ETV Bharat / bharat

Hooch Tragedy Death toll Ries to 71: ମଦ ପିଇଲେ ମରିବ, ମିଳିବନି କ୍ଷତିପୂରଣ: ବିହାର ମୁଖ୍ୟମନ୍ତ୍ରୀ

author img

By

Published : Dec 16, 2022, 3:57 PM IST

Updated : Dec 16, 2022, 10:42 PM IST

ବିହାର ଛପରା ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ଏଯାବତ ୭୧ ଜଣଙ୍କ ମୃତ୍ୟୁ ଘଟିଲାଣି । ଏହି ଘଟଣାରେ ମୃତକଙ୍କ ପରିବାରକୁ ସରକାର କ୍ଷତିପୂରଣ ରାଶି ବାବଦକୁ ଗୋଟିଏ ବି ଟଙ୍କା ଦେବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର (CM Nitish Kumar on death due to alcohol) । ଅଧିକ ପଢନ୍ତୁ

ମୃତକଙ୍କ ପରିବାରକୁ ଦିଆଯିବନି କ୍ଷତିପୂରଣ: ବିହାର ମୁଖ୍ୟମନ୍ତ୍ରୀ
ମୃତକଙ୍କ ପରିବାରକୁ ଦିଆଯିବନି କ୍ଷତିପୂରଣ: ବିହାର ମୁଖ୍ୟମନ୍ତ୍ରୀ

ମୃତକଙ୍କ ପରିବାରକୁ ଦିଆଯିବନି କ୍ଷତିପୂରଣ: ବିହାର ମୁଖ୍ୟମନ୍ତ୍ରୀ

ପାଟନା: ବିହାର ଛପରା ଜିଲ୍ଲାରେ ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ବଢି ବଢି ଚାଲିଛି ମୃତ୍ୟୁ ସଂଖ୍ୟା । ଏଯାବତ ୭୧ ଜଣଙ୍କ ମୃତ୍ୟୁ ଘଟିଲାଣି (Bihar hooch tragedy)। ଏହାରି ମଧ୍ୟରେ ବିହାର ବିଧାନସଭା ଶୀତକାଳୀନ ଅଧିବେଶନର ୪ର୍ଥ ଦିନରେ ଏହି ଘଟଣାକୁ ନେଇ ଜାରି ରହିଛି ହଙ୍ଗାମା (Bihar assembly winter session)। ଗୃହରେ ବିରୋଧୀ ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦେଇଛନ୍ତି ବଡ଼ ବୟାନ (CM Nitish Kumar on death due to alcohol) । ମଦ ନିଷେଧ ବିହାରରେ ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ କୌଣସି କ୍ଷତିପୂରଣ ଦିଆଯିବ ନାହିଁ ବୋଲି କହିଛନ୍ତି ନୀତିଶ । ମଦ ପିଇ ଯଦି କାହାର ମୃତ୍ୟୁ ଘଟେ, ତେବେ ସରକାର ଗୋଟିଏ ଟଙ୍କା ବି ଦେବେ ନାହିଁ ବୋଲି ସେ କହିଛନ୍ତି ।

'ସରକାର ଗୋଟିଏ ବି ଟଙ୍କା ଦେବେ ନାହିଁ'

ବିଷାକ୍ତ ମଦ ପିଇ ମୃତ୍ୟୁ ଘଟଣା ଉପରେ ଗୋଟିଏ ପରେ ଗୋଟିଏ ଚର୍ଚ୍ଚିତ ମନ୍ତବ୍ୟ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ । ବିହାରରେ ମଦ ନିଷେଧ ଥିବା ବେଳେ ସେ ଗତକାଲି କହିଥିଲେ ଯେ ଯିଏ ଏହି ମଦ ପିଇବ, ସେ ମରିବ । ରାଜ୍ୟରେ ମଦ ନିଷେଧ ଥିବା ବେଳେ କେଉଁଠୁ ମଦ ଆସୁଛି ବୋଲି ବିରୋଧୀ ପ୍ରଶ୍ନ କରିଥିଲେ । ସେପଟେ ଆଜି ମୁଖ୍ୟମନ୍ତ୍ରୀ ନୀତିଶ କହିଛନ୍ତି ଯେ ଯାହାର ବି ମଦ ପିଇ ମୃତ୍ୟୁ ଘଟୁଛି, ତାକୁ ସରକାର କ୍ଷତିପୂରଣ ବାବଦକୁ ଗୋଟିଏ ଟଙ୍କା ବି ଦେବେ ନାହିଁ । ମଦ ପିଇ ମୃତ୍ୟୁ ଘଟିଲେ ପରିବାରକୁ କ୍ଷତିପୂରଣ ଦିଆଯିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି ନୀତିଶ ।

ଏହା ବି ପଢନ୍ତୁ- Bihar Hooch Tragedy: ଛପରା ପରେ ସିଓ୍ବାନରେ ମଦ ମୃତ୍ୟୁ, ଗଲାଣି ୫ ଜୀବନ

'ମଦ ପିଇବା ଉଚିତ ନୁହେଁ'

ମୁଖ୍ୟମନ୍ତ୍ରୀ ନୀତିଶ ଆହୁରି କହିଛନ୍ତି ଯେ କୌଣସି ଧର୍ମାବଲମ୍ବୀ ଲୋକ ବି ମଦ ପାନ କରିବା ଉଚିତ ନୁହେଁ । ରାଜ୍ୟରେ ଗରିବୀ ହଟାଇବା କାର୍ଯ୍ୟ ଜାରି ରହିଛି । ସେ କହିଛନ୍ତି ଆଗରୁ ଗରିବ ଶ୍ରେଣୀର ଲୋକ ମଦ ପିଇ ଘରେ ଝଗଡ଼ା କରୁଥିଲେ । ମାତ୍ର ରାଜ୍ୟରେ ମଦ ନିଷେଧ ପରେ ଏପରି ହେଉନାହିଁ । ଗରିବ ଶ୍ରେଣୀର ଲୋକ କୌଣସି ଧନ୍ଦା କରିବା ଲାଗି ସରକାର ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ଯୋଗାଉଛନ୍ତି । ମାତ୍ର ତାହାକୁ ସଠିକ କାର୍ଯ୍ୟରେ ଲଗାଇବା ଅପେକ୍ଷା ଲୋକେ ମଦ ପିଉଛନ୍ତି । ତେବେ ମଦ୍ୟପାନ କରିବା ଭଲ ନୁହେଁ ବୋଲି ସେ କହିଛନ୍ତି ।

'ପ୍ରଧାନମନ୍ତ୍ରୀ କରିଥିଲେ ପ୍ରଶଂସା'

ନୀତିଶ କହିଛନ୍ତି ଯେ ଯେତେବେଳେ ରାଜ୍ୟରୁ ମଦ ନିଷେଧ କରାଗଲା ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଶଂସା କରିଥିଲେ । ମାତ୍ର ଏବେ ବିଷାକ୍ତ ମଦ ପିଇ ମୃତ୍ୟୁ ଘଟିଥିବା ଘଟଣାରେ କେହି ବି ଶୋକ ପ୍ରକାଶ କରିନାହାନ୍ତି । ଯିଏ ବି ମଦ ପିଇବ ସେ ମରିବ ବୋଲି ସେ କହିଛନ୍ତି । ବିହାର ବ୍ୟତୀତ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ଗୁଜୁରାଟରେ ମଧ୍ୟ ବିଷାକ୍ତ ମଦ ଜନିତ ମୃତ୍ୟୁ ଘଟୁଥିବା ସେ କହିଛନ୍ତି ।

Last Updated : Dec 16, 2022, 10:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.