ETV Bharat / bharat

Telangana election: ଅନେକ ପ୍ରାର୍ଥୀ କୋଟିପତି, ସବୁଠୁ ଆଗରେ କଂଗ୍ରେସ

author img

By ETV Bharat Odisha Team

Published : Nov 11, 2023, 10:53 PM IST

ତେଲେଙ୍ଗାନା ନିର୍ବାଚନ ମୈଦାନରେ ମାଳ ମାଳ କୋଟିପତି ପ୍ରାର୍ଥୀ । ଦଳୀୟ ବିଶେଷରେ ବିଜେପି ଓ ବିଆରଏସ ଠାରୁ ମଧ୍ୟ ଆଗରେ କଂଗ୍ରେସ । ଅଧିକ ପଢନ୍ତୁ

Telangana election: ଏକାଧିକ ପାର୍ଟିର ଅନେକ ପ୍ରାର୍ଥୀ କୋଟିପତି
Telangana election: ଏକାଧିକ ପାର୍ଟିର ଅନେକ ପ୍ରାର୍ଥୀ କୋଟିପତି

ହାଇଦ୍ରାବାଦ: ଚଳିତଥର ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ବହୁ ପ୍ରାର୍ଥୀ କୋଟିପତି । ଏହି ତାଲିକାରେ ପ୍ରମୁଖ ରାଜନୈତିକ ଦଳ ବିଆରଏସ, ବିଜେପି ଓ କଂଗ୍ରେସର ନେତାମାନେ ଆଗରେ ରହିଛନ୍ତି । ପ୍ରାର୍ଥୀମାନେ ଦାଖଲ କରିଥିବା ନାମାଙ୍କନ ପତ୍ରରେ ଏହି ତଥ୍ୟ ସେମାନେ ଉପସ୍ଥାପନ କରିଛନ୍ତି । ଏହି ଶ୍ରେଣୀରେ ସବୁଠୁ ଆଗରେ ରହିଛି କଂଗ୍ରେସ । ରାଜ୍ୟର ପ୍ରଥମ ତିନି ଧନୀ ପ୍ରାର୍ଥୀ କଂଗ୍ରେସରୁ ଥିବା ବେଳେ ଶାସକ ଭାରତ ରାଷ୍ଟ୍ର ସମିତି (BRS)ରୁ 4ର୍ଥ ଧନୀ ପ୍ରାର୍ଥୀ ରହିଛନ୍ତି ।

କଂଗ୍ରେସର ବିବେକ ଛେନୁର 606.67 କୋଟି ଟଙ୍କାର ମାଲିକ ଭାବେ ସତ୍ୟପାଠ ଦାଖଲ କରିଛନ୍ତି । ମୁନୁଗୋଡୁରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ରାଜଗୋପାଲ ରେଡ୍ଡୀ 458.39 ଓ ପାଲେରୁ ଆସନର ପ୍ରାର୍ଥୀ ଶ୍ରୀନିବାସ ରେଡ୍ଡୀ 433.93 ଟଙ୍କା ସମ୍ପତ୍ତିର ଅଧିକାରୀ । ବିଆରଏସର ଶେଖର ରେଡ୍ଡୀଙ୍କ ନିକଟରେ ସର୍ବାଧିକ 227.51 କୋଟି ଟଙ୍କାର ସମ୍ପତ୍ତି ରହିଛି । ସେହିପରି 197.40 କୋଟି ଟଙ୍କାର ସମ୍ପତ୍ତି ସହ ନିଜାମବାଦ-ଅର୍ବାନରୁ ନିର୍ବାଚନ ଲଢୁଥିବା ବିଆରଏସ ପ୍ରାର୍ଥୀ ଗଣେଷ ଦଳର ଦ୍ବିତୀୟ ବିତ୍ତଶାଳୀ ପ୍ରାର୍ଥୀ । ବିଜେପିର ସେରିଲିଙ୍ଗମପାଲ୍ଲୀରୁ ନିର୍ବାଚନ ଲଢୁଥିବା ଏମ ରବିକୁମାପର 166.93 କୋଟିର ସମ୍ପତ୍ତି ସହ ଦଳର ସର୍ବାଧିକ ଧନୀ ପ୍ରାର୍ଥୀ ।

ସେହିପରି ଦଳୀୟ ପ୍ରାର୍ଥୀ ଅରବିନ୍ଦ କୋର୍ତୁଲା 107.43 କୋଟିର ମାଲିକାନାରେ ରହିଛନ୍ତି । ତେବେ ବିଶ୍ଳୋଷଣାତ୍ମକ ଭାବେ ଦେଖିଲେ, ରାଜ୍ୟରେ ବିଭିନ୍ନ ପାର୍ଟି ଟିକେଟରେ ନାମାଙ୍କନ ଭରିଥିବା ପ୍ରାୟ 50ରୁ ଅଧିକ ନେତାଙ୍କ ସମ୍ପତ୍ତି 50 କୋଟିରୁ ଅଧିକ ରହିଛି । ସେମାନଙ୍କ ମଧ୍ୟରୁ ଅନେକ ନେତାଙ୍କ ସମ୍ପତ୍ତିର ସିଂହଭାଗ ସେମାନଙ୍କର ପତ୍ନୀଙ୍କ ନାମରେ ରହିଛି । ସେହିପରି ଅନେକ ନେତା ସେମାନଙ୍କ ନାମରେକୌଣସି ଘର କିମ୍ବା କାର ନଥିବା ଦର୍ଶାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Ayodhya Deepotsav: ଭାଙ୍ଗିଲା ପୂର୍ବ ରେକର୍ଡ, 24 ଲକ୍ଷ ଦ୍ବୀପରେ ଆଲୋକିତ ହେଲା ଅଯୋଧ୍ୟା

ସେହିପରି ଏହି ନେତାଙ୍କ ମଧ୍ୟରୁ ଅନେକଙ୍କ ନାମରେ ଅପରାଧିକ ମାମଲା ରହିଛି । କୋଦାନଗଲ ଓ କାମାରେଡ୍ଡୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢୁଥିବା ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ରିବନ୍ତ ରେଡ୍ଡୀଙ୍କ ନାମରେ ସର୍ବାଧିକ 89 ଟି ମାମଲା ରହିଛି । ସେହିପରି ଗୋଶାମହଲ ନିର୍ବଚନ ମଣ୍ଡଳୀରୁ ନିର୍ବାଚନ ଲଢୁଥିବା ବିବାଦୀୟ ବିଜେପି ନେତା ଟି.ରାଜା ସିଂଙ୍କ ନାମରେ 75 ଟି ମାମଲା ରହିଛି । ଧର୍ମୀୟ ବିବାଦୀୟ ମନ୍ତବ୍ୟ ଦେଇ ଜେଲରୁ ଫେରିଥିବା ରାଜାଙ୍କ ବିରୋଧରେ ନିକଟରେ ବିଜେପି ନିଲମ୍ବନ ଆଦେଶ ପ୍ରତ୍ୟାହାର ହେବା ପରେ ଦଳୀୟ ଟିକେଟରେ ନିର୍ବାଚନ ଲଢୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.