ETV Bharat / bharat

West Bengal: ଦୁଇ ମହିଳାଙ୍କୁ ଉଲଗ୍ନ କରି ମାଡ, ଭିଡିଓ ଭାଇରାଲ ପରେ ମମତାଙ୍କୁ ଘେରିଲା ବିଜେପି

author img

By

Published : Jul 22, 2023, 9:43 PM IST

ପଶ୍ଚିମବଙ୍ଗର ମାଲଦାରେ ଚୋରି ସନ୍ଦେହରେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ଆକ୍ରମଣ । ପୋଲିସ କହିଲା ଜାରି ରହିଛି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା । ଭିଡିଓ ଭାଇରାଲ ହେବା ପରେ ମମତା ସରକାରକୁ ଘେରିଲା ବିଜେପି । ଅଧିକ ପଢନ୍ତୁ

West Bengal: ଦୁଇ ମହିଳାଙ୍କୁ ଉଲଗ୍ନ କରି ମାଡ, ଭାଇରାଲ ହେଉଛି ଭିଡିଓ
West Bengal: ଦୁଇ ମହିଳାଙ୍କୁ ଉଲଗ୍ନ କରି ମାଡ, ଭାଇରାଲ ହେଉଛି ଭିଡିଓ

କୋଲକାତା: ମଣିପରୁ ଘଟଣାକୁ ନେଇ ସାରା ଦେଶରେ ଉଦବେଗ ଥମି ନଥିବା ବେଳେ ଆଉ ଏକ ସମାନ ଲଜ୍ଜାଜନକ ଘଟଣା ପଶ୍ଚିମବଙ୍ଗରୁ ଆସିଛି । ମାଲଦା ଜିଲ୍ଲାରେ ଚୋରି ଅଭିଯୋଗରେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ମାଡ ମରାଯିବା ସହ ନିର୍ଯାତନା ଦିଆଯାଇଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଉଭୟ ମହିଳାଙ୍କୁ ଅନ୍ୟ ମହିଳାଙ୍କ ଏକ ଗୋଷ୍ଠୀ ଉଲଗ୍ନ କରି ମରଣାନ୍ତକ ଆକ୍ରମଣ କରୁଛନ୍ତି । ଘଟଣାଟି ପ୍ରାୟ 3 ରୁ 4 ଦିନ ତଳର । ଏହି ଭିଡିଓ ଭାଇରାଲ ହେବା ପରେ ଘଟଣାଟି ଲୋକଲୋଚନକୁ ଆସିଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମାଲଦାର ପାକୁଆହାଟର ବାମନଗୋଲା ଥାନା ଅଧୀନରେ ଏହି କାଣ୍ଡ ଘଟିଛି । ତଥାକଥିତ ଚୋରି ସନ୍ଦେହରେ ଦୁଇ ଜଣ ମହିଳାଙ୍କୁ ସ୍ଥାନୀୟ ଅଞ୍ଚଳର ମହିଳା ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଉଭୟ ପୀଡିତାଙ୍କୁ ଉଲଗ୍ନ କରାଯାଇ ନିସ୍ତୁକ ମାଡ ମରାଯାଇଥିଲା । ଉଭୟ ପୀଡିତା ଆଦିବାସୀ ସମ୍ପ୍ରଦାୟର ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି । ଯାହାର ଭିଡିଓ ଭାଇରାଲ ହେବା ପରେ ମମତା ସରକାରର ଆଇନ ଶୃଙ୍ଖଳା ସ୍ଥିତି ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଘଟଣା ସମ୍ପର୍କରେ ସୂଚନା ଦେଇ ମାଲଦା ପୋଲିସ ଅଧୀକ୍ଷକ କହିଛନ୍ତି, ଏହି ଘଟଣାରେ ପୋଲିସ ନିଜଆଡୁ ଏକ ମାମଲା ରୁଜୁ କରିଛି । ସ୍ଥାନୀୟ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଭାଇରାଲ ହେଉଥିବା ଭିଡିଓ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଉଛି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ । ଦୁଇ ପୀଡିତାଙ୍କୁ ମଧ୍ୟ ଚିହ୍ନଟ କାରଯାଇ ସେମାନଙ୍କର ଡାକ୍ତରୀମାଇନା ସହ ବୟାନ ମଧ୍ୟ ରେକର୍ଡ କରାଯିବ ।

ଏହା ମଧ୍ୟ ପଢନ୍ତୁ:-Manipur case: 5ମ ଅଭିଯୁକ୍ତ ଗିରଫ, ପୂର୍ବରୁ ଗିରଫ 4 ଅଭିଯୁକ୍ତ ଏବେ 11 ଦିନିଆ ରିମାଣ୍ଡରେ

ଅନ୍ୟପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ମଣିପୁର ପ୍ରସଙ୍ଗରେ ବିଜେପି ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ କଡା ସମାଲୋଚନା କରିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି । ଦଳର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଘଟଣା ସମ୍ପର୍କରେ ଟ୍ବିଟ କରି କହିଛନ୍ତି, ମାଲଦାରେ ଦୁଇ ଆଦିବାସୀ ମହିଳାଙ୍କୁ ବର୍ବରତାର ସହ ନିର୍ଯାତନା ଦିଆଗଲା । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିନାହିଁ । ଏହି ପ୍ରସଙ୍ଗରେ ଆଜି ଅପରାହ୍ନରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମମତାଙ୍କୁ କଡା ସମାଲୋଚନା କରିଥିଲେ । ମଣିପରୁ ପ୍ରସଙ୍ଗ ଉଠାଇ ଚିନ୍ତାପ୍ରକଟ କରୁଥିବା ମମତାଙ୍କର ନିଜ ରାଜ୍ୟର ମହିଳାମାନଙ୍କ ପ୍ରତି ମମତା ନଥିବା ଅନୁରାଗ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.