ଓଡିଶା

odisha

କଂଗ୍ରେସକୁ ଝଟକା, ନିର୍ବାଚନ ପୂର୍ବରୁ ହାତ ଛାଡି BRSରେ ମିଶିଲେ ପଲବାଇ ଶ୍ରାବନ୍ତୀ

By ETV Bharat Odisha Team

Published : Nov 12, 2023, 12:33 PM IST

ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ହାତ ଛାଡି ବିଆରଏସରେ ମିଶିଛନ୍ତି କଂଗ୍ରେସର ପୂର୍ବତନ ନେତ୍ରୀ ପଲବାଇ ଶ୍ରାବନ୍ତୀ । ଅଧିକ ପଢନ୍ତୁ

Palvai Sravanthi joins Bharat Rashtra Samithi
ନିର୍ବାଚନ ପୂର୍ବରୁ ହାତ ଛାଡି BRSରେ ମିଶିଲେ ପଲବାଇ ଶ୍ରାବନ୍ତୀ

ହାଇଦ୍ରାବାଦ: ତେଲେଙ୍ଗାନାରେ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ହାତ ଗଣତି ଦିନ । ଏହା ପୂର୍ବରୁ ରାଜ୍ୟରେ ଦଳଡିଆଁ ପର୍ବ ଆରମ୍ଭ ହୋଇଛି । ତେଲେଙ୍ଗାନାରେ କଂଗ୍ରେସକୁ ଏକ ବଡ ଝଟକା ଲାଗିଛି । ନିର୍ବାଚନ ପୂର୍ବରୁ ହାତ ଛାଡ଼ି ବିଆରଏସରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ନେତ୍ରୀ ପଲବାଇ ଶ୍ରାବନ୍ତୀ । ବିଦ୍ଧିବଦ୍ଧ ଭାବେ ବିଆରଏସରେ ଯୋଗ ଦେଇଛନ୍ତି ପଲବାଇ । ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ଦଳକୁ ସ୍ବାଗତ କରିଛନ୍ତି ବିଆରଏସ ନେତା ତଥା ତେଲେଙ୍ଗାନା ମନ୍ତ୍ରୀ କେଟିଆର ରାଓ ।

କଂଗ୍ରେସ ମୁଖପାତ୍ର ପଲବାଇ ଶ୍ରାବନ୍ତୀ ହାତ ଛାଡୁ ଛାଡୁ ବିଆରଏସ୍‌ ଶିବିରରେ ଯୋଗ ଦେଇଛନ୍ତି । ଏହା ତେଲେଙ୍ଗାନା କଂଗ୍ରେସ କମିଟିକୁ ଏକ ଝଟକା ଦେଇଛି । ଦଳ ତାଙ୍କୁ ପ୍ରାଥମିକତା ଦେଉନଥିବା ଅଭିଯୋଗ କରି ସେ ଏହି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଏବେ ବିଆରଏସ ସରକାର ରହିଛି ।

ଏହା ବି ପଢନ୍ତୁ...ମୁଁ ଏଠାକୁ ପ୍ରାୟଶ୍ଚିତ କରିବାକୁ ଆସିଛି: ପ୍ରଧାନମନ୍ତ୍ରୀ

ବିଆରଏସରେ ଯୋଗ ଦେବା ପରେ ପ୍ରତିକ୍ରିୟା ଦେଇ ପଲବାଇ ଶ୍ରାବନ୍ତୀ କହିଛନ୍ତି, ''ଜଣେ ନେତା ସମ୍ମାନ ଲୋଡିଥାଏ । ନେତା ଭାବରେ ଜଣେ ମାନ୍ୟତା ପାଇଁ ସମ୍ମାନର ଆବଶ୍ୟକତା ଥିବା ମୁଁ ବିଶ୍ବାସ କରେ । କଂଗ୍ରେସ ଦଳରେ ମୁଁ ଏହାର ଅଭାବ ଦେଖିଲି । ଏଥିରେ ମୁଁ ଯେଉଁଭଳି ଅପମାନ ସାମ୍ନା କରିଛି ତାହା ମୋତେ ଏକ ଭିନ୍ନ ଦୃଷ୍ଟି କୋଣକୁ ନେଇଯାଇଛି । ତେଣୁ ମୁଁ ଆଗକୁ ବଢି ନୂଆ ଆରମ୍ଭ କରିବା ଆବଶ୍ୟକ ବୋଲି ଭାବିଲି । ବିଆରଏସ ସେହି ଦଳ ଯେଉଁଠି ମୋର ଦକ୍ଷତା ଚିହ୍ନିତ ହେବ । ତେଣୁ ବିଆରଏସରେ ଯୋଗ ଦେବା ମୋ କ୍ୟାରିୟର ପାଇଁ ଏକ ବଡ ଟର୍ଣ୍ଣିଙ୍ଗ ପଏଣ୍ଟ ହେବ ।

ଏହା ବି ପଢନ୍ତୁ...Telangana election: ଅନେକ ପ୍ରାର୍ଥୀ କୋଟିପତି, ସବୁଠୁ ଆଗରେ କଂଗ୍ରେସ

ପ୍ରକାଶ ଥାଉ କି, ନଭେମ୍ବର 7 ତାରିଖରୁ ଦେଶରେ 5 ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଇଛି । ମିଜୋରାମ ଓ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ନଭେମ୍ବର 30 ତାରିଖରେ 119 ଆସନରେ ତେଲେଙ୍ଗାନାରେ ମତଦାନ ଗ୍ରହଣ ହେବ । 2024 ଜାନୁଆରୀ 16ରେ ତେଲେଙ୍ଗାନା ବିଧାନସଭାନ କାର୍ଯ୍ୟକାଳ ଶେଷ ହେବ । 2018 ବିଧାନସଭା ନିର୍ବାଚନ ହୋଇଥିଲା । ଏଥିରେ ସେବେର ଟିଆରଏସ ତଥା ଏବେର ବିଆରଏସ ସରକାର ଗଠନ କରିଥିଲା । କେ. ଚନ୍ଦ୍ରଶେଖର ରାଓ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ABOUT THE AUTHOR

...view details