ଓଡିଶା

odisha

ଶିକ୍ଷୟିତ୍ରୀଙ୍କ ଅଜବ ଶାସନ, ୫ମ ଶ୍ରେଣୀ ଛାତ୍ରୀଙ୍କୁ ବାଲକୋନୀରୁ ଫିଙ୍ଗି ଦେଲେ ଦଣ୍ଡ

By

Published : Dec 16, 2022, 5:28 PM IST

ରାଜଧାନୀ ନୂଆଦିଲ୍ଲୀରେ ଶିକ୍ଷୟିତ୍ରୀଙ୍କ ଅଜବ କାଣ୍ଡ ସାମ୍ନାକୁ ଆସିଛି । ଶିକ୍ଷୟିତ୍ରୀ ଜଣକ ପଞ୍ଚମ ଜଣେ ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କୁ ବାଲକୋନୀରୁ ତଳକୁ ଫିଙ୍ଗିଦେଇଥିବା ଜଣାପଡ଼ିଛି (Teacher throws 5th class students from first floor) । ଅଧିକ ପଢନ୍ତୁ

ଶିକ୍ଷୟିତ୍ରୀଙ୍କ ଅଜବ ଶାସନ, ୫ମ ଶ୍ରେଣୀ ଛାତ୍ରୀଙ୍କୁ ବାଲକୋନୀରେ ଫିଙ୍ଗି ଦେଲେ ଦଣ୍ଡ
ଶିକ୍ଷୟିତ୍ରୀଙ୍କ ଅଜବ ଶାସନ, ୫ମ ଶ୍ରେଣୀ ଛାତ୍ରୀଙ୍କୁ ବାଲକୋନୀରେ ଫିଙ୍ଗି ଦେଲେ ଦଣ୍ଡ

ଶିକ୍ଷୟିତ୍ରୀଙ୍କ ଅଜବ ଶାସନ, ୫ମ ଶ୍ରେଣୀ ଛାତ୍ରୀଙ୍କୁ ବାଲକୋନୀରେ ଫିଙ୍ଗି ଦେଲେ ଦଣ୍ଡ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଛାତି ଉପରେ ଗୁରୁଙ୍କ ଦ୍ବାରା ଅମାନବୀୟ କାଣ୍ଡ । ଯିଏ ଭଲ କାର୍ଯ୍ୟ କରିବାକୁ ଶିକ୍ଷା ଦିଅନ୍ତି, ଏଠାରେ ସେ ନିନ୍ଦନୀୟ କାଣ୍ଡ ଭିଆଇଛନ୍ତି । ପଞ୍ଚମ ଶ୍ରେଣୀର ପଢୁଥିବା କୋମଳମତୀ ଶିଶୁକୁ ପ୍ରଥମ ମହଲା ବାଲକୋନୀରୁ ଫିଙ୍ଗିଛନ୍ତି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ (Teacher throws 5th class students from first floor) । ଉଚ୍ଚ ସ୍ଥାନରୁ ତଳେ ପଡ଼ିବା ପରେ ଛାତ୍ରୀକୁ ହିନ୍ଦୁରାୱ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କୁ ହେପାଜତରେ ନେଇଛି ସ୍ଥାନୀୟ ପୋଲିସ । ଏଭଳି ଘଟଣା ଦିଲ୍ଲୀ କରୋଲବାଗ ନିକଟସ୍ଥ ଫିଲ୍ମିସ୍ତାନ ଅଞ୍ଚଳରେ ଘଟିଛି ।

ଦିଲ୍ଲୀର ପୋଲିସ କହିବାନୁସାରେ ପ୍ରାୟ ସାଢେ ୧୧ଟା ବେଳେ ଘଟିଛି ଏହି ଘଟଣା । ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ୫ମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଥମ ମହଲା ଶ୍ରେଣୀକକ୍ଷରୁ ତଳକୁ ଫିଙ୍ଗିଦେଇଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ଆହତ ଛାତ୍ରୀଙ୍କ ପରିବାର ହଙ୍ଗାମା କରୁଥିବା ବେଳେ ପୋଲିସ ଶିକ୍ଷୟିତ୍ରୀ ଗୀତା ଦେଶୱାଲଙ୍କୁ ହେପାଜତରେ ନେଇଛି । ଶିକ୍ଷୟିତ୍ରୀ ଜଣକ ଛାତ୍ରୀଙ୍କୁ ପ୍ରଥମେ କାଗଜ କଟାଯିବା କଇଁଚିରେ ମାଡ଼ ମାରିବା ପରେ ତଳକୁ ଫିଙ୍ଗିଦେଇଥିଲେ ।

ଏହା ବି ପଢନ୍ତୁ- ମୃତକଙ୍କ ପରିବାରକୁ ଦିଆଯିବନି କ୍ଷତିପୂରଣ: ବିହାର ମୁଖ୍ୟମନ୍ତ୍ରୀ

ସେପଟେ ଆହତ ଛାତ୍ରୀଙ୍କ ପରିବାରର ଅଭିଯୋଗ ଅନୁସାରେ ବିଦ୍ୟାଳୟରେ ପାଠପଢା ବଦଳରେ ଛାତ୍ରଛାତ୍ରୀଙ୍କ ଉପରେ ଜୁଲୁମ ହେଉଛି । ପୂର୍ବରୁ ମଧ୍ୟ ଅନେକ ଥର ଏହି ଶିକ୍ଷୟିତ୍ରୀ ଛାତ୍ରୀଙ୍କୁ ମାଡ଼ ମାରୁଥିଲେ । ଏନେଇ ଅଭିଭାବକ ଅଭିଯୋଗ ପରେ ମଧ୍ୟ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଶିକ୍ଷୟିତ୍ରୀ ଅନେକ ଛାତ୍ରୀଙ୍କୁ କଇଁଚିରେ ମାଡ଼ ମାରିଥିଲେ । ପୋଲିସ ଶିକ୍ଷୟିତ୍ରୀଙ୍କୁ ହେପାଜତରେ ନେଇଥିବା ବେଳେ ଏକ ମାମଲା ରୁଜୁ କରିଛି । ତେବେ ଶିକ୍ଷୟିତ୍ରୀ ଜଣକ ଏପରି କଣ ପାଇଁ କଲେ ସେନେଇ କୌଣସି ସୂଚନା ମିଳିନାହିଁ ।

ସ୍ଥାନୀୟ ପୋଲିସ ଅଧିକାରିଣୀ ଶ୍ବୈତା ଚୌହାନଙ୍କ କହିବାନୁସାରେ, "ଡିସେମ୍ବର ୧୬ ତାରିଖ ସାଢେ ୧୧ଟା ବେଳେ ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ସୂଚନା ମିଳିବା ପରେ ହିନ୍ଦୁରାୱ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରାଥମିକ ତଦନ୍ତ ଅନୁସାରେ ଜଣାପଡ଼ିଛି ଯେ ଶିକ୍ଷୟିତ୍ରୀ ଜଣକ ଆହତ ଛାତ୍ରୀଙ୍କ ପ୍ରଥମେ ମାଡ଼ ମାରିବା ପରେ ପ୍ରଥମ ମହଲାରେ ସ୍ଥିତ ଶ୍ରେଣୀକକ୍ଷରୁ ତଳକୁ ଫିଙ୍ଗିଥିଲେ । ଏନେଇ ମାମଲା ରୁଜୁ କରିବା ସହ ଯାଞ୍ଚ ଆରମ୍ଭ ହୋଇଛି ।" ଏହି ଘଟଣାକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି ।

ABOUT THE AUTHOR

...view details