତିକ ସଂକଟ (Maharashtra Political crisis ) ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ( NCP chief Sharad Pawar) ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ(Chief Minister Uddhav Thackeray)ଙ୍କ ସମର୍ଥନରେ ରହିଛନ୍ତି । ପାୱାର କହିଛନ୍ତି ମୋର ଆଶା ଶିବସେନା ବିଦ୍ରୋହୀ ବିଧାୟକ ମୁମ୍ବାଇ ଫେରିଆସିଲେ ସ୍ଥିତି ବଦଳିଯିବ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ସଂକଟ (Maharashtra Political crisis ) ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ( NCP chief Sharad Pawar) ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ(Chief Minister Uddhav Thackeray) ଙ୍କ ସମର୍ଥନରେ ରହିଛନ୍ତି । ପାୱାର କହିଛନ୍ତି ମୋର ଆଶା ଶିବସେନା ବିଦ୍ରୋହୀ ବିଧାୟକ ମୁମ୍ବାଇ ଫେରିଆସିଲେ ସ୍ଥିତି ବଦଳିଯିବ ।

ପାୱାର ବିଜେପିକୁ ପରୋକ୍ଷରେ ଟାର୍ଗେଟ କରି କହିଛନ୍ତି ଆମେ ଜାଣିଛୁ ଶିବସେନା ବିଧାୟକଙ୍କୁ ପ୍ରଥମେ ଗୁଜୁରାଟ ପରେ ଆସାମ ନିଆଯାଇଛି । ଏହାରି ପଛରେ କିଏ ଅଛି ତାହା ସମସ୍ତେ ଜାଣନ୍ତି । ଆସାମ ସରକାର ପୁରା ସହଯୋଗ କରୁଛି । ଆଉ କାହାର ନା କହିବାର ଆବଶ୍ୟକତା ନାହିଁ ।

ଏହାସହ ବିଦ୍ରୋହୀ ବିଧାୟକଙ୍କୁ ଚେତାବନୀ ଓ ଉଦ୍ଧବ ଠାକରେଙ୍କୁ ସାହାସ ଦେଇ କହିଛନ୍ତି ବହୁମତ ସାବ୍ୟସ୍ତ ବିଧାନସଭାରେ ହେବ । ସମସ୍ତ ବିଧାୟକ ଥରେ ବିଧାନସଭା ଆସିଲେ ଜଣାପଡିବ କାହାର କେତେ ଶକ୍ତି । ଉଦ୍ଧବ ସରକାର ବହୁତ ଭଲ କାମ କରିଛନ୍ତି। ସରକାରକୁ ବଞ୍ଚାଇବା ପାଇଁ ଆମେ ସମସ୍ତ ସାମର୍ଥ୍ୟ ଲଗାଇବୁ ବୋଲି କହିଛନ୍ତି ।

ଅନ୍ୟପଟେ ଆସାମରେ ଡେରା ପକାଇଥିବା ବିଦ୍ରୋହୀ ବିଧାୟକ ସରକାର ଗଠନ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଥିପାଇଁ ଉପବାଚସ୍ପତିଙ୍କୁ ଚିଠି ଲେଖି ମଧ୍ୟ ଏକନାଥ ସିନ୍ଧେଙ୍କୁ ନେତା ଭାବେ ଦାବି କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏକନାଥ ସିନ୍ଧେଙ୍କ ଗୋଷ୍ଠୀ ଧୀରେ ଧୀରେ ନିଜ ଶକ୍ତି ବଢାଇବାରେ ଲାଗିଛି । ସିନ୍ଧେଙ୍କ ସମର୍ଥନରେ ଏବେ 40 ରୁ ଅଧିକ ବିଧାୟକ ଥିବା ଦାବି କରାଯାଇଛି । ଏହାସହ କିଛି ସ୍ବାଧୀନ ବିଧାୟକ ମଧ୍ୟ ଅଛନ୍ତି । ଏହାକୁ ନେଇ ବିଦ୍ରୋହୀ ଗୋଷ୍ଠୀ ଦାବି କରିଛନ୍ତି ଆଗାମୀ ଏକ ସପ୍ତାହ ମଧ୍ୟରେ ଆମେ ସରକାର ଗଠନ କରିବୁ ।

ABOUT THE AUTHOR

...view details