ଓଡିଶା

odisha

ମଧ୍ୟ ପ୍ରଦେଶ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ: ୧୮ କ୍ୟାବିନେଟ ପାହ୍ୟା ସହ ୨୮ ମନ୍ତ୍ରୀଙ୍କ ଶପଥ

By ETV Bharat Odisha Team

Published : Dec 25, 2023, 5:21 PM IST

Madhya Pradesh Cabinet expansion: ମଧ୍ୟ ପ୍ରଦେଶରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । 28 ବିଧାୟକ ମନ୍ତ୍ରୀ ଭାବେ ନେଲେ ଶପଥ । ରହିଛନ୍ତି ବହୁ ଭେଟେରାନ । 13 ରେ ଶପଥ ନେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ। ଅଧିକ ପଢନ୍ତୁ

ମଧ୍ୟ ପ୍ରଦେଶରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ: 28 ବିଧାୟକ ମନ୍ତ୍ରୀ ଭାବେ ନେଲେ ଶପଥ
ମଧ୍ୟ ପ୍ରଦେଶରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ: 28 ବିଧାୟକ ମନ୍ତ୍ରୀ ଭାବେ ନେଲେ ଶପଥ

ମଧ୍ୟ ପ୍ରଦେଶରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ

ଭୋପାଳ:ମଧ୍ୟ ପ୍ରଦେଶରେ ମୋହନ ଯାଦବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର 12 ଦିନ ପରେ ଆଜି କ୍ୟାବିନେଟ ସମ୍ପ୍ରସାରଣ ହୋଇଛି । ଆଜି 18 କ୍ଯାବିନେଟ ମନ୍ତ୍ରୀଙ୍କ ସହ ମୋଟ 28 ନବନିର୍ବାଚିତ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । କ୍ଯାବିନେଟ ମନ୍ତ୍ରୀ ଭାବେ ବହୁ ଭେଟେରାନ ଚେହେରାଙ୍କୁ ଦାୟିତ୍ବ ମିଳିଛି । ଏମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ, ପ୍ରଦ୍ୟୁମ୍ନ ସିଂ ତୋମାର ଓ କୈଳାଶ ବିଜୟବର୍ଗୀୟ ଓ ବିଶ୍ବାସ ସାରଙ୍ଗଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି । ସେହିପରି 6 ମନ୍ତ୍ରୀ ରାଜ୍ଯମନ୍ତ୍ରୀ (ସ୍ବାଧୀନ ପ୍ରଭାର) ସହ ଶପଥ ଗ୍ରହଣ କରିଛନ୍ତି । ଅନ୍ୟ 4 ମନ୍ତ୍ରୀଙ୍କୁ ରାଜ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଯାଇଛି । ରାଜ୍ୟପାଳ ମଙ୍ଗୁଭାଇ ଛଗନଭାଇ ପଟେଲ ଏହି ନୂତନ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସଂଧ୍ୟା ସୁଦ୍ଧା ଏମାନଙ୍କୁ ବିଭାଗ ବଣ୍ଟନ କରାଯିବାର ସମ୍ଭାବନା ରହିଛି ।

ମୋହନ କ୍ୟାବିନେଟର ନୂତନ ମନ୍ତ୍ରୀ:-

  1. ପ୍ରହ୍ଲାଦ ସିଂ ପଟେଲ
  2. କୈଳାସ ବିଜୟବର୍ଗୀୟ
  3. ତୁଲସୀ ସିଲାଭାଟ
  4. ଉଦୟ ପ୍ରତାପ ସିଂ
  5. ବିଜୟ ଶାହା
  6. ରାକେଶ ସିଂ
  7. ପ୍ରଦ୍ୟୁମ୍ନ ସିଂ ତୋମାର
  8. ଏଦଲ ସିଂ କାସାନା
  9. ନାରାୟଣ ସିଂ କୁଶୱା
  10. ସମ୍ପତିଆ ଉଇକେ
  11. କରଣ ସିଂ ବର୍ମା
  12. ନିର୍ମଳା ଭୁରିଆ
  13. ବିଶ୍ୱାସ ସାରଙ୍ଗ
  14. ଗୋବିନ୍ଦ ସିଂ ରାଜପୁତ
  15. ଇନ୍ଦର ସିଂ ପରମାର
  16. ନାଗର ସିଂ ଚୌହାନ
  17. ଚୈତନ୍ୟ କାଶ୍ୟପ
  18. ରାକେଶ ଶୁକ୍ଲା

ରାଜ୍ୟ ମନ୍ତ୍ରୀ (ସ୍ୱାଧୀନ ପ୍ରଭାର)

  1. କୃଷ୍ଣ ଗୌର
  2. ଧର୍ମେନ୍ଦ୍ର ଲୋଦି
  3. ଦିଲୀପ ଜୈସୱାଲ
  4. ଗୌତମ ଟେଟୱାଲ
  5. ଲଖନ ପଟେଲ
  6. ନାରାୟଣ ପାୱାର

ରାଜ୍ୟ ମନ୍ତ୍ରୀ

  1. ରାଧା ସିଂ
  2. ପ୍ରତୀମା ବାଗ୍ରି
  3. ଦିଲୀପ ଅହିରୱାର
  4. ନରେନ୍ଦ୍ର ଶିବାଜୀ ପଟେଲ

ଏହା ମଧ୍ୟ ପଢନ୍ତୁ:- କେହି ଯଦି ହାସ୍ୟ ବୁଝିବାରେ ଅକ୍ଷମ, ସେ ସଭ୍ୟ ମସ୍ତିସ୍କ ସମ୍ପନ୍ନ ନୁହନ୍ତି: କଲ୍ୟାଣ ବାନାର୍ଜୀ

ଡିସେମ୍ବର 13 ତାରିଖରେ ମୋହନ ଯାଦବ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । 3 ତାରିଖରେ ନିର୍ବାଚନ ଫଳାଫଳ ଆସି ସାରିଥିବା ବେଳେ ଏହାର ପ୍ରାୟ 9 ଦିନ ପରେ ବିଜେପି ମୋହନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲା । ଏହା ପରଦିନ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।58 ବର୍ଷୀୟ ମୋହନ ଯାଦବ 2013 ଠାରୁ କ୍ରାମଗତ ବିଧାୟକ ନିର୍ବାଚିତ ହୋଇଛନ୍ତି । ଉଜ୍ଜୈନ ବିଧାନସଭା ଆସନରୁ 2013, 2018 ଓ 2023 ବିଧାନସଭା ନିର୍ବାଚନରେ ସେ ହ୍ୟାଟ୍ରିକ ବିଜୟ ଲାଭ କରିଛନ୍ତି । ତାଙ୍କର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପୃଷ୍ଠଭୂମି ମଧ୍ୟ ରହିଛି । ମୋହନଙ୍କ ନାମ ପ୍ରଥମରୁ ମୁଖ୍ୟମନ୍ତ୍ରୀ ଚର୍ଚ୍ଚାରେ ନଥିବା ବେଳେ ତାଙ୍କୁ ଚୟନ କରାଯିବା ନେଇ ବିଜେପିର ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଆଜି ତାଙ୍କ ମନ୍ତ୍ରୀମଣ୍ଡଳରେ 28 ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details