ETV Bharat / bharat

ମୁଁ ଏଠାକୁ ପ୍ରାୟଶ୍ଚିତ କରିବାକୁ ଆସିଛି: ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Nov 12, 2023, 8:56 AM IST

Updated : Nov 12, 2023, 10:42 AM IST

ନିର୍ବାଚନୀ ମୁହାଁ ତେଲେଙ୍ଗାନା ଗସ୍ତ କରି ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ସ୍ବାଧୀନତା ପରେ ଦେଶରେ ଆସିଥିବା ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢ଼ନ୍ତୁ

pm modi in Hyderabad
pm modi in Hyderabad

pm modi in Telangana

ହାଇଦ୍ରାବାଦ: ସ୍ବାଧୀନତା ପରେ ଦେଶରେ ଅନେକ ସରକାର ଆସିଛନ୍ତି । ଆମ ସରକାରର ସର୍ବୋଚ୍ଚ ପ୍ରାଥମିକତା ଗରିବଙ୍କ କଲ୍ୟାଣ । ସ୍ବାଧୀନତା ପରବର୍ତ୍ତୀ ସରକାର ଏଠାକର ମାଦିଗା ସମ୍ପଦାୟଙ୍କୁ ଅଧିକାର ଦେବାରେ ବିଫଳ ହୋଇଛନ୍ତି । ବିଜେପି ଯେଉଁ ମନ୍ତ୍ର ସହ ଚାଲୁଛି ତାହା ସବକା ବିକାଶ, ସବକା ସାଥ, ସବକା ବିଶ୍ବାସ ଏବଂ ସବକା ପ୍ରୟାସ । ଆମେ ସାମାଜିକ ନ୍ୟାୟ ସୁନିଶ୍ଚିନ୍ତ କରିବାକୁ ପ୍ରତିବଦ୍ଧ । ସ୍ବାଧୀନତା ପରେ ଯେତେ ରାଜନୈତିକ ଦଳ, ନେତା ତୁମକୁ ପ୍ରତିଶ୍ରୁତି ଦେଇ ଧୋକା ଦେଇଛନ୍ତି ସେହି ପାପର କ୍ଷମା ମାଗିବାକୁ ଓ ସେମାନଙ୍କ ପାପର ପ୍ରାୟଶ୍ଚିତ କରିବାକୁ ଆସିଛି । ନିର୍ବାଚନୀ ମୁହାଁ ତେଲେଙ୍ଗାନାରେ ଏକ ଜନସଭାକୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସିକନ୍ଦରାବାଦରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ତେଲେଙ୍ଗାନା ଆଜି ଏକ ଗୁରୁତ୍ବପୂର୍ଣ୍ଣ ମୋଡରେ ରହିଛି । ଦଶକରୁ ଆନ୍ଦୋଳନ ପରେ 10ବର୍ଷ ପୂର୍ବରୁ ଏଠାରେ ଯେଉଁ ସରକାର ବନିଥିଲା ସେ ତେଲେଙ୍ଗାନା ଗୌରବ ଓ ସମ୍ମାନର ରକ୍ଷା କରିପାରିନାହିଁ । ତେଲେଙ୍ଗାନା ସାମର୍ଥ୍ୟର ପ୍ରଶଂସା ପୁରା ଦୁନିଆ କରୁଛି ମାତ୍ର ଏଠାର ସରକାର କଥା ଆସିଲେ ସମସ୍ତେ ନିରାଶ ହୋଇଯାଆନ୍ତି । 10 ବର୍ଷରେ ତେଲେଙ୍ଗାନା ସରକାର ସମସ୍ତଙ୍କ ସହ ମାଦିଗା ସମୁଦାୟଙ୍କ ସହ କେବଳ ବିଶ୍ବାସଘାତ କରିଛି । କଂଗ୍ରେସ ତେଲେଙ୍ଗାନା ନିର୍ମାଣରେ କିପରି ବାଧା ସୃଷ୍ଟି କରିଥିଲା ତାହାକୁ କିଏ ଭୁଲି ପାରିବ । ଅନେକ ବଳିଦାନ ପରେ ତେଲେଙ୍ଗାନା ନିର୍ମାଣ ହେଲା ସେ ବିଆରଏସ ନେତା ତୁମକୁ ଭୁଲି କଂଗ୍ରେସ ନେତାଙ୍କୁ ଧନ୍ୟବାଦ ଦେଇଥିଲେ । ଜଣେ ଦଳିତଙ୍କୁ ତେଲେଙ୍ଗାନାର ପ୍ରଥମ ମୁଖ୍ୟମନ୍ତ୍ରୀ କରିବାକୁ ଆନ୍ଦୋଳନ ସମୟରେ ପ୍ରତିଶ୍ରୁତି ଦିଆଯାଇଥିଲା ମାତ୍ର ରାଜ୍ୟ ନିର୍ମାଣ ପରେ ପ୍ରତି ଦଳତି ଆକାଂକ୍ଷାକୁ ଦଳି ଦେଇ କେସିଆର ମୁଖ୍ୟମନ୍ତ୍ରୀ ଚୌକି କବଜା କରିଥିଲେ । ବିଆରଏସ ଦଳିତଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖିନାହିଁ । ଏଠାକର ସରକାର ଚାଷୀଙ୍କ ଋଣ ଛାଡ କରିବାକୁ କହିଥିଲା ମାତ୍ର ଚାଷୀଙ୍କୁ ଏହାର ଲାଭ ମିଳିନାହିଁ । ବିଆରଏସଠୁ ସତର୍କ ରହିବାକୁ ହେବ ।"

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ବିଆରଏସ ପରି କଂଗ୍ରେସଠୁ ମଧ୍ୟ ଆପଣଙ୍କୁ ସତର୍କ ରହିବାକୁ ହେବ । ବିଆରଏସ ଦଳି ବିରୋଧୀ ଏବଂ କଂଗ୍ରେସ ଏଥିରେ କମ୍ ନୁହେଁ । କଂଗ୍ରେସ ବାବା ସାହେବଙ୍କ ବିରୋଧ କରି ତାଙ୍କୁ ଜିତିବାକୁ ଦେଇନଥିଲା । କଂଗ୍ରେସ ଯୋଗୁଁ ଦଶକ ଯାଏଁ ବାବା ସାହେବଙ୍କୁ ଭାରତରତ୍ନ ଦିଆଯାଇନଥିଲା । କେନ୍ଦ୍ରରେ ବିଜେପି ସମର୍ଥନ ସରକାର ଆସିବା ପରେ ବାବା ସାହେବଙ୍କୁ ଭାରତରତ୍ନ ମିଳିଥିଲା ଓ ସଂସଦ ସେଣ୍ଟ୍ରାଲ ହଲରେ ତାଙ୍କ ଫଟୋ ଲାଗିଥିଲା । ବିଆରଏସ ପରି କଂଗ୍ରେସର ଇତିହାସ ଦଳିତଙ୍କୁ ଘୃଣା କରିବା । ବିଜେପି ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲା ସେବେ କଂଗ୍ରେସ ତାଙ୍କୁ ହରାଇବାକୁ ପୁରା ଶକ୍ତି ଲଗାଇ ଦେଇଥିଲା । ଦଳତି ସମାଜରୁ ଆସିଥିବା କୋବିନ୍ଦଜୀ ରାଷ୍ଟ୍ରପତି ଦେବା ପରେ ସେ ଆମ ସମସ୍ତଙ୍କର ଦେଶର ରାଷ୍ଟ୍ରପତି ଥିଲେ ହେଲେ କଂଗ୍ରେସ ତାଙ୍କୁ ତିରସ୍କାର କରିଥିଲା । ବିଜେପି ଯେବେ ଜଣେ ମହିଳାଙ୍କୁ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି କରିବାକୁ ପ୍ରସ୍ତାବ ରଖିଥିଲା କଂଗ୍ରେସ ଦ୍ରୌପଦୀ ମୁର୍ମୁଜୀଙ୍କର ବିରୋଧ କରିଥିଲା । ଭାରତୀୟ ଜନତା ପାର୍ଟି ଗତ 3 ଦଶକରେ ପ୍ରତି ସଂଘର୍ଷରେ ଆପଣଙ୍କ ସହିତ ରହିଛି । ଅନ୍ୟାୟର ଅନ୍ତ କରିବାକୁ ଆମ ସରକାର ପ୍ରତିବଦ୍ଧ ।"

ଏହା ବି ପଢନ୍ତୁ....Telangana election: ଅନେକ ପ୍ରାର୍ଥୀ କୋଟିପତି, ସବୁଠୁ ଆଗରେ କଂଗ୍ରେସ

ପ୍ରକାଶ ଥାଉ କି, ଦେଶରେ 5 ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଇଛି । ମିଜୋରାମ ଓ ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ନଭେମ୍ବର 30 ତାରିଖରେ 119 ଆସନରେ ତେଲେଙ୍ଗାନାରେ ମତଦାନ ଗ୍ରହଣ ହେବ । 2024 ଜାନୁଆରୀ 16ରେ ତେଲେଙ୍ଗାନା ବିଧାନସଭାନ କାର୍ଯ୍ୟକାଳ ଶେଷ ହେବ । 2018 ବିଧାନସଭା ନିର୍ବାଚନ ହୋଇଥିଲା । ଏଥିରେ ସେବେର ଟିଆରଏସ ତଥା ଏବେର ବିଆରଏସ ସରକାର ଗଠନ କରିଥିଲା । କେ ଚନ୍ଦ୍ରଶେଖର ରାଓ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

Last Updated :Nov 12, 2023, 10:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.