ଓଡିଶା

odisha

କୋଭିଡ ନିୟମ ନମାନିଲେ ଅକ୍ଟୋବର-ନଭେମ୍ବର ସୁଦ୍ଧା ଶିଖର ଛୁଇଁପାରେ ତୃତୀୟ ଲହର

By

Published : Jul 4, 2021, 9:47 AM IST

କୋଭିଡ ନିୟମ ପାଳନ ନକଲେ ଅକ୍ଟୋବର-ନଭେମ୍ବରରେ କୋଭିଡର ତୃତୀୟ ଲହର ଶିଖର ଛୁଇଁପାରେ
କୋଭିଡ ନିୟମ ପାଳନ ନକଲେ ଅକ୍ଟୋବର-ନଭେମ୍ବରରେ କୋଭିଡର ତୃତୀୟ ଲହର ଶିଖର ଛୁଇଁପାରେ

ଯଦି ଠିକ ଭାବରେ କୋଭିଡ ନିୟମ ପାଳନ ନହୁଏ ତେବେ ଅକ୍ଟୋବର-ନଭେମ୍ବର ମଧ୍ୟରେ କୋରୋନା ଭାଇରସର ତୃତୀୟ ଲହର ଶିଖର ଛୁଇଁପାରେ ବୋଲି ଏକ ସରକାରୀ କମିଟିର ବୈଜ୍ଞାନିକ କହିଛନ୍ତି। ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଯଦି ଠିକ ଭାବରେ କୋଭିଡ ନିୟମ ପାଳନ ନହୁଏ ତେବେ ଅକ୍ଟୋବର-ନଭେମ୍ବର ମଧ୍ୟରେ କୋରୋନା ଭାଇରସର ତୃତୀୟ ଲହର ଶିଖର ଛୁଇଁପାରେ ବୋଲି କୋଭିଡ ମହାମାରୀର ଏକ ସରକାରୀ କମିଟିର ବୈଜ୍ଞାନିକ କହିଛନ୍ତି। ‘ସୂତ୍ର ମଡେଲ' କିମ୍ବା କୋଭିଡ -19 ର ଗାଣିତିକ ଆକଳନ ଉପରେ କାର୍ଯ୍ୟ କରୁଥିବା ମଣିନ୍ଦ୍ର ଅଗ୍ରୱାଲ ଏହା ମଧ୍ୟ କହିଛନ୍ତି ଯେ, ଯଦି ଭୂତାଣୁର ଏକ ନୂଆ ଭାରିଆଣ୍ଟ ଆସେ, ତେବେ ତୃତୀୟ ଲହର ଶୀଘ୍ର ବ୍ୟାପିପାରେ।

ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ଗତ ବର୍ଷ ଗାଣିତିକ ମଡେଲ ବ୍ୟବହାର କରି କୋରୋନା ସଂକ୍ରମଣ ବୃଦ୍ଧିର ପୂର୍ବାନୁମାନ କରିବାକୁ ଏକ କମିଟି ଗଠନ କରିଥିଲା। ଏହି କମିଟିରେ ଆଇଆଇଟି କାନପୁରର ବୈଜ୍ଞାନିକ ଅଗ୍ରୱାଲଙ୍କ ବ୍ୟତୀତ ଆଇଆଇଟି ହାଇଦ୍ରାବାଦର ବୈଜ୍ଞାନିକ ଏମ ବିଦ୍ୟାସାଗର ଏବଂ ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ଷ୍ଟାଫ୍ (ମେଡିକାଲ୍) ଡେପୁଟି ଚିଫ୍ ଲେଫ୍ଟନାଣ୍ଟ ଜେନେରାଲ୍ ମାଧୁରୀ କାନିତକର ମଧ୍ୟ ଅଛନ୍ତି। ଅଗ୍ରୱାଲ କହିଛନ୍ତି ଯେ, ସମ୍ଭାବ୍ୟ ତୃତୀୟ ଲହରର ଆକଳନ କରାଯିବା ସମୟରେ, ରୋଗ ପ୍ରତିରୋଧକ ଶକ୍ତି ହରାଇବା, ଟୀକାକରଣର ପ୍ରଭାବ ଏବଂ ଏକ ଅଧିକ ବିପଜ୍ଜନକ ଭ୍ୟାରିଆଣ୍ଟର ଅନୁମାନ କରାଯାଉଥିଲା, ଯାହା ଦ୍ବିତୀୟ ଲହରର ମଡେଲିଂ ସମୟରେ କରାଯାଇ ନଥିଲା। ସବିଶେଷ ରିପୋର୍ଟ ଖୁବ ଶୀଘ୍ର ପ୍ରକାଶ ପାଇବ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ତିନୋଟି ଦୃଶ୍ୟ ପ୍ରସ୍ତୁତ କରିଛୁ। ସେଥିରୁ ଗୋଟିଏ ହେଲା ‘ଆଶାବାଦୀ’ । ଏଥିରେ, ଆମେ ଅନୁମାନ କରୁଛୁ ଯେ ଅଗଷ୍ଟ ସୁଦ୍ଧା ଜୀବନ ସ୍ବାଭାବିକ ଅବସ୍ଥାକୁ ଫେରି ଆସିବ ଏବଂ ଏହି ଭୂତାଣୁର ମୂଳପୋଛ ହୋଇଯିବ । ଦ୍ବିତୀୟଟି 2 ମଧ୍ୟବର୍ତ୍ତୀ’ ଅଟେ । ଏଥିରେ ଆମେ ବିଶ୍ବାସ କରୁ ଯେ, ଆଶାବାଦୀ ଦୃଷ୍ଟିକୋଣରୁ ଟୀକାକରଣ 20 ପ୍ରତିଶତ କମ୍ ପ୍ରଭାବଶାଳୀ ଅଟେ । ଅଗ୍ରୱାଲ ବିଭିନ୍ନ ଟ୍ବିଟରେ କହିଛନ୍ତି, ତୃତୀୟଟି ‘ନିରାଶାବାଦୀ’। ଏଥିରେ କୁହାଯାଇଛି ଯେ, ଅଗଷ୍ଟରେ ଏକ ନୂଆ ଭ୍ୟାରିଆଣ୍ଟ ବ୍ୟାପିପାରେ, ଯାହା 25 ପ୍ରତିଶତ ଅଧିକ ସଂକ୍ରାମକ ହେବ ।

ଅଗ୍ରୱାଲଙ୍କ ଦ୍ବାରା ବନା ଯାଇଥିବା ଏକ ଗ୍ରାଫ ଅନୁଯାୟୀ, ଦ୍ବିତୀୟ ଲହର ଅଗଷ୍ଟ ମଧ୍ୟଭାଗରେ ସ୍ଥିର ହେବାର ସମ୍ଭାବନା ଅଛି ଏବଂ ତୃତୀୟ ଲହର ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଶିଖର ଛୁଇଁପାରେ । ବୈଜ୍ଞାନିକମାନେ କହିଛନ୍ତି ଯେ, ନିରାଶାଜନକ ପରିସ୍ଥିତିରେ, ଅର୍ଥାତ୍ ତୃତୀୟ ଲହରରେ ଦେଶରେ ଦୈନିକ ସଂକ୍ରମଣ 1,50,000 ରୁ 2,00,000 ମଧ୍ୟରେ ବୃଦ୍ଧି ପାଇପାରେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟୀକାକରଣ ଯଦି ବୃଦ୍ଧି କରାଯାଏ, ତେବେ ତୃତୀୟ କିମ୍ବା ଚତୁର୍ଥ ଲହରର ସମ୍ଭାବନା ହ୍ରାସ ପାଇବ। ଅଗ୍ରୱାଲ କହିଛନ୍ତି ଯେ, ଏକ ଆଶାବାଦୀ ପରିସ୍ଥିତିରେ, ଦୈନିକ ମାମଲା 50000 ରୁ 100000 ହୋଇପାରେ ।

@ PTI

ABOUT THE AUTHOR

...view details