ଓଡିଶା

odisha

ଚୂଡାନ୍ତ ହେଲା KCRଙ୍କ ଜାତୀୟ ଦଳ: TRS ହେବ BRS, ଆଜି ଅପରାହ୍ନରେ ଆନୁଷ୍ଠାନିକ ଘୋଷଣା

By

Published : Oct 5, 2022, 11:22 AM IST

ଚୂଡାନ୍ତ ହେଲା କେସିଆରଙ୍କ ଜାତୀୟ ଦଳ,  TRS ହେବ BRS
ଚୂଡାନ୍ତ ହେଲା କେସିଆରଙ୍କ ଜାତୀୟ ଦଳ, TRS ହେବ BRS

ଜାତୀୟ ରାଜନୀତିକୁ ପ୍ରବେଶ କଲେ କେସିଆର (KCR has finalized name of his new party)। TRS ହେଲା BRS । ଆଜି ଅପରାହ୍ନରେ ଦଳର ସାଧାରଣ ପରିଷଦ ବୈଠକ ପରେ ଆନୁଷ୍ଠାନିକ ଘୋଷଣା କରିବେ କେସିଆର । 2024 ସାଧାରଣ ନିର୍ବାଚନରେ ଜାତୀୟ ରାଜନୀତିରେ କରିବେ ପ୍ରବେଶ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଜାତୀୟ ରାଜନୀତିରେ ପ୍ରବେଶ କଲା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ କେସିଆରଙ୍କ ଦଳ TRS (KCR has finalized name of his new party)। ଦଳମୁଖ୍ୟ କେସିଆର ନିଜ ଜାତୀୟ ଦଳ ପାଇଁ ନାମ ଚୂଡାନ୍ତ କରିଛନ୍ତି । ପବିତ୍ର ବିଜୟା ଦଶମୀ ଦିନ ସେ ଜାତୀୟ ଦଳର ନାମ ଘୋଷଣା କରିବା ନେଇ ସୂଚନା ଦେଇଥିଲେ । ତେଲେଙ୍ଗାନାରେ ଶାସନରେ ଥିବା ତାଙ୍କ ନେତୃତ୍ବାଧୀନ ତେଲେଙ୍ଗାନା ରାଷ୍ଟ୍ର ସମିତି (TRS) ଏବେ ଭାରତ ରାଷ୍ଟ୍ର ସମିତି (BRS) ନାମରେ ପରିବର୍ତ୍ତିତ ହେବାକୁ ଯାଉଛି । ନାମ ଚୂଡାନ୍ତ ହୋଇଥିବା ନେଇ କେସିଆର ସୂଚନା ଦେଇ ସାରିଥିବା ବେଳେ ଅପରାହ୍ନରେ ଦଳୀୟ ବୈଠକ ପରେ ଆନୁଷ୍ଠାନିକ ଘୋଷଣା ମଧ୍ୟ କରିବେ ।

ଚୂଡାନ୍ତ ହେଲା କେସିଆରଙ୍କ ଜାତୀୟ ଦଳ, TRS ହେବ BRS

ଗତକାଲି ରାତିରେ ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଏକାଧିକ ପ୍ରସ୍ତାବିତ ନାମ ଉପରେ ବିଚାର ବିମର୍ଶ ହେବା ପରେ ଭାରତ ରାଷ୍ଟ୍ର ସମିତି (BRS) ନାମରେ ଜାତୀୟ ଦଳ ଲଞ୍ଚ ହେବା ନେଇ ନିଷ୍ପତ୍ତିରେ ପହଞ୍ଚିଥିଲା ଦଳ । ଜାତୀୟ ଦଳ ହେଉଥିବା କାରଣରୁ ସମସ୍ତ ଭାଷାଭାଷୀ ଲୋକଙ୍କୁ ବୁଝାପଡିବା ପରି ନାମକରଣ କରାଯିବା ନେଇ ଦଳ ପକ୍ଷରୁ ସୂଚନା ମିଳିଥିଲା । ଆଜି ଅପରାହ୍ନରେ ଦଳର ସାଧାରଣ ପରିଷଦ ବୈଠକରେ ଏନେଇ ଏକ ସଙ୍କଳ୍ପ ପାରିତ ହେବାକୁ ଯାଉଛି । କେସିଆରଙ୍କ ପ୍ରସ୍ତାବକୁ 283 ସଦସ୍ୟ ଅନଔପଚାରିକ ଭାବେ ସମର୍ଥନ ଜଣାଇ ସାରିଛନ୍ତି । ଦଳୀୟ ବୈଠକରେ ସାର୍ବଜନୀନ ଭାବେ ଏହାକୁ ସଙ୍କଳ୍ପପତ୍ର ମାଧ୍ୟମରେ ଅନୁମୋଦିତ କରାଯାଇ ଔପଚାରିକତା ସମ୍ପୂର୍ଣ୍ଣ କରାଯିବ ।

ଅନ୍ୟ ଏକ ସୂଚନା ଅନୁସାରେ ଏହି ଦଳୀୟ ବୈଠକରେ ଜେଡିଏସ ନେତା ତଥା କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ସମେତ ଅନ୍ୟ କିଛି ବରିଷ୍ଠ ନେତା ମଧ୍ୟ ସାମିଲ ରହିବେ । ଦଳୀୟ ବୈଠକ ପରେ ଦଳ ମୁଖ୍ୟ ତଥା କେସିଆର ଗଣମାଧ୍ୟମକୁ ସମ୍ବୋଧିତ ମଧ୍ୟ କରିପାରନ୍ତି । ଏହି ପ୍ରେସମିଟରେ ଦଳର ଆଗାମୀ ରଣନୀତି ଓ କାର୍ଯ୍ୟପନ୍ଥା ସମ୍ପର୍କରେ ସେ ସୂଚନା ଦେଇପାରନ୍ତି । ପରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଗଠିତ ଏକ ପ୍ରତିନିଧି ମଣ୍ଡଳୀ ଦିଲ୍ଲୀ ଗସ୍ତରେ ଯାଇ ଭାରତୀୟ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବ । ଆଞ୍ଚଳିକ ଦଳରୁ ଜାତୀୟ ଦଳ ଭାବେ ପଞ୍ଜୀକରଣ ପ୍ରକ୍ରିୟା ଓ ଚିହ୍ନ ଆଦି ନେଇ ଏହି ପ୍ରତିନିଧି ମଣ୍ଡଳୀ ନିର୍ବାଚନ ଆୟୁକ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ନେଇ ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details