ଓଡିଶା

odisha

ଭାଇକୁ ହତ୍ୟା, ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦୋଷୀକୁ ଫାଶୀ: ଭିନ୍ନ ଭିନ୍ନ ମାମଲାରେ 92 ବର୍ଷର ଜେଲଦଣ୍ଡ

By

Published : Jul 23, 2023, 7:19 AM IST

କର୍ଣ୍ଣାଟକରେ ନାବାଳକ ଭାଇକୁ ହତ୍ୟା, ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦୋଷୀକୁ ଫାଶୀ । 2021ରେ ଘଟିଥିଲା ଜଘନ୍ୟକାଣ୍ଡ । ମାତ୍ର ଦୁଇ ବର୍ଷରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଦେଲେ ପୋକ୍ସୋ କୋର୍ଟ । ଅଧିକ ପଢନ୍ତୁ

ଭାଇକୁ ହତ୍ୟା, ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦୋଷୀକୁ ଫାଶୀ, ଭିନ୍ନ ଭିନ୍ନ ମାମଲାରେ 92 ବର୍ଷର ଜେଲଦଣ୍ଡ
ଭାଇକୁ ହତ୍ୟା, ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦୋଷୀକୁ ଫାଶୀ, ଭିନ୍ନ ଭିନ୍ନ ମାମଲାରେ 9ଭାଇକୁ ହତ୍ୟା, ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦୋଷୀକୁ ଫାଶୀ, ଭିନ୍ନ ଭିନ୍ନ ମାମଲାରେ 92 ବର୍ଷର ଜେଲଦଣ୍ଡ2 ବର୍ଷର ଜେଲଦଣ୍ଡ

ବେଙ୍ଗାଲୁରୁ:6 ବର୍ଷୀୟ ନାବାଳକକୁ ହାତୁଡିରେ ଛେଚି ବୀଭତ୍ସ ଭାବେ ହତ୍ୟା କରିବା ସହ ନାବାଳିକା ଭଉଣୀକୁ ଦୁଷ୍କର୍ମ ମାମଲାରେ ଦୋଷୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । କର୍ଣ୍ଣାଟକର ଇଦୁକି ଜିଲ୍ଲାରେ 2021 ମସିହା ଅକ୍ଟୋବର 3 ତାରିଖରେ ଘଟିଥିଲା ଏହି ଦୁଷ୍କର୍ମ ଓ ହତ୍ୟାକାଣ୍ଡ । ଗତକାଲି(ଶନିବାର) ଏହି ମାମଲାରେ ଇଦୁକି ଫାଷ୍ଟଟ୍ରାକ ପୋକ୍ସୋ କୋର୍ଟରେ ଏହି ରାୟ ପ୍ରକାଶ ପାଇଛି । ବିଚାରପତି ଟି.ଜି ଭର୍ଗିସ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ନାବାଳକୁ ହତ୍ୟା ମାମଲାରେ ଦୋଷୀକୁ ଫାଶୀ ଓ ନାବାଳିକା ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ନାବାଳିକାର ପରିବାରର ଦୁଇ ସଦସ୍ୟଙ୍କୁ ମଧ୍ୟ ହତ୍ୟା ଉଦ୍ୟମ କରିଥିଲା ଅଭିଯୁକ୍ତ । ତେଣୁ ବିଭିନ୍ନ ମମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଫାଶୀ ସହ ମୋଟ 92 ବର୍ଷର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଦୋଷୀ ମଧ୍ୟ ସମ୍ପୃକ୍ତ ନାବାଳକ ଓ ନାବାଳିକାଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି ।

ବର୍ଷ 2021 ଅକ୍ଟୋବର 3 ତାରିଖରେ ଇଦୁକି ଜିଲ୍ଲାର ଅଞ୍ଚଳର ଅମକ୍କାନଦମ ଅଞ୍ଚଳରେ ଏହି ଜଘନ୍ୟ କାଣ୍ଡ ଘଟିଥିଲା । ଭୋର ସମୟରେ ସମସ୍ତେ ଶୋଇଥିବା ବେଳେ ଅଭିଯୁକ୍ତ ମାରଣାସ୍ତ୍ର ଧରି ଘରେ ଡୋର ଭାଙ୍ଗି ପଶିବା ସହ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ଏଥିରେ ବାଧା ଦେବାରୁ ତାର ସାନଭାଇକୁ ହାତୁଡିରେ ଛେଚି ହତ୍ୟା କରିଥିଲା । ପରେ ନାବାଳିକାର ମା’ ଓ ଜେଜେମା’ଙ୍କୁ ମଧ୍ୟ ହତ୍ୟା କରିବା ଉଦ୍ୟମରେ ମରଣାନ୍ତକ ଆକ୍ରମଣ କରିଥିଲା ଅଭିଯୁକ୍ତ ।

ଘଟଣାସ୍ଥଳରେ 6 ବର୍ଷୀୟ ନାବାଳକର ମୃତ୍ୟୁ ହୋଇଥିବା ବେଳେ ମା’ ଓ ଜେଜେମା’ ମଧ୍ୟ ଆକ୍ରମଣରେ ଗୁରୁତର ହୋଇ ଚେତା ହରାଇଥିଲେ । ନାବାଳିକାକୁ ଦୁଷ୍କର୍ମ କରିବା ସହ ମୁର୍ମୁଷ ଅବସ୍ଥାରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ପଡୋଶୀମାନେ ଏ ସମ୍ପର୍କରେ ସୂଚନା ପାଇ ନାବାଳିକା, ତାର ମା’ ଓ ଜେଜେମା’ଙ୍କୁ ଉଦ୍ଧାର କରି ହସ୍ପିଟାଲର ଭର୍ତ୍ତି କରିଥିଲେ । ପରେ ପୋଲିସ ଏକ ମାମଲା ରୁଜୁ କରି ଫେରାର ଅଭିଯୁକ୍ତକୁ ଗିରଫ କରିଥିଲା ।

ଏହା ମଧ୍ୟ ପଢନ୍ତୁ:-West Bengal: ଦୁଇ ମହିଳାଙ୍କୁ ଉଲଗ୍ନ କରି ମାଡ, ଭିଡିଓ ଭାଇରାଲ ପରେ ମମତାଙ୍କୁ ଘେରିଲା ବିଜେପି

ଏହି ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇଛି । ଇଦୁକି ଫାଷ୍ଟଟ୍ରାକ ପୋକ୍ସୋ କୋର୍ଟରେ ବିଚାରପତି ଟି.ଜି ଭର୍ଗିସ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ମାମଲାରେ ପୋଲିସର ପ୍ରମାଣ ସମେତ ମୋଟ 73 ଜଣଙ୍କ ସାକ୍ଷ ଗ୍ରହଣ କରିଥିଲେ କୋର୍ଟ । ନାବାଳକକୁ ହତ୍ୟା, ନାବାଳିକା ଦୁଷ୍କର୍ମ ଓ ଅନ୍ୟ ଦୁଇଜଣଙ୍କୁ ହତ୍ୟା ଉଦ୍ୟମ ଏପରି ଭାବେ ଭିନ୍ନ ଭିନ୍ନ ମାମଲାରେ ଦୋଷୀକୁ ଫାଶୀ ଓ ମୋଟ 92 ବର୍ଷର କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details