ଓଡିଶା

odisha

ସିନ୍ଧେଙ୍କ ଅଭିଯୋଗ, ୧୬ ବିଧାୟକଙ୍କ ସୁରକ୍ଷା ହଟାଇ ନେଇଛନ୍ତି ମହାରାଷ୍ଟ୍ର ସରକାର

By

Published : Jun 25, 2022, 2:37 PM IST

ମହାରାଷ୍ଟ୍ର ସରକାର ୧୬ ଜଣ ବିଦ୍ରୋହୀ ବିଧାୟକଙ୍କ ବାସଭବନରୁ ସୁରକ୍ଷା ହଟାଇ ଦେଇଥିବାର ଅଭିଯୋଗ ଆଣିଲେ ସିନ୍ଧେ । ଏହାକୁ ଖଣ୍ଡନ କଲେ ଗୃହମନ୍ତ୍ରୀ ବିଦ୍ରୋହୀ ଦିଲ୍ଲୀପ ୱାଲସେ ପାଟିଲ । ଅଧିକ ପଢନ୍ତୁ

ସିନ୍ଧେଙ୍କ ଅଭିଯୋଗ, ୧୬ ବିଧାୟକଙ୍କ ସୁରକ୍ଷା ହଟାଇ ନେଇଛନ୍ତି ମହାରାଷ୍ଟ୍ର ସରକାର
ସିନ୍ଧେଙ୍କ ଅଭିଯୋଗ, ୧୬ ବିଧାୟକଙ୍କ ସୁରକ୍ଷା ହଟାଇ ନେଇଛନ୍ତି ମହାରାଷ୍ଟ୍ର ସରକାର

ମୁମ୍ବାଇ: ଶିବସେନା ବିଧାୟକ ଏକନାଥ ସିନ୍ଧେଙ୍କ ବିଦ୍ରୋହରେ ଦୁଇ ଫାଳ ହୋଇଯାଇଛି ମହାବିକାଶ ଅଘାଡି ସରକାର । ଗୋଟିଏ ପଟେ ବିଦ୍ରୋହୀ ବିଧାୟକଙ୍କୁ ନେଇ ଗୌହାଟୀରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ସିନ୍ଧେ, ଅନ୍ୟପଟେ ମୁମ୍ବାଇରେ ବିଦ୍ରୋହୀ ବିଧାୟକଙ୍କୁ ଦୁର୍ବଳ କରିବାକୁ କସରତ ଚଳାଇଛନ୍ତି ଉଦ୍ଧବ ଠାକରେ । ଏହାରି ଭିତରେ ମହାରାଷ୍ଟ୍ର ସରକାର ୧୬ ଜଣ ବିଦ୍ରୋହୀ ବିଧାୟକଙ୍କ ବାସଭବନରୁ ସୁରକ୍ଷା ହଟାଇ ଦେଇଥିବାର ସିନ୍ଧେ ଅଭିଯୋଗ ଆଣିଛନ୍ତି । ଯେଉଁଥିରେ ସେ ମଧ୍ୟ ଅଛନ୍ତି । ଏମଭିଏ ସରକାରଙ୍କ ଏଭଳି ଆଚରଣକୁ ସିନ୍ଧେ ରାଜନୈତିକ ପ୍ରତିଶୋଧ ବୋଲି କହିଛନ୍ତି ।

ବର୍ତ୍ତମାନ ବିଦ୍ରୋହୀ ଶିବସେନା ବିଧାୟକଙ୍କ ସହ ଗୌହାଟୀରେ ଡେରା ପକାଇଥିବା ସନ୍ଧେ ୧୬ ବିଧାୟକ ହସ୍ତାକ୍ଷର ସମ୍ବଳିତ ଏକ ପତ୍ର ଟ୍ବିଟ୍ କରିଛନ୍ତି । ସେମାନଙ୍କ ବାସଭବନକୁ ଦିଆଯାଉଥିବା ସୁରକ୍ଷା ବ୍ୟବସ୍ଥା ହଟାଇ ଦିଆଯାଇଥିବା ବିଧାୟକମାନେ ଦାବି କରିଛନ୍ତି । ପତ୍ରରେ ବିଧାୟକମାନେ କହିଛନ୍ତି ଯେ, ଯଦି ସେମାନଙ୍କ ପରିବାରକୁ କୌଣସି କ୍ଷତି ପହଞ୍ଚେ ଏଥିପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଏମଭିଏ ସରକାରର ନେତାମାନେ ଦାୟୀ ରହିବେ । ଅନ୍ୟପଟେ ମହାରାଷ୍ଟ୍ର ଗୃହମନ୍ତ୍ରୀ ବିଦ୍ରୋହୀ ଦିଲ୍ଲୀପ ୱାଲସେ ପାଟିଲ ବିଧାୟକମାନଙ୍କ ଏହି ଦାବିକୁ ଖଣ୍ଡନ କରିଛନ୍ତି । କୌଣସି ସୁରକ୍ଷା ହଟାଇ ନିଆଯାଇନାହିଁ ବୋଲି କହିଛନ୍ତି ଗୃହମନ୍ତ୍ରୀ ।

ABOUT THE AUTHOR

...view details