ଓଡିଶା

odisha

IED found in JK: ବନ୍ଦିପୋରାରୁ ବିପୁଳ ପରିମାଣ IED ଜବତ

By

Published : Jan 15, 2022, 5:38 PM IST

IED found in JK: କାଶ୍ମୀରର ବନ୍ଦିପୁରାରେ ଜବତ ହେଲା ବିପୁଳ ପରିମାଣ IED

ଉତ୍ତର କାଶ୍ମୀରର ବନ୍ଦିପୋରାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ । ରହିଛି IED ସମେତ ବିପୁଳ ଗୁଳିଗୋଳା । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ ପହଞ୍ଚିବା ପରେ ଜାରି ରହିଛି ସର୍ଚ୍ଚ ଅପରେସନ । ଅଧିକ ପଢନ୍ତୁ

ଶ୍ରୀନଗର:ଉତ୍ତର କାଶ୍ମୀରର ବନ୍ଦିପୋରା ଜିଲ୍ଲାରୁ ବ୍ୟାପକ ବିସ୍ଫୋରକ ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି ସୁରକ୍ଷା ବାହିନୀ । ଆଜି (ଶନିବାର) ଉକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଜାରି ରହିଥିବା ବେଳେ IED ସମେତ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିବା ସହ ନିଷ୍କ୍ରିୟ କରିଛି ସୁରକ୍ଷା ବଳ ।

ସ୍ଥାନୀୟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବନ୍ଦିପୋରା ପୋଲିସ ଏବଂ 14-RR ର ଯବାନ ମାନେ ମିଳିତ କୁମ୍ବିଂ ଅପରେସନ କରୁଥିବା ବେଳେ ଏହାକୁ ଜବତ କରିଛନ୍ତି । ଏଥିରେ ବିସ୍ଫୋରକ ଉପକରଣ (IED) ସହ ବିପୁଳ ପରିମାଣର ଗୁଳିଗୋଳା ମଧ୍ୟ ରହିଛି । ପରେ ସେନା ଓ ପୋଲିସର ବୋମା ନିଷ୍କ୍ରୀୟକାରୀ ସ୍କ୍ବାଡ ଘଟଣାସ୍ଥଳରେ ପହଞ୍ଚି ବିସ୍ଫୋରକକୁ ନିଷ୍କ୍ରିୟ କରିଥିବା ସୂଚନା ରହିଛି ।

ଏହି ବିସ୍ଫୋରକ ସାମଗ୍ରୀ ସହ ଘାଟିରେ କିଛି ବଡ ଧରଣର ହିଂସା କିମ୍ବା ଆତଙ୍କୀ ଆକ୍ରମଣର ଷଡଯନ୍ତ୍ର କରାଯାଉଥିବା ପୋଲିସ ସନ୍ଦେହ କରୁଛି । ଏବେ ମଧ୍ୟ ଘଟଣାସ୍ଥଳରେ ଅପରେସନ ଜାରି ରଖିଛି ସୁରକ୍ଷା ବଳ ।

ANI

ABOUT THE AUTHOR

...view details